ଭିନ୍ନ ଢଙ୍ଗରେ ଛାତ୍ରୀ ପାଳିଲେ ରକ୍ଷା ବନ୍ଧନ: ଜରିମୁକ୍ତ ରାଖୀ ପ୍ରସ୍ତୁତ କରି ଭାଇଙ୍କ ହାତରେ ବାନ୍ଧିଲେ

ପଦ୍ମଗିର/ମାଲକାନଗିରି,୧୪ା୮ (ଡି.ଏନ୍‌.ଏ.): ସାଧାରଣତଃ ରାଖୀ ପୂର୍ଣ୍ଣିମା ଆସିଲେ ଭଉଣୀମାନେ ଭାଇଙ୍କ ହାତରେ ରାଖୀବାନ୍ଧି ଆଶୀର୍ବାଦ ନେବା ସହ ଭାଇମାନଙ୍କ ମଙ୍ଗଳ କାମନା କରିଥାନ୍ତି। ଭାଇମାନେ ମଧ୍ୟ ଭଉଣୀ ପାଇଁ ରକ୍ଷା କବଚ ପାଲଟିଥାନ୍ତି। ଏହି ଦିନଟିକୁ ଭଉଣୀମାନେ ଅପେକ୍ଷା କରି ରହିଥାନ୍ତି। ରାଖୀ ସମୟ ଆସିଲେ ବଜାରରୁ ବିଭିନ୍ନ ପ୍ରକାର ରାଖୀ କିଣିଥାନ୍ତି। ବଜାରର ଏହି ସବୁ ରାଖୀ ପଲିଥିନ ଜରିରେ ବିଭିନ୍ନ ରଙ୍ଗ ବେରଙ୍ଗ ଦେଇ ପ୍ରସ୍ତୁତ ହୋଇଥାଏ। ଏହି ପଲିଥିନ ଓ ଜରିରେ ପ୍ରସ୍ତୁତ ରାଖୀ ଆମ ପରିବେଶ ପାଇଁ ମଙ୍ଗଳକର ନୁହେଁ ା ଏହାଦ୍ୱାରା ପରିବେଶ ଦୂଷିତ ହେବା ସହ ମୃତିକା ବିଷାକ୍ତ ହୋଇଥାଏ ା ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଜରିରେ ପ୍ରସ୍ତୁତ ରାଖୀକୁ ବର୍ଜନ କରି ପ୍ରାକୃତିକ ଫୁଲ, ପତ୍ରରେ ରାଖୀ ତିଆରି କରି ଭଉଣୀମାନେ ଭାଇଙ୍କ ହାତରେ ବାନ୍ଧି ପରିବେଶ ପାଇଁ ଏକ ଭଲ ବାର୍ତ୍ତା ଦେଇଛନ୍ତି ମାଲକାନଗିରି ଜିଲା ସଦର ବ୍ଲକ ପଦ୍ମଗିରି ପଞ୍ଚାୟତ ସଦର ମହକୁମା ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟର ଆବାସିକ ଛାତ୍ରୀମାନେ ା ବୁଧବାର ରାଖୀ ପୂର୍ଣ୍ଣିମାର ଦିନକ ପୂର୍ବରୁ ବିଦ୍ୟାଳୟ ପରିସରରେ ୪ଶହରୁ ଊର୍ଦ୍ଧ୍ୱ ଅନ୍ତେବାସୀ ଛାତ୍ରୀ ସେହି ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ୪ଶହ ଛାତ୍ରଙ୍କୁ ନିଜର ଭାଇ ମନେକରି ରାଖୀ ବାନ୍ଧିଛନ୍ତି। ଫୁଲ, ଦୁବଘାସ, ବିଭିନ୍ନ ରଙ୍ଗ ବେଙ୍ଗର ପତ୍ର ସଂଗ୍ରହ କରି ଗଛର ଡୋରିରେ ବାନ୍ଧି ରାଖୀଗୁଡିକ ସେମାନେ ତିଆରି କରିଥିଲେ ା ପ୍ରତ୍ୟେକ ଛାତ୍ରୀ ଥାଳିରେ ଦୁବ, ଅରୁଆ ଚାଉଳ, ହଳଦୀ, ସିନ୍ଦୁର ଭାଇମାନଙ୍କ ମଥାରେ ଦେଇ ବନ୍ଦାପନା କରି ରାଖୀ ବାନ୍ଧିଥିଲେ ା ରାଖୀ ବାନ୍ଧିସାରି ଭାଇମାନଙ୍କୁ ମିଠା ମଧ୍ୟ ଖାଇବାକୁ ଦେଇଥିଲେ। ଭାଇମାନେ ଭଉଣୀମାନଙ୍କୁ ଆଶୀର୍ବାଦ କରି ଏହି ବିଦ୍ୟାଳୟରେ ଥିବା ପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ଦାୟିତ୍ୱ ସେମାନଙ୍କର ବୋଲି ଆଶ୍ୱସନା ଦେଇଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ମାଲକାନଗିରି ବ୍ଲକ ଅଧ୍ୟକ୍ଷ
ଅକ୍ଷୟ ନାୟକ, ଆଦିବାସୀ ମହାସଂଘ ଉପଦେଷ୍ଟା ଘନଶ୍ୟାମ ମାଡକାମି ଯୋଗଦେଇ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ପ୍ରେରଣା ଓ ଉତ୍ସାହ ଯୋଗୁ ଛାତ୍ରୀମାନଙ୍କ ଏପରି ପ୍ରୟାସ ନିଶ୍ଚିତ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ପ୍ରେରଣା ଦେବ। ମାଲକାନଗିରି ଜିଲାର ସମସ୍ତ ଆବାସିକ ବିଦ୍ୟାଳୟରେ ଏପରି କାର୍ଯ୍ୟକ୍ରମ କରି ପରିବେଶ ସୁରକ୍ଷାରେ ସମସ୍ତେ ନିୟୋଜିତ ହେବାପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଅଳି କୁମାରୀ ଦେବ ଅଧ୍ୟକ୍ଷତା କରିଥିଲେ। ଶିକ୍ଷକ ମହେନ୍ଦ୍ର ପରିଡା, ନାଗେଶ ପାତିକା ସନ୍ତୋଷ ସାହୁ, ଶେଖ ମେହେବୁବ୍‌, ଏସ୍‌. କୁଞ୍ଜାମି, ଅକ୍ଷୟ କୁମାର ଦାସ, ବିଜୟ କୁମାର ଜେନା, ଲିଲି ପଣ୍ଡା, ସୁଲୋଚନା ମହାରଣା, କସ୍ତୁରୀ ମହାରଣା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ଶିବିର ଧ୍ୱଂସ, ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୧ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ କୋଣ୍ଡାଗାଓଁ ଅଞ୍ଚଳରେ ରବିବାର ଯବାନମାନେ ମାଓବାଦୀ ଶିବିର ଧ୍ୱଂସ କରିବା ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ଛତିଶଗଡ଼...

ଗଛ ଉପୁଡ଼ି ମୁଖ୍ୟରାସ୍ତାରେ ପଡ଼ିଲା, ଯାତାୟାତ ବାଧାପ୍ରାପ୍ତ

ମାଥିଲି,୨୧ା୭(ସୁବାସ ଚନ୍ଦ୍ର ଖୁଡୁପିଆ): ମୁଖ୍ୟ ରାସ୍ତା ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲା ମାଥିଲି ବ୍ଲକଠାରୁ କିଆଙ୍ଗ ଓ ଛତିଶଗଡ଼କୁ ସଂଯୋଗ କରୁଥିବା କୋରାପଲ୍ଲୀ ଗଁା...

ମାଲକାନଗିରି ଉବୁଟୁବୁ

ମାଲକାନଗିରି/ କାଲିମେଳା,୨୧ା୭(ଦୁର୍ଯ୍ୟୋଧନ ପାତ୍ର/ ଜୀବନକୃଷ୍ଣ ଦାସ)ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। କାଲିମେଳା ବ୍ଲକ୍‌ର ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମ୍‌ଭି ୯୦...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳି ପଡ଼ିଲେ ମାଓବାଦୀ

ମାଲକାନଗିରି,୨୦ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍‌ମା ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଜଗରଗୁଣ୍ଡା ଥାନା ଅଞ୍ଚଳର ପାହାଡ଼ ଏବଂ ଜଙ୍ଗଲରେ ମାଓବାଦୀ ସଂଗଠନ...

ପ୍ରବଳ ବର୍ଷାରେ ଧସିଲା ପାହାଡ଼

ମାଲକାନଗିରି,୨୦।୭: ମାଲକାନଗିରି ଜିଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ବଣ୍ଡାଘାଟିରେ ବର୍ଷା ବିତ୍ପାତ  ଦେଖିବାକୁ ମିଳିଛି । ଲଗାଣ ବର୍ଷାରେ ପାହାଡ଼ ଧସିଛି। ଫଳରେ...

ମାଲକାନଗିରିରେ ପ୍ରବଳ ବର୍ଷା: ବୁଡ଼ିଲା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି,୨୦।୭: ମାଲକାନଗିରି ଜିଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ପ୍ରବଳ ବର୍ଷାରେ କାଙ୍ଗୁରୁ କଣ୍ଡା ପୋଲ ଉପରେ ୨ରୁ ୩ ଫୁଟ ପାଣି ଚାଲିଥିବା...

ଓଡ଼ିଶା-ଆନ୍ଧ୍ର ସହ ତେଲଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି/କାଲିମେଳା/ ଏମ୍‌ଭି-୭୯,୨୦ା୭ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/ ଭି.କି ବାରିକ): ମାଲକାନଗିରି ଜିଲାରେ ଶୁକ୍ରବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲଘୁଚାପଜନିତ ବର୍ଷା ଲାଗିରହିଛି। ଜିଲାରେ ମୋଟ ୮୩.୮...

ଆଇଡି ବିସ୍ଫୋରଣ ପରେ ସର୍ଚ୍ଚ ଅପରେଶନ ଜୋର୍‌ଦାର

ମାଲକାନଗିରି,୧୮।୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଗୁରୁବାର ଆଇଡି ବିସ୍ପୋରଣ ଘଟି ୨ଜଣ ଯବାନ ଶହୀଦ ହୋଇଥିବା ବେଳେ ୪ଜଣ ଯବାନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri