ମଣ୍ଡିରେ ନକଲି ଭାଗଚାଷୀ ଧାନ ବିକିବା ଘଟଣା: ଜିଲା ପ୍ରଶାସନ ତତ୍ପର; ବନ୍ଧା ହେବେ ନକଲି ଭାଗଚାଷୀ, ବିଭାଗୀୟ କର୍ମଚାରୀ

ମାଲକାନଗିରି,୧୦ା୧୨ (ଡି.ଏନ୍‌.ଏ.)- ମଙ୍ଗଳବାର ଧରିତ୍ରୀରେ ମଣ୍ଡିରେ ନକଲି ଭାଗଚାଷୀ ଧାନ ବିକୁଥିବା ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ତତ୍ପର ହୋଇଉଠିଛି। ଜିଲା ପ୍ରଶାସନ ଓ ଜିଲା ପୋଲିସ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଉପଜିଲାପାଳଙ୍କ ନିର୍ଦ୍ଦେଶରେ ଯୋଗାଣ ବିଭାଗ ଓ ଲ୍ୟାମ୍ପ୍‌ର ସମସ୍ତ ନଥିପତ୍ର ଯାଞ୍ଚ ଆରମ୍ଭ ହୋଇଛି। ଉପଜିଲାପାଳ କେବଳ ଶିଖପାଲି ଲ୍ୟାମ୍ପ ଅଧୀନରେ ତଣ୍ଡାପାଲି, ଶିଖପାଲି, ପଟେରୁ ମାନ୍ଦାପାଲି ମଣ୍ଡିରେ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ କେଉଁମାନେ ଭାଗଚାଷୀ ସେନେଇ ରହିଥିବା ସରକାରୀ ନିୟମ ଅନୁଯାୟୀ ଯାଞ୍ଚ କରିଛନ୍ତି। ସୋମବାର ମାଟାପାକା ସରପଞ୍ଚ ବିନାୟକ ମାଡକାମୀଙ୍କ ସହ କେତେକ ଚାଷୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମଧ୍ୟ ଏହାର ତଦନ୍ତ ଆରମ୍ଭ କରିଛି। ମାଲକାନଗିରି ଥାନା ଭାରପ୍ରାପ୍ତ ଅଧିକାରୀ ରାମପ୍ରସାଦ ନାଗ କହିଛନ୍ତି, ଏହି ଘଟଣାରେ ନକଲି ଭାଗଚାଷୀଙ୍କୁ ସହଯୋଗ କରିଥିବା ଅଧିକାରୀ ଓ କର୍ମଚାରୀମାନେ ବନ୍ଧା ହେବେ ା ଘଟଣା ପ୍ରକାଶ ପରେ ଭାଗଚାଷୀଙ୍କ ଠିକଣା ଏବଂ ଦଲିଲ ଯାଞ୍ଚ ପାଇଁ କେତେକ ସାମାଜିକ ଅନୁଷ୍ଠାନ ମଧ୍ୟ ଦାବି କରିଛନ୍ତି। ଏ ସମ୍ପର୍କରେ ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି, ସରକାରଙ୍କ ଆଇନ ଅନୁଯାୟୀ କୌଣସି ଆଦିବାସୀଙ୍କ ଜମି ଅଣଆଦିବାସୀ ଖରିଦ କରିପାରିବେ ନାହିଁ କିମ୍ବା ଭାଗଚାଷ କରିପାରିବେ ନାହିଁ। ଯଦି ଏହା କରାଯାଏ, ତେବେ ସମ୍ପୃକ୍ତ ଚାଷୀ ଉପଯୁକ୍ତ ପ୍ରମାଣ ସହ ଜିଲାପାଳଙ୍କ ଅନୁମତି ନେବା ସହ କୋର୍ଟରେ ସତ୍ୟପାଠ ଦାଖଲ କରିବେ। ମାତ୍ର ମାଲକାନଗିରି ଜିଲାରେ ଏହା ବେନିୟମ ଭାବେ ହୋଇଛି। ସୂଚନାଯୋଗ୍ୟ, ଜିଲାର ମାଟାପାକା ପଞ୍ଚାୟତର ମାଟାପାକା, ନାମକୋଣ୍ଡା, କମଳାପଦର, କୋୟାଗିରି, କତାମାଟେରୁ, ଆକରପାଲି, ରାମପଦର ଗ୍ରାମର ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଆଦିବାସୀ ଚାଷୀଙ୍କ ଜମି ଭାଗ ଚାଷ କରିଥିବା ନେଇ ନକଲି କାଗଜପତ୍ର ପ୍ରସ୍ତୁତ କରାଯାଇ ତଣ୍ଡାପାଲି ମଣ୍ଡିରେ ଧାନ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଜମି ମାଲିକମାନେ ସେମାନଙ୍କ ଜମି କାହାକୁ ଭାଗଚାଷ ଲାଗି ଦେଇ ନ ଥିବା ପ୍ରକାଶ କରିଛନ୍ତି। ଅମଳ ଧାନକୁ ବିକ୍ରି କରିବା ପାଇଁ ଆମେ ପଞ୍ଜୀକରଣ କରିବାକୁ ଯାଇ ନିରାଶ ହୋଇଛୁ। ଏହା ପୂର୍ବରୁ କେହି ଆମ ଜମି ଭାଗଚାଷ କରିଥିବା ନେଇ ନକଲି କାଗଜପତ୍ର ଦର୍ଶାଇ ପଞ୍ଜୀକରଣ କରି ମଣ୍ଡିରେ ଧାନ ବିକ୍ରି କରିଥିବା ଆମେ ଜାଣିବାକୁ ପାଇଲୁ ବୋଲି ଜମି ମାଲିକମାନେ ପ୍ରକାଶ କରିଛନ୍ତି। ମାଟାପାକା ସରପଞ୍ଚ ବିନାୟକ ଚନ୍ଦ୍ର ମାଡକାମି କହିଛନ୍ତି ଯେ, ଭାଗଚାଷୀ ନିୟମ ଅନୁସାରେ ଚାଷୀ ଏକ ରାଜିନାମା ସରପଞ୍ଚଙ୍କ ଉପସ୍ଥିତିରେ କରିବା କଥା ା ମାତ୍ର ୨ଜଣ ଚାଷୀ ମୋ ଉପସ୍ଥିତିରେ ଭାଗଚାଷ ନେଇ ଚୁକ୍ତିପତ୍ର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ପୁଣି ୧୪୬ କରୋନା ପଜିଟିଭ୍‌ : ଏକ ସେବାଶ୍ରମର ୮ ଶିଶୁ ଆକ୍ରାନ୍ତ

ବରଗଡ଼ ଅଫିସ,୧୩ା୯: ଜିଲାରେ ରବିବାର ପୁଣି ୧୪୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ସହର ଉପକଣ୍ଠ ବରଡୋଲ ସିମେଣ୍ଟ ନଗର...

ଭୋଟ ପରେ ଅଙ୍କ କଷୁଛନ୍ତି ନେତା ଓ କର୍ମୀ

ହାଟଡ଼ିହି,୨୫ା୪(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ପରେ ନେତା ଓ କର୍ମୀମାନେ ଏବେ ଅଙ୍କ କଷୁଛନ୍ତି। କେଉଁ ବୁଥ୍‌ରୁ କେତେ ଭୋଟ ମିଳିବ...

ଆସିକାରେ ଚାଞ୍ଚଲ୍ୟ: ସଂକ୍ରାନ୍ତିରେ ପୂଜା ସାରି ମନ୍ଦିରରୁ ଫେରୁଥିବା ବେଳେ ମହିଳାଙ୍କୁ ହତ୍ୟା

ଆସିକା,୧୬ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନାର କୋଟିନଡ଼ା ଫାଣ୍ଡି ଅନ୍ତର୍ଗତ ଭେଙ୍କଟରାଇପଲ୍ଲୀ ଗ୍ରାମରେ ରବିବାର ସକାଳେ ଶିବମନ୍ଦିର ନିକଟରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ମୃତ...

ନର୍ସିଂହୋମ, କ୍ଲିନିକ ଉପରେ ଲଗାମ ନାହିଁ

ବାଲେଶ୍ୱର ଅଫିସ, ୮।୩(ମାନସ ବିଶ୍ୱାଳ)-ବାଲେଶ୍ୱର ସହର ସମେତ ଜଳେଶ୍ୱର, ଭୋଗରାଇ, ସୋର, ସିମୁଳିଆ, ନୀଳଗିରି, ରେମୁଣା ଆଦି ବ୍ଲକରେ ଅନେକ ବେଆଇନ ନର୍ସିଂହୋମ ଓ ଘରୋଇ...

କାର୍ଯ୍ୟରେ ଯୋଗଦେଲେ ନୂତନ ଥାନାଧିକାରୀ

ଭଦ୍ରକ ଅଫିସ,୧୭।୧୨: ଭଦ୍ରକ ଟାଉନ୍‌ ଥାନା ଅଧିକାରୀ ଭାବେ ମଙ୍ଗଳବାର ଚନ୍ଦନ ଘଡ଼େଇ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୁରୁଣା ଥାନା ଅଧିକାରୀ ସରୋଜିନୀ ସିଂଙ୍କଠାରୁ ସେ...

ନର୍ସ ନୀହାରିକା ହତ୍ୟା ଘଟଣା : ହତ୍ୟାକାଣ୍ଡ ଘଟିଥିବା କୋଠରି ସିଲ୍‌

କଟକ ଅଫିସ,୩୦ା୯: ନର୍ସ ନୀହାରିକା ପାତ୍ର ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରେମିକ ରାଜା ଓରଫ କିଶୋର ଚନ୍ଦ୍ର ଆଞ୍ଚଲଙ୍କୁ ଗିରଫ କରିଛି। ହେଲେ ଏହି...

ଟ୍ରକ୍‌ ଧକ୍କାରେ ହାତୀ ମୃତ୍ୟୁ ଘଟଣା: ଘଟଣାସ୍ଥଳ ପରିଦର୍ଶନ କଲେ ଅତିରିକ୍ତ ପିସିସିଏଫ୍‌

ଢେଙ୍କାନାଳ ଅଫିସ,୩୧।୧: ଢେଙ୍କାନାଳ ଜିଲା ଓଡ଼ପଡ଼ା ବ୍ଲକ ପୋଡ଼ପଡ଼ା ଛକ ୫୫ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା। ଶୁକ୍ରବାର ଅତିରିକ୍ତ...

ଉଜୁଡ଼ିଯିବ ରବିଧାନ ଫସଲ

ସମ୍ବଲପୁର,୧୧ା୪(ବ୍ୟୁରୋ) କରୋନା ଭୂତାଣୁର ମୁକାବିଲା ପାଇଁ ସାରା ଦେଶକୁ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ କରି କଟକଣା ଜାରି କରିଛନ୍ତି। ରାଜ୍ୟ ସରକାର ଏପ୍ରିଲ ୩୦...

Coronavirus Update


Archives

Model This Week

Why Dharitri