ଭିନ୍ନମତ ପାଇଁ ଜାଗା ନାହିଁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଏବେ ଗ୍ରହଣ କରାଯାଇଥିବା ଏକ ପଦକ୍ଷେପ ୨୦୧୦ରେ ମୋଦି ସରକାରଙ୍କ ପ୍ରଥମ ପାଳିରେ ଘଟିଥିବା ଅନୁରୂପ ଘଟଣାକୁ ସ୍ମରଣ କରାଇଦେଇଛି। ନୂତନ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର (ସିଭିସି) ଭାବେ ସଞ୍ଜୟ କୋଠାରୀ ଏବଂ ନୂତନ କେନ୍ଦ୍ରୀୟ ସୂଚନା କମିଶନର ଭାବେ ବିମଲ ଜୁଲ୍‌କାଙ୍କ ନିଯୁକ୍ତି ବିବାଦ ଭିତରକୁ ଟାଣି ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ କ୍ଷମତାସମ୍ପନ୍ନ ଚୟନ କମିଟିର କଂଗ୍ରେସ ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ ଏହି ନିଯୁକ୍ତିକୁ ଦୃଢ ବିରୋଧ କରିଛନ୍ତି। କୋଠାରୀ ଭାରତର ରାଷ୍ଟ୍ରପତିଙ୍କ ସଚିବ ଥିବାବେଳେ ପୂର୍ବତନ ସୂଚନା ଓ ପ୍ରସାରଣ ସଚିବ ଥିବା ଜୁଲ୍‌କା ଏବେ ସୂଚନା କମିଶନର ଅଛନ୍ତି। ଚୟନ କମିଟି ମଧ୍ୟରେ ରହିଥିବା ଦୋଷଦୁର୍ବଳତା ଉପରେ ଚୌଧୁରୀ ଆପତ୍ତି ଉଠାଇଛନ୍ତି। ଚୟନ କମିଟିରେ ରାଜସ୍ବ ସଚିବ ରାଜୀବ କୁମାରଙ୍କ ଉପସ୍ଥିତିକୁ ନେଇ ସେ ଆପତ୍ତି କରିଥିଲେ, କାରଣ କୁମାର ନିଜେ ସିଭିସି ପଦ ପାଇଁ ଅନ୍ୟତମ ଆବେଦନକାରୀ ଥିଲେ! କୁମାରଙ୍କ ସହିତ କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଉଛନ୍ତି କ୍ୟାବିନେଟ ସଚିବ ରାଜୀବ ଗୌବା ଏବଂ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବ ସି. ଚନ୍ଦ୍ରମୌଳି। ଚୌଧୁରୀଙ୍କ ପ୍ରତିବାଦକୁ ସଂଖ୍ୟାଧିକ ନିଷ୍ପତ୍ତି କ୍ରମେ ଅଣଦେଖା କରାଯାଇଥିଲା, କିନ୍ତୁ ମୋଦିଙ୍କ ଦ୍ୱାରା ନିଆଯାଇ ସାରିଥିବା ନିଷ୍ପତ୍ତିର ଏହା କେବଳ ଔପଚାରିକତା ଥିଲା ବୋଲି ସେ କୌଣସି ପ୍ରକାରେ ସ୍ବର ଉତ୍ତୋଳନ କରିବାକୁ ସକ୍ଷମ ହୋଇଥିଲେ।
ୟୁପି ବାବୁଙ୍କ ଭବିଷ୍ୟତ କୋମାରେ
ଉତ୍ତରପ୍ରଦେଶ ସରକାର ଏହାର ବରିଷ୍ଠ ବାବୁମାନଙ୍କୁ କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ ପଠାଇବାକୁ ଅନିଚ୍ଛୁକ ଥିବା କଥାକୁ ନେଇ ବିଶେଷକରି ୧୯୮୮ ଓ ୧୯୯୯ ବ୍ୟାଚ୍‌ର ବାବୁମାନେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ୧୯୮୬ ଓ ୧୯୮୭ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀମାନେ ପ୍ରମୁଖ ସଚିବ ପଦରୁ ଅତିରିକ୍ତ ମୁଖ୍ୟ ସଚିବ ପଦକୁ ପଦୋନ୍ନତି ପାଇଥିବାବେଳେ ତା’ ପର ବ୍ୟାଚ୍‌ର ଅଧିକାରୀମାନେ ପଦୋନ୍ନତି ପାଇବାକୁ ହକ୍‌ଦାର। କିନ୍ତୁ ଯୋଗୀ ସରକାର ଏଥିଲାଗି ଆଗ୍ରହ ଦେଖାଉ ନାହାନ୍ତି। ଗୁଜରାଟ ସରକାର ଅତିରିକ୍ତ ମୁଖ୍ୟ ସଚିବ ଭାବେ ତାଙ୍କ ରାଜ୍ୟର ୧୯୮୯ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀମାନଙ୍କ ପଦୋନ୍ନତି ଲାଗି ପଥ ପରିଷ୍କାର କରିବା ପରଠାରୁ ଉତ୍ତରପ୍ରଦେଶ ବାବୁମାନେ ଅଶାନ୍ତିରେ ଅଛନ୍ତି। ସେମାନେ ଅନୁଭବ କରୁଛନ୍ତି ଯେ, ସେମାନଙ୍କୁ ତାଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରାଯାଉଛି। କେବଳ ନିଜ ରାଜ୍ୟରେ ପଦୋନ୍ନତି ଦୃଷ୍ଟିରୁ ନୁହେଁ, ବରଂ ସେମାନଙ୍କ କ୍ୟାରିୟର ଲାଗି ନିହାତି ଆବଶ୍ୟକ ମନେ କରାଯାଉଥିବା କେନ୍ଦ୍ରୀୟ ପ୍ରତିନିଯୁକ୍ତି ସୁଯୋଗରୁ ବି ସେମାନଙ୍କୁ ବଞ୍ଚିତ କରାଯାଉଛି। ତେଣୁ ସେମାନଙ୍କ ଭବିଷ୍ୟତ ଏବେ କୋମାରେ। କୁହାଯାଉଛି କି, ଅତିରିକ୍ତ ମୁଖ୍ୟ ସଚିବ ପଦ ସଂଖ୍ୟା ନିର୍ଦ୍ଧାରିତ ହୋଇଥିବାରୁ ଯୋଗୀ ସରକାର ନାଚାର। ତେବେ କାହିଁକି ୟୁପି ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ ବାବୁମାନଙ୍କୁ ଅନୁମତି ଦେଉନାହାନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସ୍ବତନ୍ତ୍ର କ୍ୟାଡର ଦାବି
ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ତାଙ୍କ ରାଜ୍ୟ ପାଇଁ ସ୍ବତନ୍ତ୍ର ଆଇଏଏସ୍‌ କ୍ୟାଡର ଦାବି ଦୋହରାଇଛନ୍ତି। ନିକଟରେ ଅରୁଣାଚଳରେ ରାଜ୍ୟ ମାନ୍ୟତା ଦିବସ ପାଳନ ଅବସରରେ ଖଣ୍ଡୁ ରାଜ୍ୟର ଦ୍ରୁତ ବିକାଶ ସକାଶେ ସ୍ବତନ୍ତ୍ର କ୍ୟାଡର ସୃଷ୍ଟି ନିମନ୍ତେ ରହିଥିବା ସମସ୍ତ ଔପଚାରିକତା ପୂରଣ ଲାଗି କାର୍ଯ୍ୟ କରିବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ଦାବି କରିଛନ୍ତି। ରାଜ୍ୟ ପ୍ରତିଷ୍ଠା ହେବାର ୩୩ ବର୍ଷ ପରେ ବି ଅରୁଣାଚଳ ପ୍ରଦେଶର ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ନିଜସ୍ବ କ୍ୟାଡର ନାହିଁ। ବର୍ତ୍ତମାନ ପ୍ରଶାସନିକ ଅଧିକାରୀମାନେ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ପାଇଁ ଥିବା ସାଧାରଣ ଏଜିଏମ୍‌ୟୁଟି କ୍ୟାଡରରୁ ଆସି କାର୍ଯ୍ୟ କରୁଛନ୍ତି। ରାଜ୍ୟ ଏକ ଉତ୍ସର୍ଗୀକୃତ ପ୍ରଶାସନିକ ଅଧିକାରୀଙ୍କ ଟିମ୍‌ ଆବଶ୍ୟକ କରେ ବୋଲି ଖଣ୍ଡୁ ଶାହାଙ୍କୁ କହିଛନ୍ତି, ଯେଉଁମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଭାରତର ସ୍ବପ୍ନକୁ ସାକାର କରିବାରେ ସାହାଯ୍ୟ କରିପାରିବେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଅସ୍ଥାୟୀ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନଙ୍କ ନିଯୁକ୍ତି ଯୋଗୁ ସଂସ୍ଥାଗତ ଦକ୍ଷତା ହ୍ରାସ ପାଉଛି, ଯାହାଦ୍ୱାରା ବିକାଶର ଗତି ମନ୍ଥର ହୋଇଯାଉଛି। ସଂସ୍ଥାଗତ ଦକ୍ଷତା ଏକ ଗ୍ରୁପ୍‌ର ସାମଗ୍ରିକ ଜ୍ଞାନ ଓ ଅଭିଜ୍ଞତାକୁ ବୁଝାଏ। ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ବି.ଡି. ମିଶ୍ର ମଧ୍ୟ ସମାନ ଦାବି ଉଠାଇଛନ୍ତି। ରାଜ୍ୟ ବିଧାନସଭାରେ ବି ରାଜ୍ୟ ପାଇଁ ସ୍ବତନ୍ତ୍ର ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ କ୍ୟାଡର ସୃଷ୍ଟି ଲାଗି ଏକ ପ୍ରସ୍ତାବ ଗୃହୀତ ହୋଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri