Posted inଖେଳ

ଭାରତୀୟ ଆଥଲେଟଙ୍କୁ ବାରଣ

ନୂଆଦିଲ୍ଲୀ, ୧୬ା୫ (ପି.ଟି.)-କୋଭିଡ୍‌-୧୯ ଯୋଗୁ କୌଣସି ଭାରତୀୟ ଆଥଲେଟଙ୍କୁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଦେଶରେ କୌଣସି ପ୍ରତିଯୋଗିତାରେ ଭାଗ ନେବାଲାଗି ଅନୁମତି ମିଳିବ ନାହିଁ । ଶୁକ୍ରବାର ଏକଥା କହିଛନ୍ତି ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ସଭାପତି ଆଦିଲ ସାମାରିଓ୍ବାଲ। କଟକଣା ଜାରି ଯୋଗୁ ଭାରତୀୟ ଆଥଲେଟମାନେ ଅଗଷ୍ଟ ୧୪ରୁ ଆରମ୍ଭ ହେବାକୁଥିବା ମର୍ଯ୍ୟାଦାପୂର୍ଣ୍ଣ ଡାଇମଣ୍ଡ ଲିଗ୍‌ରେ ଭାଗ ନେଇପାରିବେ ନାହିଁ। ବିଶେଷ କରି ଟୋକିଓ ଅଲିମ୍ପିକ୍ସରେ ଭାଗନେବାକୁ ଥିବା ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଓ ଶିବପାଲ୍‌ ସିଂ ଏହାକୁ ମିସ୍‌ କରିବେ। ଓ୍ବାଲର୍‌ଡ ଆଥଲେଟିକ୍ସ ଚିଫ୍‌ ସେବାଷ୍ଟିଆନ୍‌ କୋ’ଙ୍କ ଉପସ୍ଥିତିରେ ଏକ ବାର୍ତ୍ତାଳାପ ବେଳେ ସୁମାରିଓ୍ବାଲା କହିଛନ୍ତି ଆକ ଆଥଲେଟମାନେ ବର୍ତ୍ତମାନ ଜାତୀୟ କ୍ୟାମ୍ପଗୁଡ଼ିକରେ ଅଛନ୍ତି। ଡାଇମଣ୍ଡ ଲିଗ୍‌ରେ ଆମର କେହି ଅଂଶଗ୍ରହଣ କରିବାକୁ ନ ଥିବାରୁ ସେମାନେ କ୍ୟାମ୍ପରେ ଆଉ ୩ ମାସ ରହିବେ। ଇଣ୍ଡିଆନ୍‌ ସର୍କିଟରେ ୫ଟି ଇଭେଣ୍ଟର ଆୟୋଜନର ଯୋଜନା ରହିଛି। ଏହା ସେପ୍ଟେମ୍ବର ୧୨ରୁ ଆରମ୍ଭ ହେବ। ଏଥିରେ ଆମ ଆଥଲେଟ୍‌ମାନେ ଭାଗ ନେବେ। ସ୍ଥିତିରେ ଯଦି ଉନ୍ନତି ଘଟେ ତେବେ ଆସନ୍ତା ବର୍ଷ ଆମ ଆଥଲେଟମାନଙ୍କ ଲାଗି ୟୁରୋପରେ ଟ୍ରେନିଂ ବ୍ୟବସ୍ଥା କରାଯିବ ବୋଲି ସୁମାରିଓ୍ବାଲା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri