ଭୋଟର ଲିଷ୍ଟରେ ଡିଲିଟ ଷ୍ଟାମ୍ପ: ୪ଘଣ୍ଟା ଅପେକ୍ଷା କଲେ, ଭୋଟ ନ ଦେଇ ଫେରିଲେ

ପରଜଙ୍ଗ, ୨୪।୪(ଡି.ଏନ୍‌.ଏ.)- ସକାଳ ୭ଟାରୁ ଅପେକ୍ଷା କରିଥିଲେ ଭୋଟ ଦେବାକୁ। ଦୀର୍ଘ ୪ ଘଣ୍ଟା ପରେ ବୁଥ୍‌ ଭିତରକୁ ଯିବାକୁ ମିଳିଲା ସୁଯୋଗ। ତଥାପି ମନରେ ନ ଥିଲା ସାମାନ୍ୟ ଅନୁଶୋଚନା କି କ୍ଷୋଭ। ହେଲେ ଭୋଟର ଲିଷ୍ଟ ଉପରେ ବାଜିଥିବା ଡିଲିଟ୍‌ ଷ୍ଟାମ୍ପ ସବୁ ବିଗାଡ଼ିଦେଲା। ହସହସ ମୁହଁରେ ଭୋଟ ଦେବାକୁ ସିନା ଯାଇଥିଲେ, ହେଲେ ବୁଥ୍‌ରୁ ବାହାରିବାବେଳକୁ ଜକେଇ ଆସିଥିଲା ଆଖି। ମୁହଁରୁ ସ୍ପଷ୍ଟ ବାରି ହୋଇପଡୁଥିଲା ଭୋଟ ନ ଦେଇପାରିବାର ଦୁଃଖ। ଏପରି ତ୍ରୁଟି ପାଇଁ ୮୫ ବର୍ଷ ବୟସ୍କା ସୁକୁମାରୀ ମଲ୍ଲିକ ଦାୟୀ କରିଛନ୍ତି ପ୍ରଶାସନିକ ଅବହେଳାକୁ। ଜାଣିଶୁଣି ତାଙ୍କ ନାମକୁ କାଟିଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ପରଜଙ୍ଗ ନିର୍ବାଚନମଣ୍ଡଳୀର ୧୧୧ନଂ. ବୁଥ୍‌କୁ ଭୋଟ ଦେବାକୁ ଆସିଥିଲେ ପରଜଙ୍ଗ ଗ୍ରାମର ବୃଦ୍ଧା ସୁକୁମାରୀ ମଲ୍ଲିକ। ତାଙ୍କ ହାତରେ ଥିଲା ଭୋଟର ପରିଚୟ ପତ୍ର। ହେଲେ ନିର୍ବାଚନ ଅଧିକାରୀ ଯାଞ୍ଚ କରିବା ସମୟରେ କ୍ରମିକ ସଂଖ୍ୟା ଥିବା ଭୋଟର ଲିଷ୍ଟରେ ଡିଲିଟ୍‌ ଲେଖାଥିବା ମୋହର ବାଜିଥିଲା। ତେଣୁ ନିୟମ ଅନୁଯାୟୀ ପ୍ରିଜାଇଡିଂ ଅଫିସର ତାଙ୍କୁ ମତସାବ୍ୟସ୍ତ କରିବାକୁ ସୁଯୋଗ ଦେଇ ନ ଥିଲେ। ଫଳରେ ସୁକୁମାରୀ ନିରାଶରେ ଘରକୁ ଫେରିଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ପ୍ରକଳ୍ପରେ ମଣିଖମ୍ବ, ଶୌଚାଳୟ ନିର୍ମାଣ ଦାବି

ଖଣ୍ଡପଡ଼ା,୧ା୫(ସ୍ବ.ପ୍ର.): ଶ୍ରୀ ନୀଳମାଧବ ପୀଠର ବିକାଶ ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଇତିମଧ୍ୟରେ ଠାକୁରଙ୍କ ଚନ୍ଦନ ପୋଖରୀର ପୁନରୁଦ୍ଧାର...

