ଭାରତ: ବିଶ୍ୱର ସାପ କାମୁଡ଼ା ରାଜଧାନୀ

ପ୍ରାଥମିକ ଚିକିତ୍ସା: ବିଷଧର ସାପ କାମୁଡିଥାଉ କି ବିଷହୀନ ସାପ କାମୁଡିଥାଉ ପ୍ରତ୍ୟେକ ସାପକାମୁଡ଼ା ରୋଗୀକୁ ବିଷଧର ସାପ କାମୁଡିଛି ବୋଲି ବିଚାରି ପ୍ରାଥମିକ ଚିକିତ୍ସା କରିବା ଉଚିତ। ପ୍ରାଥମିକ ଚିକିତ୍ସା କରୁଥିବା ବ୍ୟକ୍ତି ନିଜେ ଆଦୌ ଛାନିଆ ନ ହୋଇ ବରଂ ଛାନିଆ ହୋଇ ପଡିଥିବା ରୋଗୀକୁ ନିଶ୍ଚିତ ଆରୋଗ୍ୟ ହୋଇଯିବାର ଆଶ୍ୱାସନା ତଥା ଦୃଢ ଭରସା ଦେବା ଜରୁରୀ। ରୋଗୀ ଉପରେ ଆଶ୍ୱାସନା ଓ ଭରସାର ଅନୁକୂଳ ପ୍ରଭାବ ସୁଦୂରପ୍ରସାରୀ। କାଳ ବିଳମ୍ବ ନ କରି ନିକଟସ୍ଥ ଡାକ୍ତରଙ୍କୁ ଖବର ଦେବା ଓ ରୋଗୀକୁ ଡାକ୍ତରଖାନା ପଠେଇବାର ବ୍ୟବସ୍ଥା କରିବା ଦରକାର। ରୋଗୀକୁ ହଲଚଲ ହେବା ପାଇଁ ନ ଦେଇ ଓ ଧୀରସ୍ଥିର ଭାବରେ ଶୁଆଇ ରଖି କାମୁଡା ଜାଗାର ଦୁଇ ତିନି ଇଞ୍ଚ ଉପରକୁ ଅନ୍ତତଃ ୨ରୁ ୪ ସେଣ୍ଟିମିଟର ଓସାର ଥିବା ପଟି ବାନ୍ଧିଦେବା ଆବଶ୍ୟକ। ପଟିକୁ ଭିଡିକରି ବାନ୍ଧିବା ଉଚିତ ନୁହେଁ। ଏପରି ଭାବରେ ପଟି ବାନ୍ଧିବା ଉଚିତ ଯେପରିକି ପଟିତଳେ ନିଜର ଦୁଇଟି ଆଙ୍ଗୁଠି ଗଳି ଯାଇପାରିବ। ପଟି ବାନ୍ଧିବା ପାଇଁ ଓସାରିଆ ରିବନ, ଶାଢିର ଧଡି, ଓସାରିଆ ଫିତା କିମ୍ବା ଭେଲକ୍ରୋ ପଟି ଇତ୍ୟାଦି ଭଲ। ପ୍ରତି କୋଡିଏ ମିନିଟ୍‌ରେ ପଟିଟିକୁ ଏକ ମିନିଟ୍‌ ପାଇଁ ଖୋଲିଦେଇ ପୁନର୍ବାର ପଟି ଭିଡିଦେବା ଆବଶ୍ୟକ। ଅଧଘଣ୍ଟାଏ ଭିତରେ ରୋଗୀକୁ ଡାକ୍ତରଖାନାରେ ପହଞ୍ଚେଇ ହେଉଥିଲେ ପଟିକୁ ହୁଗୁଳା କରିବାର ଆବଶ୍ୟକତା ନାହିଁ। କ୍ଷତ ସ୍ଥାନକୁ ସାବୁନ୍‌ ଜଳରେ ଭଲ ଭାବରେ ଧୋଇ ଦେଇ ସଫାକନା କି ସଫା ରୁମାଲ ଦ୍ୱାରା ଘୋଡେଇ ରଖିବା ଭଲ। ରୋଗୀ ଅଚେତ ହୋଇ ପଡି ନ ଥିଲେ ତାକୁ ଚା କଫି କି କ୍ଷୀର ପିଇବା ପାଇଁ ଦିଆଯାଇପାରେ। ତା’ର ବାନ୍ତି ହେଉଥିଲେ ତା’ର ମୁଣ୍ଡକୁ କଡ଼ପଟିଆ କରି ରଖିବା ଉଚିତ। ନିଃଶ୍ୱାସ ବନ୍ଦ ହୋଇଯାଇଥିଲେ କୃତ୍ରିମ ଶ୍ୱାସକ୍ରିୟା କରେଇବା ଏବଂ ହୃତ୍‌କ୍ରିୟା ବନ୍ଦ ହୋଇଗଲେ ରୋଗୀର ଛାତି ମଝିରେ ପାପୁଲି ରଖି ବାରମ୍ବାର ଚାପ ପ୍ରୟୋଗ (ବାହ୍ୟବକ୍ଷ ସଞ୍ଚାପନ) କରିବା ଦରକାର। ଉଷୁମ ରଖିବା ନିମନ୍ତେ ତାକୁ କମ୍ବଳରେ ଘୋଡେଇ ରଖିବା ଆବଶ୍ୟକ।
