ଭିକ୍ଷାବୃତ୍ତି ଶେଷ ସାହାରା

ଭଦ୍ରକ ଅଫିସ, ୧୨।୧୨- ବେଶ୍‌ ହସଖୁସିରେ ଚାଲିଥିଲା ତାଙ୍କ ସଂସାର। ଘର ନିକଟ ତଥା ଆଖପାଖ ଅଞ୍ଚଳରେ ସାଇକେଲ ଯୋଗେ ବୁଲି ଦହିବରା ବିକୁଥିଲେ। ସେହି ବ୍ୟବସାୟରୁ ଯାହା ରୋଜଗାର ହେଉଥିଲା ସେଥିରେ ତାଙ୍କର ଛୋଟିଆ ପରିବାର ଚଳିଯାଉଥିଲା। ହେଲେ ଦୁର୍ଘଟଣା ତାଙ୍କ ଜୀବନରେ ଆଣିଦେଲା ଦୁଃଖ। ଏବେ ଭିକ୍ଷାବୃତ୍ତି ହିଁ ଶେଷ ସାହାରା ପାଲଟିଛି ବୋଲି ଲୁହ ଛଳ ଛଳ ଆଖିରେ କହିଥିଲେ ଦିବ୍ୟାଙ୍ଗ ଗଙ୍ଗାଧର ପଣ୍ଡା। ଘର ଭଦ୍ରକ ଜିଲା ତିହିଡ଼ି ବ୍ଲକ ବୋଡ଼କ ପଞ୍ଚାୟତ ନୁନ୍ଦର ଗଁାରେ। ସେ ଭଦ୍ରକ ବସ୍‌ଷ୍ଟାଣ୍ଡରେ ନିଜେ ଆଶାବାଡ଼ି ଧରି ସାଙ୍ଗରେ ପୁଅକୁ ନେଇ ଭିକ୍ଷାବୃତ୍ତି କରୁଥିବା ସମୟରେ ଆମ ପ୍ରତିନିଧି ଦେଖିଥିଲେ।
ସେ କହନ୍ତି, ଦହିବରା ବ୍ୟବସାୟ କରୁଥିବାବେଳେ ୨୦୧୮ ଜୁନ୍‌ ୧୯ରେ ତାଙ୍କ ଉପରେ ଏକ ଗଛଡାଳ ଭାଙ୍ଗି ପଡ଼ିଥିଲା। ସେଥିରେ ତାଙ୍କ ଜଙ୍ଘ ଓ ଅଣ୍ଟା ଭାଙ୍ଗିଯାଇଥିଲା। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ ମଧ୍ୟ ଜଙ୍ଘ ଓ ଅଣ୍ଟାର ଅବସ୍ଥା ପୂର୍ବପରି ରହି ଅକାମୀ ହୋଇପଡ଼ିଛି। ବିନା ଆଶାବାଡ଼ିରେ ଚାଲିବା ସମ୍ଭବପର ହୋଇ ନ ଥିଲା। ଫଳରେ ଆଉ ଦହିବରା ବ୍ୟବସାୟ କରିବା କଷ୍ଟସାଧ୍ୟ ହୋଇପଡ଼ିଲା। ଆଶାବାଡ଼ି ସାହାଯ୍ୟରେ ଆସି କେତେକ ଲୋକଙ୍କୁ ଭିକ୍ଷା ମାଗୁଥିବା ଦେଖିବାକୁ ମିଳୁଥିଲା। ସେହିବର୍ଷ ଡିସେମ୍ବର ୧୦ରେ ଜିଲାପାଳଙ୍କୁ ଦେଖା କରିବା ପରେ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। କିନ୍ତୁ ରୋଜଗାର ହରାଇବା ପରେ ପରିବାର ପ୍ରତିପୋଷଣ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଲା। ସେଥିପାଇଁ ସେ ଏବେ ଭିକ୍ଷାବୃତ୍ତିକୁ ଆପଣାଇଛନ୍ତି। ମା, ସ୍ତ୍ରୀ ଓ ତିନି ପିଲାଙ୍କୁ ନେଇ ତାଙ୍କ ପରିବାର। ଚାଳ ଛପର ଘରେ ପାଣି ଗଳୁଥିବାରୁ ପଲିଥିନ ତଳେ ସେମାନଙ୍କ ଜୀବନ ବିତୁଛି। ଏବେ ଘରେ ରୋଜଗାରିଆ କେହି ନ ଥିବାରୁ ଭୋକ ଉପାସରେ ପିଲାମାନେ ଭିକ୍ଷାବୃତ୍ତିରୁ ମିଳୁଥିବା ଟଙ୍କା ଉପରେ ନିର୍ଭର କରୁଛନ୍ତି। ଗତ ସୋମବାର ଜିଲା ପ୍ରଶାସନ ନିକଟରେ ପହଞ୍ଚି ତାଙ୍କୁ ଥଇଥାନ କରିବା ସହ ଗୃହ ଯୋଜନାରେ ସାମିଲ କରିବା ପାଇଁ ଉପଜିଲାପାଳ ପୀତାମ୍ବର ସାମଲଙ୍କୁ ଗୁହାରି ଜଣାଇଛନ୍ତି। ଉପଜିଲାପାଳ ସାମଲ ତିହିଡ଼ି ବିଡିଓଙ୍କ ମାଧ୍ୟମରେ ତଦନ୍ତ ପରେ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?