ଭାଜପା କର୍ମକର୍ତ୍ତା ଚୟନ : କର୍ମୀ କହିଲେ କରିବୁ ଦଳର ସାଙ୍ଗଠନିକ କାର୍ଯ୍ୟକୁ ସୁଦୃଢ଼

ଛେଣ୍ଡିପଦା,୯।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବରସାହି ପଞ୍ଚାୟତର ଭାଜପା କର୍ମକର୍ତ୍ତା ଚୟନ ଓ ସାଙ୍ଗଠନିକ ସଭା ରବିବାର ବଡବନ୍ଧ ଆମ୍ବତୋଟାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାଜପା ବରିଷ୍ଠ କର୍ମୀ ବୀରବର ବେହେରାଙ୍କ ସଭାପତିତ୍ୱରେ ଏହି ଚୟନ ହୋଇଛି। ପଞ୍ଚାୟତର ସଭାପତି ଇନ୍ଦ୍ରମଣି ସାହୁ, ଉପ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ଶ୍ରବଣ ଗଡନାୟକ ସମ୍ପାଦକ, ନିରଞ୍ଜନ ବେହେରା ସହସମ୍ପାଦକ ଓ ଉପଦେଷ୍ଟା ଭାବେ ବୀରବର ବାରିକଙ୍କୁ ମନୋନୀତ କରାଯାଇଛି। ମନୋନୀତ କର୍ମକର୍ତ୍ତା ମାନେ ଭାଜପାର ସାଙ୍ଗଠନିକ କାର୍ଯ୍ୟକୁ ସୁଦୃଢ଼ କରିବା ସହିତ ଜନସାଧାରଣଙ୍କ ସୁଖଦୁଃଖର ସାଥୀ ହୋଇ ସେବା କରିବା ପାଇଁ କହିଛନ୍ତି । ଏହି କର୍ମକର୍ତ୍ତା ଚୟନରେ ୨୦୦ରୁ ଊଦ୍ଧର୍‌ବ କର୍ମୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେବା ସମବାୟ ସମିତିରେ ପକାଇଲେ ତାଲା

ବଇଣ୍ଡା,୧୬।୨(ଡି.ଏନ.ଏ.) – ଆଠମଲ୍ଲିକ ବ୍ଲକ ସାନହୁଲା ସେବା ସମବାୟ ସମିତିରେ ଧାନ କିଣାରେ ଅବ୍ୟବସ୍ଥା ଦେଖାଦେଇଛି। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଅନେକ...

ଠିକା କିରାଣିଙ୍କ ବହିଷ୍କାର ଦାବିକଲା ଭାଜପା

ଅନୁଗୋଳ ଅଫିସ, ୨୭।୬: ଜିଲା ପ୍ରଶାସନ ଦେଇଥିବା ନିର୍ଦ୍ଦେଶକୁ ଠିକ୍‌ ଭାବେ ପାଳନ କରା ନ ଯିବା ଓ ଜେନେରାଲ ଇଲେକ୍ଟ୍ରିକ ଡିଭିଜନ୍‌ (ଜିଇଡି)ଠାରୁ ସ୍ଥିରୀକୃତ...

ଜଳିଗଲେ ୫୦୦ କୁକୁଡ଼ା ଚିଆଁ

ଛେଣ୍ଡିପଦା,୧୮।୧୨ (ସ୍ବ.ପ୍ର.)-ଛେଣ୍ଡିପଦା ବ୍ଲକ କୋଶଳା ଗ୍ରାମ ଶିମିଳିସାହିର ବାଉରି ସାହୁଙ୍କ କୁକୁଡା ଫାର୍ମରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଫାର୍ମରେ ଥିବା ୫ଶହରୁ ଊର୍ଦ୍ଧ୍ୱ କୁକୁଡା ଚିଅଁା...

ପଦାଧିକାରୀ ହେଲେ ହେଁ ଜୀବନଯାପନ ସାଧାରଣ: ପନିପରିବା ଚାଷ କରନ୍ତି ଛେଣ୍ଡିପଦା ବିଡିଓ

ଛେଣ୍ଡିପଦା,୨୭।୧୧(ସ୍ବ.ପ୍ର.): ଅଧିକାରୀମାନେ ପଦପଦବୀ ମଣ୍ଡନ କରିବା ପରେ ସେମାନଙ୍କର ପ୍ରାୟ ଅଧିକାଂଶ କାର୍ଯ୍ୟ ଅର୍ଡର୍ଲିମାନେ କରିଥାନ୍ତି। ଯେମିତିକି ବଜାରରୁ ପରିବା ଆଣିବା, ଗ୍ରୋସରି ଆଣିବା, ବଗିଚାରେ...

୭ ସପ୍ତାହ ଧରି କୋଇଲା ସଙ୍କଟ; ନାଲ୍‌କୋର ୮୦ ପଟ୍‌ ବନ୍ଦ

ବଅଁରପାଳ, ୧୭।୧୦ (ଡି.ଏନ୍‌.ଏ.)  ଅନୁଗୋଳ ଜିଲାରେ ଥିବା ନବରତ୍ନ ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ବିଦ୍ୟୁତ୍‌ ପ୍ରକଳ୍ପରେ କୋଇଲା ସଙ୍କଟ ଲାଗି ରହିଛି। ଗତ ୭ ସପ୍ତାହ...

ଏମ୍‌ସିସିକୁ ବିରୋଧ, ଫେରିଲା ପୌରପାଳିକା

ଅନୁଗୋଳ ଅଫିସ, ୧୧।୧୨-ଅନୁଗୋଳ ପୌରପାଳିକା ଅନ୍ତର୍ଗତ ମିଶ୍ରପଡ଼ା ହାଇଟେକ୍‌ ନର୍ସରୀ ନିକଟରେ ଏମ୍‌ସିସି ପ୍ରକଳ୍ପକୁ ମଙ୍ଗଳବାର ପୁଣି ସ୍ଥାନୀୟ ଲୋକମାନେ ବିରୋଧ କରିଛନ୍ତି। ଫଳରେ ଘଟଣାସ୍ଥଳକୁ...

ପୋଖରୀ ବିଷାକ୍ତ କରୁଛି ଠିକାସଂସ୍ଥା

ବଇଣ୍ଡା,୨୨।୩(ଡି.ଏନ.ଏ.) – କିଶୋରନଗର ବ୍ଲକ ବଇଣ୍ଡା ଚନ୍ଦନ ପୋଖରୀର କିଛି ଅଂଶ ପୋତିବା ପାଇଁ ଏକ ଠିକାସଂସ୍ଥା ବିଷାକ୍ତ ସାମଗ୍ରୀ ମିଶା ମାଟି ମୋରମ ଆଦି...

ଅସ୍ଥାୟୀ ମେଡିକାଲ ବାହାରେ ୧୪୪ ଧାରା

ଅନୁଗୋଳ ଅଫିସ, ୧୧।୫: କରୋନା ସଂକ୍ରମଣ ତାଲିକାକୁ ଆସିଯିବା ପରେ ଅନୁଗୋଳ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ରବିବାର ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।...

Coronavirus Update


Archives

Model This Week

Why Dharitri