ମନେ ରଖିବା ଉଚିତ: ସାପ କାମୁଡ଼ିବା ପରେ ରୋଗୀ ଚଲାବୁଲା କରିବନି। ଆଣ୍ଟକରି ପଟି ବନ୍ଧାଯିବନି। କ୍ଷତ ସ୍ଥାନ ବା କାମୁଡା ଜାଗାରେ ବରଫ ଲଦା ହେବନି। କ୍ଷତ ସ୍ଥାନକୁ ଛୁରି କି ବ୍ଲେଡରେ କଟାଯିବନି। ନିଜର ପାଟି ଲଗେଇ କ୍ଷତ ସ୍ଥାନରୁ ବିଷ ଶୋଷିବା ମନା।
ଡାକ୍ତରଖାନାରେ ଚିକିତ୍ସା ପଦ୍ଧତି
ସାପ ବିଷରୁ ତିଆରି ପ୍ରତିବିଷ ବା ଆଣ୍ଟିସ୍ନେକ୍‌ଭେନମ୍‌ ଇଞ୍ଜେକ୍‌ସନ ଦେଇ ଡାକ୍ତରଖାନାରେ ରୋଗୀର ଚିକିତ୍ସା କରାଯାଇଥାଏ। ତାହାଛଡ଼ା ଦିଆଯାଇଥାଏ ଆଣ୍ଟିବାୟୋଟିକ୍‌ ଔଷଧ। ଦରକାର ପଡ଼ିଲେ ଅମ୍ଳଜାନ ଦେବା ସଙ୍ଗେସେଙ୍ଗେ କେତେକ କ୍ଷେତ୍ରରେ ଡାୟାଲିସିସ୍‌ କରିବା ଆବଶ୍ୟକ ପଡ଼ିପାରେ।
ବର୍ଷାଦିନେ ସାପକାମୁଡ଼ା ପ୍ରତି ସାବଧାନତା: ବର୍ଷା ଯୋଗୁ ସାପ ମାନଙ୍କ ଗାତରେ ପାଣି ପଶିଯାଏ। ତେଣୁ ସେମାନେ ବାହାରେ ବୁଲିବା ପାଇଁ ବାଧ୍ୟ ହୋଇଥାନ୍ତି। ତାହାଛଡ଼ା ବର୍ଷାଋତୁରେ ବେଙ୍ଗମାନଙ୍କ ସଂଖ୍ୟା ବଢ଼ିଯିବାରୁ ବେଙ୍ଗ ଖାଇବା ଉଦ୍ଦେଶ୍ୟରେ ବି ଏଣେତେଣେ ବୁଲିଥାନ୍ତି ସାପମାନେ। ଚାରିଆଡ଼େ ବଣବୁଦା ଓ ଘାସ ବଢ଼ିଯାଇଥିବାରୁ ସେମାନଙ୍କ ଉପସ୍ଥିତି ସହଜରେ ବାରିହୁଏନି। ଏହିସବୁ କାରଣରୁ ବର୍ଷାଦିନେ ସାପକାମୁଡ଼ାର ହାର ବଢ଼ିଯାଏ। ରାତିରେ ଲଣ୍ଠନ ଜଳେଇ କି ଟର୍ଚ୍ଚଜଳେଇ ଯିବାଆସିବା କରିବା ନିରାପଦ। ରାତିରେ ଯିବାଆସିବା କଲାବେଳେ ହାତରେ ମୋଟା ବାଡ଼ି କି ଠେଙ୍ଗା ଧରି ଓ ତାକୁ ଭୂଇଁ ଉପରେ ଠକ୍‌ ଠକ୍‌ କରି ବାଡ଼େଇ ବାଡ଼େଇ ଯାତାୟାତ କରିବା ଉଚିତ। ଏପରି କଲେ ସାପମାନେ ରାସ୍ତାରୁ ପଳେଇଯାଆନ୍ତି। ମୋଟା କନାର ଫୁଲ୍‌ପ୍ୟାଣ୍ଟ ଏବଂ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଥିବା ବର୍ଷାଦିନିଆ ବୁଟ୍‌ଜୋତା ପିନ୍ଧି ରାତିରେ ବାହାରକୁ ଗଲେ ସାପ କାମୁଡ଼ିଲେ ମଧ୍ୟ ତା’ର ତୀବ୍ରତା ଊଣା ହୋଇଯାଏ। ମଶାରି ଟାଙ୍ଗି ଓ ମଶାରିର ଚାରିକଡ଼କୁ ବିଛଣାତଳେ ଖୋସି ଶୋଇବା ଉଚିତ। ବିଶେଷକରି ଗ୍ରାମାଞ୍ଚଳରେ ଭୂଇଁରେ ଶୋଉଥିବା ଲୋକେ ମଶାରି ଟାଙ୍ଗି ଶୋଇବା ନିହାତି ଆବଶ୍ୟକ।

(ଶେଷ ଭାଗ)
-‘ଅଭୀପ୍‌ସା’, ସେକ୍ଟର-୬,
ପ୍ଲଟ୍‌ ନଂ.-୧୧୩୧
ଅଭିନବ ବିଡ଼ାନାସୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri