Posted inଖେଳ

ଭାରତୀୟ ମହିଳା କମ୍ପାଉଣ୍ଡ ତୀରନ୍ଦାଜ ଦଳକୁ ବ୍ରୋଞ୍ଜ ପଦକ

ଡେନ ବୋସ୍କ(ଦ ନେଦରଲାଣ୍ଡ୍ସ),୧୫।୬(ପିଟି): ଏଠାରେ ଚାଲିଥିବା ତୀରନ୍ଦାଜ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା କମ୍ପାଉଣ୍ଡ ଦଳ ବ୍ରୋଞ୍ଜ ପଦକ ଜିତିଛି। ଜ୍ୟୋତି ସୁରେଖା ଭେନ୍ନାମ, ମୁସ୍କାନ କିରାର ଓ ରାଜ କୌରଙ୍କୁ ନେଇ ଗଠିତ ଭାରତୀୟ ଦଳ ମୁକାବିଲା ଆରମ୍ଭରୁ ପଛୁଆ ଥାଇ ମଧ୍ୟ ତୁର୍କୀକୁ ହରାଇ ପୋଡିୟମର ୩ୟ ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇଛି। ଏସିଆନ୍‌ ଗେମ୍ସ ରୌପ୍ୟ ପଦକଧାରୀ ଜ୍ୟୋତିଙ୍କ ନେତୃତ୍ୱାଧୀନ ଦଳ ୨୨୯-୨୨୬ ବ୍ୟବଧାନରେ ମୁକାବିଲାକୁ ଜିତି ନେଇଥିଲେ। ଗତ ଥର ମେକ୍ସିକୋଠାରେ ଅନୁଷ୍ଠିତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲୁ। ଏଥର ପୋଡିୟମରେ ସ୍ଥାନ ପାଇ ଖୁସି ଅଛୁ। ଦୀର୍ଘ ଦୁଇବର୍ଷ ପରେ ବିଶ୍ୱ ଚାମ୍ପିୟନଶିପ୍‌ ପଦକ ହାତେଇବା ଆମ ପାଇଁ ମୂଲ୍ୟବାନ ବୋଲି ୨୨ ବର୍ଷୀୟ ବିଜୟଓ୍ବାଡା ତୀରନ୍ଦାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟେଲରଙ୍କୁ ନ୍ୟୁଜିଲାଣ୍ଡ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର

ଓ୍ବେଲିଂଟନ,୧।୫(ପି.ଟି.): ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ୍‌ ଟେଲର ସମ୍ମାନଜନକ ନ୍ୟୁଜିଲାଣ୍ଡ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଛନ୍ତି। ତାଙ୍କୁ ଏହି କ୍ରମରେ ସାର୍‌ ରିଚାର୍ଡ...

ଅଲିମ୍ପିକ୍ସ ମୋଟୋ ଉନ୍ମୋଚିତ

ଟୋକିଓ,୧୭।୨(ଏଏଫ୍‌ପି)- ଆସନ୍ତା ଜୁଲାଇ- ଅଗଷ୍ଟରେ ଆୟୋଜନ ହେବାକୁ ଯାଉଥିବା ଅଲିମ୍ପିକ୍ସର ଟୋକିଓ ଆୟୋଜକମାନେ ଏକ ମୋଟୋ ଉନ୍ମୋଚନ କରିଛନ୍ତି। ବିଶ୍ୱ ଭାତୃତ୍ୱ ତଥା ଭାଇଚାରାକୁ ଦୃଷ୍ଟିରେ...

ଭାରତରେ ହେବ ଏଏଫସି ମହିଳା ଏସିଆନ କପ୍‌

କୁଆଲାଲମ୍ପୁର, ୫।୬-୨୦୨୨ ଏଏଫସି ମହିଳା ଏସିଆନ କପ୍‌ ଭାରତରେ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ ପାଇଁ ଭାରତକୁ ଅଧିକାର ମିଳିଛି। ଏହା ୨୦୨୨...

ବିବାହର ଛଅ ମାସ ଭିତରେ ମାତ୍ର ୨୧ ଦିନ ସାଙ୍ଗରେ ରହିଥିଲେ ଅନୁଷ୍କା-ବିରାଟ; ହେଲେ..

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲୀଙ୍କ ଆଜି ବିବାହ ବାର୍ଷିକୀ। ୨୦୧୭ ଡିସେମ୍ବର ୧୧ରେ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ହାତ ଧରିଥିଲେ...

ଭାରତକୁ ବଡ଼ ଝଟ୍‌କା; ଟିମ୍‌ରୁ ବାଦ ପଡ଼ିଲେ କୋହଲି

ନୂଆଦିଲ୍ଲୀ,୧୯।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ପରେ ଟି-୨୦ ସିରିଜ ଉପରେ କବ୍ଜା କରିନେଇଛି ଭାରତ। ଏବେ ଦଳ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ...

ଯନ୍ତ୍ରଣା ବଖାଣିଲେ ସୂର୍ଯ୍ୟକୁମାର: କହିଲେ, ଦିନିକିଆ ଡେବ୍ୟୁ ମ୍ୟାଚ୍‌ ଖେଳିବା ସତ୍ତ୍ୱେ ମୁଁ ଅଛି ନିରାଶ

କଲମ୍ବୋ,୨୧।୭: ଦ୍ରୁତ ବ୍ୟାଟିଂ ପାଇଁ ପ୍ରସିଦ୍ଧ ସୂର୍ଯ୍ୟକୁମାର ଯାଦବ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ଅପରାଜିତ ୩୧ ରନ୍‌...

ବିସିସିଆଇ ନିର୍ବାଚନ: ମଧ୍ୟପ୍ରଦେଶ, ଛତିଶଗଡ଼, କର୍ନାଟକ ନିର୍ଦ୍ଦେଶ ପାଳନ କରିବେ

ନୂଆଦିଲ୍ଲୀ, ୧୪ା୯ (ପି.ଟି.)-ଶେଷରେ ଛତିଶଗଡ଼, କର୍ନାଟକ ଏବଂ ମଧ୍ୟ ପ୍ରଦେଶ ରାଜ୍ୟ କ୍ରିକେଟ ଆସୋସିଏଶନ ପ୍ରଶାସକ କମିଟି (ସିଓଏ)ର ନିର୍ଦ୍ଦେଶ ଅନୁସାରେ ସେମାନଙ୍କ ସମ୍ବିଧାନ ସଂଶୋଧନ...

‘ ଅନ୍ୟ କୌଣସି ଫ୍ରାଞ୍ଚାଇଜ ପାଇଁ ଖେଳିବି ଚିନ୍ତା କରି ନ ଥିଲି’

ମୁମ୍ବାଇ,୨୯।୩ : ଅନ୍ୟ କୌଣସି ଫ୍ରାଞ୍ଚାଇଜ ପାଇଁ ଖେଳିବି କଦାପି ଚିନ୍ତା କରି ନ ଥିଲି । ଏଭଳି କହିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର...

Advertisement
Archives

Model This Week