ଗଞ୍ଜାମରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଭୟଭୀତ ନ ହେବା ପାଇଁ ଜିଲାବାସୀଙ୍କୁ ଅନୁରୋଧ କଲେ ଜିଲାପାଳ

ଛତ୍ରପୁର,୭ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗୋଟିଏ ଦିନରେ ଜିଲାରେ ୧୭ ପଜିଟିଭ୍‌ ବାହାରିଥିବାରୁ ଜିଲାବାସୀ ଭୟଭୀତ ହୋଇପଡ଼ିଛନ୍ତି। ସମସ୍ତ ପଜିଟିଭ୍‌ ସୁରଟ ଫେରନ୍ତା ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ କହିଛନ୍ତି। ଏମାନଙ୍କଠାରେ କୋଭିଡ୍‌ର କୋଣସି ଲକ୍ଷଣ ନ ଥିଲା ବୋଲି ଜିଲାପାଳ କହିଛନ୍ତି। ସ୍ବାବ୍‌ ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ସମସ୍ତ ପଜିଟିଭ୍‌ ବ୍ୟକ୍ତିଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କର ଠିକ୍‌ ଯତ୍ନ ନିଆଯାଉଛି ଏବଂ ନିଆଯିବ ବୋଲି ଜିଲାପାଳ କହିଛନ୍ତି। ଜିଲାବାସୀ ଏଥିନେଇ ଭୟଭୀତ ନ ହେବାକୁ ଜିଲାପାଳ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ୪ଜଣଙ୍କଠାରେ ପଜିଟିଭ୍‌ ମିଳିଥିବାବେଳ ବର୍ତ୍ତମାନ ଏହି ସଂଖ୍ୟା ୨୧ରେ ପହଞ୍ଚିଛି। ଗୁରୁବାର ଏସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ୧୭ ପଜିଟିଭ୍‌ଙ୍କ ମଧ୍ୟରେ ୧୮ରୁ ୫୦ବର୍ଷ ମଧ୍ୟରେ ୧୬ଜଣ ପୁରୁଷ ଥିବାବେଳେ ଜଣେ ୨୦ବର୍ଷୀୟା ମହିଳା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ କାରଖାନାରେ କମ୍ପ୍ରେସର ଫାଟି କର୍ମଚାରୀ ମୃତ

କୋରାପୁଟ,୮।୮(ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ା ହାଲ୍‌ ସୁଖୋଇ ଫ୍ୟାକ୍ଟ୍ରିରେ ଗୁରୁବାର ଅପରାହ୍ନ ୩ଟାରେ ଅଘଟଣ ଘଟିଛି। କମ୍ପ୍ରେସର ବିସ୍ପୋରଣ ହେବାରୁ କାର୍ଯ୍ୟରତ ଜଣେ କର୍ମଚାରୀଙ୍କର ଘଟଣାସ୍ଥଳରେ...

ସ୍କୁଟି ସହ ଦେଶୀମଦ ଜବତ, ୪ ଗିରଫ

ଦିଗପହଣ୍ଡି(ଡି.ଏନ୍‌.ଏ.)/ପାଟପୁର,୧୭ା୪- ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା ଗୁପ୍ତେଶ୍ୱର ଶୈବପୀଠ ସମ୍ମୁଖରୁ ଦିଗପହଣ୍ଡି ପୋଲିସ ଗୁରୁବାର ସ୍କୁଟି (ନଂ.ଓଡି୦୭ଟି-୯୫୩୮) ସହ ୨୫୦ ଦେଶୀମଦ ପାଉଚ ଜବତ କରିଛି।...

ଭାଇ ସହ ମିଶି ସ୍ବାମୀଙ୍କୁ ହତ୍ୟା ଘଟଣା: ସ୍ତ୍ରୀ,ଶାଳକଙ୍କ ପରେ ଶ୍ୱଶୁର ଗିରଫ

ଜଗନ୍ନାଥପ୍ରସାଦ,୨୩ା୧୧(ଡି.ଏନ.ଏ.): ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଟାଧର ଗ୍ରାମରେ ନିଜ ଶ୍ୱଶୁର ଘରେ ବୁଧବାର ରାତିରେ ଟୁଲୁ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଟୁଲୁଙ୍କ ସ୍ତ୍ରୀ...

ସଚେତନତାର ବାର୍ତ୍ତା ନେଇ ଶୋଭାଯାତ୍ରା : ପାଳିଲେ ‘ବିଶ୍ୱ ମହିଳା ଦିବସ’

ସିମୁଳିଆ, ୮।୩(ଡି.ଏନ.ଏ.)-ନାରୀମାନଙ୍କୁ ସମ୍ମାନ ଓ ସଶକ୍ତୀକରଣର ବାର୍ତ୍ତା ଦେଇ ରବିବାର ପୂର୍ବାହ୍ନରେ ‘ବିଶ୍ୱ ମହିଳା ଦିବସ’ ପାଳିତ ଅବସରରେ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ପ୍ରୟାସ ଅନୁଷ୍ଠାନର...

ବାଟ ହୁଡୁଛି ଆଇଟିଡିଏ ଉନ୍ନୟନ କାର୍ଯ୍ୟ

ଦାରିଙ୍ଗବାଡ଼ି,୨୫।୧(ଡି.ଏନ୍‌.ଏ.) – ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ଅଞ୍ଚଳ କାଟିଙ୍ଗିଆ ପଞ୍ଚାୟତର ତିଆରିଗାଁ ଛାତ୍ରାବାସ ଏବଂ ସରାମୁଳି ପଞ୍ଚାୟତର ପାକଲମାହା ଛାତ୍ରାବାସରେ ବହୁ ଅବ୍ୟବସ୍ଥା ଦେଖାଯାଇଛି ।...

ବେଆଇନ ବାଲି ଉଠାଣକୁ ଗ୍ରାମବାସୀଙ୍କ ବିରୋଧ

କପ୍ତିପଦା,୧୭ା୩(ଡି଼.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ସୋନ ନଦୀର ବିଶୋଳ ପଞ୍ଚାୟତ ନିକଟ ଏକ ବାଲି ଘାଟରୁ ଜେସିବି ଲଗାଇ ବେଆଇନ ଭାବେ ବାଲି...

ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ଜଣେ ଗିରଫ, ଗଞ୍ଜେଇ ଜବତ

ବାଲେଶ୍ୱର ଅଫିସ,୩୧।୮: ବାଲେଶ୍ୱର ଜିଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ଶନିବାର ପୂର୍ବାହ୍ନରେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଫତେପୁର ଗ୍ରାମରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ...

ଅବକାରୀ ବିଭାଗର ଚଢ଼ାଉ: ୨ଗିରଫ

ପଦ୍ମପୁର,୨୦।୫(ଡି.ଏନ୍‌.ଏ): ଭଦ୍ରକ ଜିଲାରେ ଅବକାରୀ ବିଭାଗ ଚଢ଼ାଉ କରିଛି। ସାବରଙ୍ଗ ଥାନା ଅନ୍ତର୍ଗତ ଏରଡା ବଜାର ଓ ସାବରଙ୍ଗ ଛକରେ ଥିବା ଚୋରା ମଦ ଦୋକାନ...

Advertisement
Archives

Model This Week