Posted inଜାତୀୟ

ଭାରତରେ ଆକ୍ରମଣ ଷଡ଼ଯନ୍ତ୍ର: ଲଞ୍ଚ୍‌ପ୍ୟାଡ୍‌-୬ରେ ଆତଙ୍କବାଦୀଙ୍କୁ ତାଲିମ ଦେଉଛି ପାକିସ୍ତାନ

ଶ୍ରୀନଗର,୧୨।୩: ଭାରତରେ ଆତଙ୍କବାଦୀ ଆକ୍ରମଣ କରାଇବା ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ଏହି ମର୍ମରେ ନିୟନ୍ତ୍ରଣ ରେଖାଠାରୁ କିଛି କିଲୋମିଟର ଦୂରରେ ଜୈଶ୍‌ କମାଣ୍ଡର ଅବୁ ହମ୍‌ଜା ୨୫ରୁ ଅଧିକ ଆତଙ୍କବାଦୀଙ୍କୁ ତାଲିମ ଦେଉଛନ୍ତି। ଏହା ପଛରେ ପାକିସ୍ତାନୀ ସେନାର ସମର୍ଥନ ମଧ୍ୟ ରହିଛି। ରାଜୌରୀ ଜିଲାର ନୌସେରା ସେକ୍ଟରର ଭବାନୀ ପୋଷ୍ଟ ସମ୍ମୁଖରେ ଆତଙ୍କବାଦୀଙ୍କ ତାଲିମ ଜୋର୍‌ ସୋର୍‌ରେ ଜାରି ରହିଛି। ପାକିସ୍ତାନର ୮- ବଲୋଚ ରେଜିମେଣ୍ଟର ପି-୧ ଏବଂ ପି-୨ ପୋଷ୍ଟ ଭାରତୀୟ ଭବାନୀ ପୋଷ୍ଟ ସମ୍ମୁଖରେ ରହିଛି। ପାକିସ୍ତାନର ଲଞ୍ଚିପ୍ୟାଡ୍‌-୬ଠାରେ ଏଭଳି ତାଲିମ ଜାରି ରହିଥିବା ଭାରତୀୟ ଗୋଇନ୍ଦା ସଂସ୍ଥା ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ତାଲିମ ଶେଷ ହେବା ପରେ ଆତଙ୍କବାଦୀଙ୍କୁ ୬ଟି ଦଳରେ ବିଭକ୍ତ କରାଯାଇ ଭିନ୍ନ ଭିନ୍ନ ଦିଗରୁ ଭାରତରେ ଅନୁପ୍ରବେଶ କରାଯିବା ଲାଗି ଉଦ୍ୟମ ହେବ। ସେମାନଙ୍କୁ ରାଜୌରୀ, ପୁଞ୍ଚ୍‌ ସହିତ ଜମ୍ମୁ ବର୍ଡର ମଧ୍ୟଦେଇ ଭାରତରେ ଅନୁପ୍ରବେଶ କରାଯିବାର ଷଡ଼ଯନ୍ତ୍ର ହୋଇଛି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ଅବୁ ହମ୍‌ଜାଙ୍କ ସହିତ ଯୋଗାଯୋଗରେ ରହିଥିବା ସମିର ଡାରଙ୍କୁ ଇତିମଧ୍ୟରେ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଗିରଫ କରାଯାଇଛି। ହମ୍‌ଜା ସମିରଙ୍କୁ ସ୍ଥାନୀୟ ନାଗରୋଟା ନିକଟରେ ଆଇଇଡ଼ି ଲଗାଇବା ଲାଗି କହିଥିଲେ। ପଚରାଉଚରା ସମୟରେ ସମିର ଏହା ପୋଲିସକୁ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ…

ବେଙ୍ଗାଲୁରୁ,୧୫।୧୧: ଲୋକଙ୍କୁ ନ୍ୟାୟିକ ସହାୟତା ପ୍ରଦାନ କ୍ଷେତ୍ରରେ ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ। ଜଣେ କଷ୍ଟମ ଅଧିକାରୀଙ୍କ ପକ୍ଷରୁ ଆଇନଜୀବୀଙ୍କ ବିରୋଧରେ ଦାଖଲ...

ମୁକେଶ ଅମ୍ବାନିଙ୍କ ବଡ଼ ଘୋଷଣା: ୨୦୨୧ରେ ଜିଓ ଆଣିବ ୫-ଜି

ନୂଆଦିଲ୍ଲୀ,୮।୧୨: ଦେଶର ଜିଓ ଉପଭୋକ୍ତା ୨୦୨୧ରେ ୫-ଜି ସୁବିଧା ପାଇପାରିବେ। ଏନେଇ ମୁକେଶ ଅମ୍ବାନି ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ଭାରତୀୟ ମୋବାଇଲ କଂଗ୍ରେସର ଉଦ୍‌ଘାଟନୀ...

ସୁଖୀ ସୂଚକାଙ୍କରେ ଭାରତର ସ୍ଥାନ ନବମ

ନୂଆଦିଲ୍ଲୀ,୩୧।୮: ଉତ୍ତମ ଆର୍ଥିକ ପରିସ୍ଥିତି ଓ ସୁସ୍ଥ ଜୀବନଯାପନ ଦ୍ୱାରା ଜଣେ ସୁଖୀ ହୋଇପାରେ ବୋଲି ଭାରତୀୟଙ୍କର ଧାରଣା। ଏକ ନୂତନ ସର୍ବେକ୍ଷଣ ରିପୋର୍ଟରୁ ଏହି...

ଦିନକ ପରେ ନିର୍ଭୟା ଦୋଷୀଙ୍କୁ ଫାଶୀ

ନୂଆଦିଲ୍ଲୀ/ଔରଙ୍ଗାବାଦ,୧୯ା୩: ଦିନକ ପରେ ଅର୍ଥାତ୍‌ ଶୁକ୍ରବାର ସକାଳ ୫ଟା ୩୦ରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଯିବ। ଏଥିପାଇଁ ତିହାର...

‘ବାୟୁ’ ଉଠାଇବ ୧୦ ଫୁଟ ଜୁଆର

ନୂଆଦିଲ୍ଲୀ, ୧୩ା୬ :ଆରବ ସାଗରରେ ବାତ୍ୟା ‘ବାୟୁୁ’ ଉଗ୍ରରୂପ ଧାରଣ କରିବା ସହ ଗୁଜରାଟ ଉପକୂଳ ଆଡ଼କୁ ମୁହାଁଇବାରେ ଲାଗିଛି। ଗୁରୁବାର ସକାଳେ ଏହା ଉପକୂଳ...

ଲକଡାଉନ୍ ଭୟ, ଘରମୁହାଁ ପ୍ରବାସୀ

ନୂଆଦିଲ୍ଲୀ,୮ ।୧: ଦେଶରେ ବଢି ଚାଲିଛି କରୋନା ସଂକ୍ରମଣ । ବିଶେଷଜ୍ଞଙ୍କ ମତ ଜାନୁୟାରୀ ଶେଷ ସୁଦ୍ଧା ଏହା ଶୀର୍ଷ ଛୁଇଁବ । ଏପଟେ ବେଳକୁ...

ଏସ୍‌ସିଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପୌରପରିଷଦ ନିର୍ବାଚନରେ ୩ ମାସ ହେବ ବିଳମ୍ବ…

ମୁମ୍ବାଇ, ୫।୫ : ସୁପ୍ରିମ୍‌କୋର୍ଟ (ଏସ୍‌ସି)ଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହାରାଷ୍ଟ୍ରରେ ପୌରପାଳିକା ନିର୍ବାଚନରେ ବିଳମ୍ବ ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବରରେ ମ୍ୟୁନିସିପାଲିଟି କର୍ପୋରେଶନର ନିର୍ବାଚନ ହେବାର...

କରୋନା ବିରୋଧରେ ମୋଦି ଆରମ୍ଭ କରିବେ ଜନ ଆନ୍ଦୋଳନ

ନୂଆଦିଲ୍ଲୀ,୮ ।୧୦: କରୋନା ମହାମାରୀ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବରରେ ଆରମ୍ଭ ହେଉଥିବା ପର୍ବପର୍ବାଣୀ, ଶୀତ ତଥା...

Advertisement
Archives

Model This Week