ଭିଡିଓ କଲ୍‌ରେ ବାହାଘର

ପାଟନା, ୨୫।୩: କୋଭିଡ୍‌-୧୯ ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ୫ଶହ ଟପିଥିବା ବେଳେ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନ୍ସକୁ ଗୁରୁତ୍ୱ ଦିଆଯାଉଛି। ଏହି ସମୟରେ ବିହାରରେ ଏକ ମୁସଲମାନ ଦମ୍ପତିଙ୍କ ବାହାଘର (ନିକାହ) ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କରୋନା ଯୋଗୁ ସାମୂହିକ ଭାବେ ଏକାଠି ହେବାକୁ ବନ୍ଦ କରାଯାଇଥିବାରୁ ସେମାନେ ଭିଡିଓ କଲ୍‌ ଯୋଗେ ବାହା ହୋଇଛନ୍ତି। ବିହାରରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ପାଟନାର ଏହି ଦମ୍ପତି ବାହାଘର ପାଇଁ ଏଭଳି ନୂତନ ଉପାୟ ଆପଣାଇଛନ୍ତି। ୬୦ ସେକେଣ୍ଡର ଏହି ଭିଡିଓରେ କାନ୍ଥରେ ଲଗାଯାଇଥିବା ଟିଭିରେ ଉଭୟ କନ୍ୟା ଓ ବରପକ୍ଷର ଭିଜୁଆଲ ଦେଖାଯାଉଛି। କିଛି ସମୟ ପରେ ପରିବାର ସଦସ୍ୟ ପରସ୍ପରକୁ କୁଣ୍ଢାଇ ଶୁଭେଚ୍ଛା ଜଣାଉଛନ୍ତି। ଏହାପରେ କନ୍ୟା ଓ ବର ଟିଭି ନିକଟକୁ ଆସି ଉଭୟେ ଉଭୟଙ୍କୁ ବାହାଘର ପରେ ପ୍ରଥମ ଥର ପାଇଁ ଦେଖୁଛନ୍ତି। ଏଭଳି ଆଉ କେତେକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ସିଙ୍ଗାପୁରର ଦମ୍ପତି ନିଜ ରିସେପଶନ ପାର୍ଟିରେ ଭିଡିଓ କଲ୍‌ ଯୋଗେ ଯୋଗଦେଇଥିଲେ। ସେମାନେ ନିକଟରେ ଚାଇନାରୁ ଫେରିଥିବାରୁ ଭିଡିଓ କଲ୍‌ରେ ପାର୍ଟି ଆଟେଣ୍ଡ କରିଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

GDP ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୩୧।୮: ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଅର୍ଥନୀତିରେ ସକାରାତ୍ମକ ଉନ୍ନତି ଦେଖାଯାଇଛି। ଜିଡିପି ଅଭିବୃଦ୍ଧି ୭.୮% ରେକର୍ଡ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି…

ବର୍ଷାକୁ ନେଇ ବଡ଼ ସୂଚନା ଦେଲା ଆଇଏମ୍‌ଡି: ସେପ୍ଟେମ୍ବରରେ ହେବ…

ଭୁବନେଶ୍ୱର,୩୧।୮: ସେପ୍ଟେମ୍ବରରେ ବି ରାଜ୍ୟରେ ବର୍ଷାରୁ ନିସ୍ତାର ମିଳିବା ସମ୍ଭାବନା କ୍ଷୀଣ। ଏନେଇ ଆଇଏମ୍‌ଡି ଆକଳନରୁ ସ୍ପଷ୍ଟ ହୋଇଛି। ଦେଶର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକଠୁ କମ୍‌ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri