ମକା ଖାଇ ପାଣି ପିଉଛନ୍ତି କି? ହୋଇପାରେ ଏହିସବୁ ରୋଗ

ମକା ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ମନସୁନ୍‌ରେ ଲୋକେ ବଡ଼ ସଉକରେ ଏହାର ସେବନ କରିଥାନ୍ତି। ବର୍ଷା ପାଗକୁ ଗରମ ଗରମ ମକାରେ ଲେମ୍ବୁ ପକାଇ ଖାଇବାର ମଜା ଥାଏ ଅଲଗା। ଏହାକୁ ଖାଇବା ପରେ ପ୍ରଚୁର ଶୋଷ ହୋଇଥାଏ। କିଛି ନଜାଣି ନ ଶୁଣି ଲୋକମାନେ ସଙ୍ଗେ ସଙ୍ଗେ ପାଣି ପିଇଥାନ୍ତି। କିନ୍ତୁ ଜାଣନ୍ତି, ଏହି ଅଭ୍ୟାସ ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ବିଶେଷଜ୍ଞଙ୍କ ଅନୁସାରେ, ମକା ଖାଇବା ପରେ ପାଣି ପିଇଲେ ପେଟ ଫୁଲିବା ସମସ୍ୟା ଦେଖାଦେଇଥାଏ। ତା’ସହ ପାଚନତନ୍ତ୍ର ଦୁର୍ବଳ ହୋଇଥାଏ। ମକା ଦାନାରେ ଷ୍ଟାର୍ଚ ଭରପୂର୍‌ ଥାଏ। ଯେତେବେଳେ ଏହା ସହ ପାଣି ମିଶିଥାଏ, ପେଟରେ ଗ୍ୟାସ୍‌ ସୃଷ୍ଟି ହୁଏ। ଏହାଦ୍ୱାରା ପେଟ ଯନ୍ତ୍ରଣା, ଏସିଡିଟି ଏବଂ ଅନେକ ଗମ୍ଭୀର ସମସ୍ୟା ଦେଖାଦେଇଥାଏ। ଯଦି ଶୋଷ ଲାଗୁଥାଏ, ତେବେ ମକା ଖାଇବାର ଅତିକମ୍‌ରେ ଅଧଘଣ୍ଟା ପରେ ପାଣି ପିଇବା ଉଚିତ। ଏହାଦ୍ୱାରା ଶରୀରରେ କୌଣସି ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପନିର୍‌ ମାଜିଷ୍ଟିକ୍‌

ସମ୍ବଲପୁର ସହରର ଜଗନ୍ନାଥ କଲୋନୀ ଛକଠାରେ ମିଡ୍‌ଟାଉନ୍‌ ରେସ୍ତୋରାଁ ଗ୍ରାହକମାନଙ୍କ ରୁଚି ଅନୁସାରେ ପ୍ରସ୍ତୁତ କରୁଛି ସ୍ବାଦିଷ୍ଠ ଖାଦ୍ୟ। ପନିର ମାଜିଷ୍ଟିକ୍‌ ଏହାର ମୁଖ୍ୟ ଡିଶ୍‌।...

କ୍ୟାନସର୍‌ ଆଶଙ୍କା ହ୍ରାସ କରିବ ସାଇକେଲିଂ

ମହଙ୍ଗା ବାଇକ୍‌ ଏବଂ ବିଳାସପୂର୍ଣ୍ଣ କାର୍‌ ସବୁବେଳେ ଷ୍ଟାଟସ୍‌ ସିମ୍ବଲ ହୋଇରହିଛି। କିନ୍ତୁ ଏବେ ସ୍ବାସ୍ଥ୍ୟ ପ୍ରତି ସଚେତନ ଲୋକଙ୍କ ମଧ୍ୟରେ ସାଇକେଲ୍‌ର ଚାହିଦା ତୀବ୍ର...

ଗୃହିଣୀଙ୍କ ପାଇଁ

ଶପିଂକୁ ଯିବା ପୂର୍ବରୁ ଆପଣଙ୍କ ଗ୍ରୋସରିର ଲିଷ୍ଟ୍‌ ମୋବାଇଲରେ ସେଭ୍‌ କରନ୍ତୁ। ଏପରି କଲେ ଆପଣ କୌଣସି ଦୋକାନକୁ ଯାଇ ସାମଗ୍ରୀ ଆଣିବାକୁ ଭୁଲିବେ ନାହିଁ।...

ଡାଇବେଟିସ୍‌ ରୋଗୀ ପାଇଁ ଉପକାରୀ ଫଳ

ସାଧାରଣତଃ ଡାଇବେଟିସ ରୋଗୀଙ୍କୁ ଖାଦ୍ୟ ଉପରେ କଟକଣା ଲଗାଇଥାନ୍ତି ଡାକ୍ତର। ନ୍ୟୁଟ୍ରିସନର ଅଭାବ ଓ ଖାଦ୍ୟପେୟରେ କଟକଣା ପାଇଁ ଡାଇବେଟିସ ରୋଗୀ ଧୀରେ ଧୀରେ ଦୁର୍ବଳ...

ଜଳାତଙ୍କର ଆତଙ୍କ

ଜଳାତଙ୍କ ରୋଗ ଓ ତା’ର ପ୍ରତିକାର ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୮ ତାରିଖରେ ପାନଳ କରାଯାଇଥାଏ ‘ବିଶ୍ୱ ଜଳାତଙ୍କ ଦିବସ...

ଝାଳ ଦୁର୍ଗନ୍ଧ ହେଉଛି କି? ଜାଣନ୍ତୁ କେମିତି ଦୂର କରିବେ…

ଖରାଦିନେ ଅନେକଙ୍କର ଝାଳ ବୋହିଥାଏ। ବେଳେବେଳେ ଏହି ଝାଳ ଖୁବ୍‌ ଦୁର୍ଗନ୍ଧ ମଧ୍ୟ ହୁଏ; ଯଦ୍ୱାରା ଅପ୍ରୀତିକର ପରିସ୍ଥିତି ଉପୁଜିଥାଏ। ବିଶେଷଜ୍ଞଙ୍କ ମତରେ, ଶରୀରରୁ ଝାଳ...

ଗହମ ବ୍ୟତୀତ ଖାଆନ୍ତୁ ଏସବୁ ଶସ୍ୟରୁ ପ୍ରସ୍ତୁତ ରୁଟି, ମିଳିବ ଅନେକ ରୋଗରୁ ମୁକ୍ତି

ଖାଦ୍ୟରେ ରୁଟିକୁ ସମ୍ପୂର୍ଣ୍ଣ ଆହାର କୁହାଯାଇଥାଏ। ଦିନରେ ହେଉ କି ରାତିରେ। ରୁଟି ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ତେବେ...

ବ୍ୟାୟାମ କଲେ ବୃଦ୍ଧିପାଏ ବୟସ୍କଙ୍କ ସ୍ମରଣ ଶକ୍ତି

ନ୍ୟୁୟର୍କ:  ବ୍ୟାୟାମ କଲେ ବୟସ୍କମାନଙ୍କ ମସ୍ତିଷ୍କର କାର୍ଯ୍ୟଦକ୍ଷତା ଓ ସ୍ମରଣ ଶକ୍ତି ବୃଦ୍ଧି ପାଏ  । ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଏହା ଜାଣିବାକୁ ମିଳିଛି।...

Advertisement
Archives

Model This Week