Advertisement

ଭିଡିଓ କଲ୍‌ରେ ବାହାଘର

ପାଟନା, ୨୫।୩: କୋଭିଡ୍‌-୧୯ ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ୫ଶହ ଟପିଥିବା ବେଳେ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନ୍ସକୁ ଗୁରୁତ୍ୱ ଦିଆଯାଉଛି। ଏହି ସମୟରେ ବିହାରରେ ଏକ ମୁସଲମାନ ଦମ୍ପତିଙ୍କ ବାହାଘର (ନିକାହ) ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କରୋନା ଯୋଗୁ ସାମୂହିକ ଭାବେ ଏକାଠି ହେବାକୁ ବନ୍ଦ କରାଯାଇଥିବାରୁ ସେମାନେ ଭିଡିଓ କଲ୍‌ ଯୋଗେ ବାହା ହୋଇଛନ୍ତି। ବିହାରରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ପାଟନାର ଏହି ଦମ୍ପତି ବାହାଘର ପାଇଁ ଏଭଳି ନୂତନ ଉପାୟ ଆପଣାଇଛନ୍ତି। ୬୦ ସେକେଣ୍ଡର ଏହି ଭିଡିଓରେ କାନ୍ଥରେ ଲଗାଯାଇଥିବା ଟିଭିରେ ଉଭୟ କନ୍ୟା ଓ ବରପକ୍ଷର ଭିଜୁଆଲ ଦେଖାଯାଉଛି। କିଛି ସମୟ ପରେ ପରିବାର ସଦସ୍ୟ ପରସ୍ପରକୁ କୁଣ୍ଢାଇ ଶୁଭେଚ୍ଛା ଜଣାଉଛନ୍ତି। ଏହାପରେ କନ୍ୟା ଓ ବର ଟିଭି ନିକଟକୁ ଆସି ଉଭୟେ ଉଭୟଙ୍କୁ ବାହାଘର ପରେ ପ୍ରଥମ ଥର ପାଇଁ ଦେଖୁଛନ୍ତି। ଏଭଳି ଆଉ କେତେକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ସିଙ୍ଗାପୁରର ଦମ୍ପତି ନିଜ ରିସେପଶନ ପାର୍ଟିରେ ଭିଡିଓ କଲ୍‌ ଯୋଗେ ଯୋଗଦେଇଥିଲେ। ସେମାନେ ନିକଟରେ ଚାଇନାରୁ ଫେରିଥିବାରୁ ଭିଡିଓ କଲ୍‌ରେ ପାର୍ଟି ଆଟେଣ୍ଡ କରିଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ ସଚିନ, ଲତାଙ୍କ ଟୁଇଟ୍‌ ଉପରେ ହେବ ନାହିଁ ତଦନ୍ତ ’

ନାଗପୁର, ୧୫।୨ : ଭାରତରତ୍ନ ସଚିନ ତେନ୍ଦୁଲକର ଓ ଲତା ମାଙ୍ଗେସକରଙ୍କ ଉପରେ କୌଣସି ତଦନ୍ତ ହେବ ନାହିଁ। ଦେଶରତ୍ନଙ୍କ ସମ୍ପର୍କରେ ମୁଁ ଏଭଳି କହିନାହିଁ...

ମା’ବାପାଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନେଲେ କୋଭିଶିଲ୍ଡ ଟିକା

ନୂଆଦିଲ୍ଲୀ,୪।୩: ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଡାକ୍ତରଖାନାରେ ଗୁରୁବାର ବାପା ଗୋବିନ୍ଦ ରାମ କେଜ୍ରିୱାଲ ଏବଂ ମା’ ଗୀତା ଦେବୀଙ୍କ ସହ ଦିଲ୍ଲୀ ମୁଖ୍ୟ...

ରାମ ମନ୍ଦିର ଭୂମିପୂଜା ପାଇଁ ଆଡଭାନୀ, ଜୋଶୀଙ୍କ ସମେତ ୧୭୫ଲୋକଙ୍କୁ ପଠାଗଲା ନିମନ୍ତ୍ରଣ

ଲକ୍ଷ୍ନୌ,୧।୮: ଅଯୋଧ୍ୟାରେ ଅଗଷ୍ଟ ପ୍ରଥମ ସପ୍ତାହରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିପାଇଁ ରାମନଗରୀ ଏବେ ବିଭିନ୍ନ ରଙ୍ଗରେ ରଙ୍ଗେଇ...

ଅତ୍ୟଧିକ ଆଣ୍ଟିବାୟୋଟିକ୍‌ ବ୍ୟବହାର କରୁଛନ୍ତି ଭାରତୀୟ: ଲାନ୍‌ସେଟ୍‌

ନୂଆଦିଲ୍ଲୀ, ୭ା୯: କୋଭିଡ୍‌-୧୯ ମହାମାରୀବେଳେ ଡୋଲୋ-୬୫୦ ଟାବ୍‌ଲେଟ୍‌ର ବହୁଳ ବ୍ୟବହାର ବିତର୍କକୁ ଆସିଥିବାବେଳେ ଏବେ ଭାରତୀୟଙ୍କ ଆଣ୍ଟିବାୟୋଟିକ୍‌ ଔଷଧ ସେବନ ଉଦ୍‌ବେଗଜନକ ହୋଇଛି। ୨୦୧୯ରେ ଭାରତରେ...

ଟାର୍ଗେଟ୍‌ କିଲିଂ, ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କଲେ ଆତଙ୍କବାଦୀ…

ଶ୍ରୀନଗର, ୨।୬ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ ଜାରି ରଖିଛନ୍ତି। ଗୁରୁବାର ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। କୁଲଗାମ୍‌ର...

ଭାରତରେ ଗଡ଼ିଲାଣି ୧୧୭ ମୁଣ୍ଡ: ତଥ୍ୟରେ ରହୁନି ତାଳମେଳ

ନୂଆଦିଲ୍ଲୀ,୬ା୪: ଭାରତରେ କରୋନା ଭୂତାଣୁ କାୟା ବିସ୍ତାର କରିବା ସହ ଏପର୍ଯ୍ୟନ୍ତ ୪,୨୮୮ ବ୍ୟକ୍ତିଙ୍କୁ ସଂକ୍ରମିତ କଲାଣି। ରବିବାର ରାତି ୧୨ ସୁଦ୍ଧା ମୋଟ ୧୧୭...

ପୂର୍ବତନ ଏମ୍‌ପିଙ୍କ ବିବାଦୀୟ ମନ୍ତବ୍ୟ: ରାହୁଲ ଗାନ୍ଧୀଙ୍କଠାରୁ ଦୂରେଇ ରୁହନ୍ତୁ ଯୁବତୀ

ଥିରୁଭାନନ୍ତପୁରମ୍‌,୩୦।୩: କେରଳ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରସୋରରେ ଚାଲିଛି। ପୂର୍ବତନ ଇଡୁକି ଏମ୍‌ପି ଜୋଏସ ଜର୍ଜ କଂଗ୍ରେସ ନେତା...

ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ,୨।୮: ନ୍ୟାଶନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଦିଲ୍ଲୀ ଓ କୋଲକାତା ସମେତ ୧୨ଟି ସ୍ଥାନରେ ଚଢ଼ାଉ କରିଛି। ଦିଲ୍ଲୀ ସ୍ଥିତ...

Advertisement
Archives

Model This Week