ନିମ୍ନମାନର ଚାଉଳ ଦେଇ ଫସିଲା ଯୋଗାଣକାରୀ ସଂସ୍ଥା

ବରଗଡ଼ ଅଫିସ୍‌,୨୨।୪: ମହାମାରୀ କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ନେଇ ସଂକ୍ରମିତ, ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଫଳରେ ଏହାକୁ ପ୍ରତିହତ କରିବା ପାଇଁ ସାରାଦେଶରେ...

ପାଳନ ହେଲାନି ବିଶ୍ୱ ଐତିହ୍ୟ ଦିବସ: ଖରାରେ ଛିଡ଼ା ହୋଇ ଫେରିଲେ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ,୧୯।୪- ଢେଙ୍କାନାଳ ଜିଲା ସଦର ମହକୁମାରେ ଚଳିତ ବର୍ଷ ବିଶ୍ୱ ଐତିହ୍ୟ ଦିବସ ପାଳନ ହୋଇନାହିଁ। ଫଳରେ ସ୍କୁଲ ଛାତ୍ରୀଛାତ୍ରୀମାନେ ୨ ଘଣ୍ଟା ଖରାରେ...

ସୁନ୍ଦରଗଡ ଜିଲାରେ କରୋନା ପଜିଟିଭ ସଂଖ୍ୟା ୩ରେ ପହଞ୍ଚିଲା: ବିଶ୍ରା ଅଞ୍ଚଳରେ ଆହୁରି ୪୮ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧି ବଢିଲା

ସୁନ୍ଦରଗଡ,୨୦।୪(ଡି.ଏନ୍‌.ଏ.) ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ୬ଟି ଜିଲାକୁ ହାଇରିସ୍କ ଜିଲା ଭାବେ ଘୋଷଣା କରାଯାଇଛି। ଏଥି ମଧ୍ୟରେ ସୁନ୍ଦରଗଡ ଜିଲା ରହିଛି। ଗତ ୧୧...

ଜିଦ୍‌ରେ ଆନ୍ଧ୍ର, ଅନାଇଛି ଓଡ଼ିଶା

ପଟ୍ଟାଙ୍ଗି, ୧୦।୨(ଡି.ଏନ.ଏ.):କୋଟିଆ ଲୋଭ ଛାଡ଼ିପାରୁନାହିଁ ଆନ୍ଧ୍ର। କଳ, ବଳ, କୌଶଳ ଖଟାଇ ସୀମାନ୍ତ ଓଡ଼ିଶାର ଏହି ଭୂଖଣ୍ଡକୁ କରାୟତ୍ତ କରିବା ଲାଗି ଜିଦ୍‌ରେ ଅଟଳ ରହିଛି...

ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୪।୬-ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ମିନିଟ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର...

ପାଣି ପାଇଁ ପଡ଼ିଲାଣି ଭାଳେଣି

ପାରାଦୀପ,୫।୧୨(ସ୍ବ.ପ୍ର.): ପାରାଦୀପ ବନ୍ଦର ଅଞ୍ଚଳବାସୀଙ୍କ ଏବେଠାରୁ ପାଣି ପାଇଁ ଭାଳେଣି ପଡିଲାଣି। କାରଣ ବନ୍ଦର ପ୍ରଶାସନ ସମସ୍ତ ଅଧିବାସୀଙ୍କୁ ପାଣି କମ୍‌ ବ୍ୟବହାର କରିବାକୁ ଡାକବାଜି...

ରାତିରେ ଅଁଧାର, ଦିନବେଲା ଜଲୁଛେ ଷ୍ଟ୍ରିଟ୍‌ଲାଇଟ୍‌

ଗୁଡ଼ଭେଲା,୧୭ା୪(ଡି.ଏନ.ଏ):  ସରକାର ବିଦ୍ୟୁତ ସଞ୍ଚୟ ଲାଗି ଲୁକ୍‌କୁ ସଚେତନ କରୁଛନ୍‌। ହେଲେ ବଲାଙ୍ଗୀର ଜିଲା ତୁଷୁରା ସହରରେ ଥିବାର ଷ୍ଟ୍ରିଟଲାଇଟମାନ ଦିନବେଲା ଜଲୁଥିଲାବେଲେ ବଡ଼ଭାଗି ଲାଇଟ୍‌...

Advertisement
Archives

Model This Week