ଭିନ୍ନମତ ପାଇଁ ଜାଗା ନାହିଁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଏବେ ଗ୍ରହଣ କରାଯାଇଥିବା ଏକ ପଦକ୍ଷେପ ୨୦୧୦ରେ ମୋଦି ସରକାରଙ୍କ ପ୍ରଥମ ପାଳିରେ ଘଟିଥିବା ଅନୁରୂପ ଘଟଣାକୁ ସ୍ମରଣ କରାଇଦେଇଛି। ନୂତନ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର (ସିଭିସି) ଭାବେ ସଞ୍ଜୟ କୋଠାରୀ ଏବଂ ନୂତନ କେନ୍ଦ୍ରୀୟ ସୂଚନା କମିଶନର ଭାବେ ବିମଲ ଜୁଲ୍‌କାଙ୍କ ନିଯୁକ୍ତି ବିବାଦ ଭିତରକୁ ଟାଣି ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ କ୍ଷମତାସମ୍ପନ୍ନ ଚୟନ କମିଟିର କଂଗ୍ରେସ ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ ଏହି ନିଯୁକ୍ତିକୁ ଦୃଢ ବିରୋଧ କରିଛନ୍ତି। କୋଠାରୀ ଭାରତର ରାଷ୍ଟ୍ରପତିଙ୍କ ସଚିବ ଥିବାବେଳେ ପୂର୍ବତନ ସୂଚନା ଓ ପ୍ରସାରଣ ସଚିବ ଥିବା ଜୁଲ୍‌କା ଏବେ ସୂଚନା କମିଶନର ଅଛନ୍ତି। ଚୟନ କମିଟି ମଧ୍ୟରେ ରହିଥିବା ଦୋଷଦୁର୍ବଳତା ଉପରେ ଚୌଧୁରୀ ଆପତ୍ତି ଉଠାଇଛନ୍ତି। ଚୟନ କମିଟିରେ ରାଜସ୍ବ ସଚିବ ରାଜୀବ କୁମାରଙ୍କ ଉପସ୍ଥିତିକୁ ନେଇ ସେ ଆପତ୍ତି କରିଥିଲେ, କାରଣ କୁମାର ନିଜେ ସିଭିସି ପଦ ପାଇଁ ଅନ୍ୟତମ ଆବେଦନକାରୀ ଥିଲେ! କୁମାରଙ୍କ ସହିତ କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଉଛନ୍ତି କ୍ୟାବିନେଟ ସଚିବ ରାଜୀବ ଗୌବା ଏବଂ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବ ସି. ଚନ୍ଦ୍ରମୌଳି। ଚୌଧୁରୀଙ୍କ ପ୍ରତିବାଦକୁ ସଂଖ୍ୟାଧିକ ନିଷ୍ପତ୍ତି କ୍ରମେ ଅଣଦେଖା କରାଯାଇଥିଲା, କିନ୍ତୁ ମୋଦିଙ୍କ ଦ୍ୱାରା ନିଆଯାଇ ସାରିଥିବା ନିଷ୍ପତ୍ତିର ଏହା କେବଳ ଔପଚାରିକତା ଥିଲା ବୋଲି ସେ କୌଣସି ପ୍ରକାରେ ସ୍ବର ଉତ୍ତୋଳନ କରିବାକୁ ସକ୍ଷମ ହୋଇଥିଲେ।
ୟୁପି ବାବୁଙ୍କ ଭବିଷ୍ୟତ କୋମାରେ
ଉତ୍ତରପ୍ରଦେଶ ସରକାର ଏହାର ବରିଷ୍ଠ ବାବୁମାନଙ୍କୁ କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ ପଠାଇବାକୁ ଅନିଚ୍ଛୁକ ଥିବା କଥାକୁ ନେଇ ବିଶେଷକରି ୧୯୮୮ ଓ ୧୯୯୯ ବ୍ୟାଚ୍‌ର ବାବୁମାନେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ୧୯୮୬ ଓ ୧୯୮୭ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀମାନେ ପ୍ରମୁଖ ସଚିବ ପଦରୁ ଅତିରିକ୍ତ ମୁଖ୍ୟ ସଚିବ ପଦକୁ ପଦୋନ୍ନତି ପାଇଥିବାବେଳେ ତା’ ପର ବ୍ୟାଚ୍‌ର ଅଧିକାରୀମାନେ ପଦୋନ୍ନତି ପାଇବାକୁ ହକ୍‌ଦାର। କିନ୍ତୁ ଯୋଗୀ ସରକାର ଏଥିଲାଗି ଆଗ୍ରହ ଦେଖାଉ ନାହାନ୍ତି। ଗୁଜରାଟ ସରକାର ଅତିରିକ୍ତ ମୁଖ୍ୟ ସଚିବ ଭାବେ ତାଙ୍କ ରାଜ୍ୟର ୧୯୮୯ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀମାନଙ୍କ ପଦୋନ୍ନତି ଲାଗି ପଥ ପରିଷ୍କାର କରିବା ପରଠାରୁ ଉତ୍ତରପ୍ରଦେଶ ବାବୁମାନେ ଅଶାନ୍ତିରେ ଅଛନ୍ତି। ସେମାନେ ଅନୁଭବ କରୁଛନ୍ତି ଯେ, ସେମାନଙ୍କୁ ତାଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରାଯାଉଛି। କେବଳ ନିଜ ରାଜ୍ୟରେ ପଦୋନ୍ନତି ଦୃଷ୍ଟିରୁ ନୁହେଁ, ବରଂ ସେମାନଙ୍କ କ୍ୟାରିୟର ଲାଗି ନିହାତି ଆବଶ୍ୟକ ମନେ କରାଯାଉଥିବା କେନ୍ଦ୍ରୀୟ ପ୍ରତିନିଯୁକ୍ତି ସୁଯୋଗରୁ ବି ସେମାନଙ୍କୁ ବଞ୍ଚିତ କରାଯାଉଛି। ତେଣୁ ସେମାନଙ୍କ ଭବିଷ୍ୟତ ଏବେ କୋମାରେ। କୁହାଯାଉଛି କି, ଅତିରିକ୍ତ ମୁଖ୍ୟ ସଚିବ ପଦ ସଂଖ୍ୟା ନିର୍ଦ୍ଧାରିତ ହୋଇଥିବାରୁ ଯୋଗୀ ସରକାର ନାଚାର। ତେବେ କାହିଁକି ୟୁପି ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ ବାବୁମାନଙ୍କୁ ଅନୁମତି ଦେଉନାହାନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସ୍ବତନ୍ତ୍ର କ୍ୟାଡର ଦାବି
ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ତାଙ୍କ ରାଜ୍ୟ ପାଇଁ ସ୍ବତନ୍ତ୍ର ଆଇଏଏସ୍‌ କ୍ୟାଡର ଦାବି ଦୋହରାଇଛନ୍ତି। ନିକଟରେ ଅରୁଣାଚଳରେ ରାଜ୍ୟ ମାନ୍ୟତା ଦିବସ ପାଳନ ଅବସରରେ ଖଣ୍ଡୁ ରାଜ୍ୟର ଦ୍ରୁତ ବିକାଶ ସକାଶେ ସ୍ବତନ୍ତ୍ର କ୍ୟାଡର ସୃଷ୍ଟି ନିମନ୍ତେ ରହିଥିବା ସମସ୍ତ ଔପଚାରିକତା ପୂରଣ ଲାଗି କାର୍ଯ୍ୟ କରିବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ଦାବି କରିଛନ୍ତି। ରାଜ୍ୟ ପ୍ରତିଷ୍ଠା ହେବାର ୩୩ ବର୍ଷ ପରେ ବି ଅରୁଣାଚଳ ପ୍ରଦେଶର ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ନିଜସ୍ବ କ୍ୟାଡର ନାହିଁ। ବର୍ତ୍ତମାନ ପ୍ରଶାସନିକ ଅଧିକାରୀମାନେ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ପାଇଁ ଥିବା ସାଧାରଣ ଏଜିଏମ୍‌ୟୁଟି କ୍ୟାଡରରୁ ଆସି କାର୍ଯ୍ୟ କରୁଛନ୍ତି। ରାଜ୍ୟ ଏକ ଉତ୍ସର୍ଗୀକୃତ ପ୍ରଶାସନିକ ଅଧିକାରୀଙ୍କ ଟିମ୍‌ ଆବଶ୍ୟକ କରେ ବୋଲି ଖଣ୍ଡୁ ଶାହାଙ୍କୁ କହିଛନ୍ତି, ଯେଉଁମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଭାରତର ସ୍ବପ୍ନକୁ ସାକାର କରିବାରେ ସାହାଯ୍ୟ କରିପାରିବେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଅସ୍ଥାୟୀ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନଙ୍କ ନିଯୁକ୍ତି ଯୋଗୁ ସଂସ୍ଥାଗତ ଦକ୍ଷତା ହ୍ରାସ ପାଉଛି, ଯାହାଦ୍ୱାରା ବିକାଶର ଗତି ମନ୍ଥର ହୋଇଯାଉଛି। ସଂସ୍ଥାଗତ ଦକ୍ଷତା ଏକ ଗ୍ରୁପ୍‌ର ସାମଗ୍ରିକ ଜ୍ଞାନ ଓ ଅଭିଜ୍ଞତାକୁ ବୁଝାଏ। ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ବି.ଡି. ମିଶ୍ର ମଧ୍ୟ ସମାନ ଦାବି ଉଠାଇଛନ୍ତି। ରାଜ୍ୟ ବିଧାନସଭାରେ ବି ରାଜ୍ୟ ପାଇଁ ସ୍ବତନ୍ତ୍ର ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ କ୍ୟାଡର ସୃଷ୍ଟି ଲାଗି ଏକ ପ୍ରସ୍ତାବ ଗୃହୀତ ହୋଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri