Posted inଖେଳ

ଭାରତୀୟ ଆଥଲେଟଙ୍କୁ ବାରଣ

ନୂଆଦିଲ୍ଲୀ, ୧୬ା୫ (ପି.ଟି.)-କୋଭିଡ୍‌-୧୯ ଯୋଗୁ କୌଣସି ଭାରତୀୟ ଆଥଲେଟଙ୍କୁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଦେଶରେ କୌଣସି ପ୍ରତିଯୋଗିତାରେ ଭାଗ ନେବାଲାଗି ଅନୁମତି ମିଳିବ ନାହିଁ । ଶୁକ୍ରବାର ଏକଥା କହିଛନ୍ତି ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ସଭାପତି ଆଦିଲ ସାମାରିଓ୍ବାଲ। କଟକଣା ଜାରି ଯୋଗୁ ଭାରତୀୟ ଆଥଲେଟମାନେ ଅଗଷ୍ଟ ୧୪ରୁ ଆରମ୍ଭ ହେବାକୁଥିବା ମର୍ଯ୍ୟାଦାପୂର୍ଣ୍ଣ ଡାଇମଣ୍ଡ ଲିଗ୍‌ରେ ଭାଗ ନେଇପାରିବେ ନାହିଁ। ବିଶେଷ କରି ଟୋକିଓ ଅଲିମ୍ପିକ୍ସରେ ଭାଗନେବାକୁ ଥିବା ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଓ ଶିବପାଲ୍‌ ସିଂ ଏହାକୁ ମିସ୍‌ କରିବେ। ଓ୍ବାଲର୍‌ଡ ଆଥଲେଟିକ୍ସ ଚିଫ୍‌ ସେବାଷ୍ଟିଆନ୍‌ କୋ’ଙ୍କ ଉପସ୍ଥିତିରେ ଏକ ବାର୍ତ୍ତାଳାପ ବେଳେ ସୁମାରିଓ୍ବାଲା କହିଛନ୍ତି ଆକ ଆଥଲେଟମାନେ ବର୍ତ୍ତମାନ ଜାତୀୟ କ୍ୟାମ୍ପଗୁଡ଼ିକରେ ଅଛନ୍ତି। ଡାଇମଣ୍ଡ ଲିଗ୍‌ରେ ଆମର କେହି ଅଂଶଗ୍ରହଣ କରିବାକୁ ନ ଥିବାରୁ ସେମାନେ କ୍ୟାମ୍ପରେ ଆଉ ୩ ମାସ ରହିବେ। ଇଣ୍ଡିଆନ୍‌ ସର୍କିଟରେ ୫ଟି ଇଭେଣ୍ଟର ଆୟୋଜନର ଯୋଜନା ରହିଛି। ଏହା ସେପ୍ଟେମ୍ବର ୧୨ରୁ ଆରମ୍ଭ ହେବ। ଏଥିରେ ଆମ ଆଥଲେଟ୍‌ମାନେ ଭାଗ ନେବେ। ସ୍ଥିତିରେ ଯଦି ଉନ୍ନତି ଘଟେ ତେବେ ଆସନ୍ତା ବର୍ଷ ଆମ ଆଥଲେଟମାନଙ୍କ ଲାଗି ୟୁରୋପରେ ଟ୍ରେନିଂ ବ୍ୟବସ୍ଥା କରାଯିବ ବୋଲି ସୁମାରିଓ୍ବାଲା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁବ୍ରତ ଓସିଏର ନୂଆ ସିଇଓ

କଟକ ଅଫିସ,୧୨ା୩-  ରାଜ୍ୟର ପୂର୍ବତନ କ୍ରିକେଟ ଖେଳାଳି ସୁବ୍ରତ କୁମାର ବେହେରା ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ନିଯୁକ୍ତି ପାଇଛନ୍ତି।...

ପ୍ରଥମ ଥର ଆଇସିସି ପୂର୍ଣ୍ଣ ସଦସ୍ୟଙ୍କୁ ହରାଇଲା ସିଙ୍ଗାପୁର

ଦୁବାଇ,୩୦।୯: ସିଙ୍ଗାପୁର କ୍ରିକେଟ ଦଳ ରବିବାର ଜିମ୍ବାଓ୍ବେକୁ ହରାଇ ଇତିହାସ ରଚିଛି। ସିଙ୍ଗାପୁର ପ୍ରଥମ ଥର ପାଇଁ ଆଇସିସି ପୂର୍ଣ୍ଣ ସଦସ୍ୟତା ପାଇଥିବା କୌଣସି ଦଳକୁ...

ଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଆଶା ଉଜ୍ଜୀବିତ

ଭୁବନେଶ୍ୱର,୧୫।୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶୁକ୍ରବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ଭ୍ରମଣକାରୀ ନର୍ଥ ଇଷ୍ଟ ୟୁନାଇଟେଡକୁ ପରାସ୍ତ...

୮ ମହିଳା ରେସଲର ସସ୍‌ପେଣ୍ଡ

ନୂଆଦିଲ୍ଲୀ,୧୬।୧(ପି.ଟି.)- ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ୮ ଜଣ ମହିଳା ରେସଲରଙ୍କୁ ଗୋଟିଏ ବର୍ଷ ପାଇଁ ସସ୍‌ପେଣ୍ଡ କରିଛି। ଲକ୍ଷ୍ନୌରେ ଅନୁଷ୍ଠିତ ଜାତୀୟ କ୍ୟାମ୍ପରୁ...

କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କଲେ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ

ଭୁବନେଶ୍ୱର,୬।୩(ସ୍ପୋଟର୍‌ସ ବ୍ୟୁରୋ): ଭାରତରେ ନିଯୁକ୍ତ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଲେନାନ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଜାଭିୟର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ବିଜ୍‌ନେସ୍‌ (ଏକ୍ସଆଇଏମ୍‌ବି)ସ୍ଥିତ...

ଭାରତୀୟ ମହିଳା ହକି ଦଳର ପରାଜୟ

ବୁଏନ୍ସଏୟାର୍ସ, ୩୦ା୧(ପି.ଟି.)- ଭାରତୀୟ ମହିଳା ହକି ଦଳ ବିପକ୍ଷରେ ଆର୍ଜେଣ୍ଟିନା ୨-୦ ଗୋଲରେ ବିଜୟ ହାସଲ କରିଛି। ଭ୍ରମଣକାରୀ ଦଳର ଏହାର କ୍ରମାଗତ ଦ୍ୱିତୀୟ ପରାଜୟ।...

ବାସନ୍ଦ ଦଣ୍ଡକୁ ଚ୍ୟାଲେଞ୍ଜ କରିବେ ସୁମିତ

ନୂଆଦିଲ୍ଲୀ, ୬ା୭ (ପି.ଟି.)- ଡୋପ୍‌ ଟେଷ୍ଟରେ ବିଫଳ ପାଇଁ ହୋଇଥିବା ୨ ବର୍ଷ ବାସନ୍ଦ ଦଣ୍ଡକୁ ଚ୍ୟାଲେଞ୍ଜ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ଭାରତୀୟ ରେସ୍‌ଲର...

ଫ୍ରେଞ୍ଚ୍‌ ଓପନ: ସ୍ବିଟେକ-କେନିନ ଫାଇନାଲ

ପ୍ୟାରିସ, ୯।୧୦-ପୋଲାଣ୍ଡର ଇଗା ସ୍ବିଟେକ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ସେ ୪ ନମ୍ବର ଖେଳାଳି...

Advertisement


Archives

Model This Week