Posted inଜାତୀୟ

ପ୍ରଶାନ୍ତଙ୍କୁ ଚେତାବନୀ ଦେଲେ ମମତା

କୋଲକାତା,୨୧ ।୧୨: ଆସନ୍ତା ବର୍ଷ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ହେଲେ ଏହି ସମୟରେ ଶାସନ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ଦଳ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଉଥିବା ଦେଖାଯାଇଛି । ଦଳ ମଧ୍ୟ ନିଜର ଅସନ୍ତୁଷ୍ଟ ନେତାଙ୍କୁ ଅଟକାଇ ପାରୁ ନାହିଁ । ଏହାକୁ ନେଇ ଏବେ ଦଳ ମଧ୍ୟରେ କନ୍ଦଳ ସୃଷ୍ଟି ହେଲାଣି । ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳର ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ୍ ପିକେଙ୍କ ଉପରେ ନାରାଜ ହେଲେଣି । ମିଳିଥିବା ସୂଚନାରୁ ଜଣାପଡିଛି କି ମମତା ସ୍ଥିତି ସମ୍ଭାଳିବାକୁ ନେଇ ପ୍ରଶାନ୍ତଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯଦି ଏପରି ନ ହୁଏ ତେବେ ତାଙ୍କୁ ଶେଷ ନିଷ୍ପତ୍ତି ନେବାକୁ ପଡିବ । ଅନ୍ୟପଟେ ସୋମବାର ପ୍ରଶାନ୍ତ କିଶୋର ଭାରତୀୟ ଜନତା ପାର୍ଟି(ଭାଜପା)କୁ ଚେତାବନୀ ଦେଇ କହିଛନ୍ତି ଏଥର ବିଧାନସଭା ନିର୍ବାଚନରେ ଭାଜପା ୨ ଅଙ୍କ ଛୁଇଁ ପାରିବ ନାହିଁ । ଗୁରୁତର ସହ ଦେଖିବାକୁ ଗଲେ ମମତା ପ୍ରଶାନ୍ତଙ୍କୁ ଅଲଟିମେଟମ ଦେଇ ଦେଇଛନ୍ତି । ଯଦି ସେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅସଫଳ ହୁଅନ୍ତି ତେବେ ସେ ନିଜେ ଶେଷ ନିଷ୍ପତ୍ତି ନେବେ । ସୂଚନାଯୋଗ୍ୟ, ଟିଏମ୍‌ସି ଛାଡି ଭାଜପାରେ ଯୋଗ ଦେଇଥିବା କେତେଜଣ ନେତା ଏବେ ଟିଏମ୍‌ସିରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବେଳେ ମମତାଙ୍କୁ ମଇଦାନକୁ ଓହ୍ଲାଇବାକୁ ପଡୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇଡି ସମନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ହେମନ୍ତ ସୋରେନ୍‌

ନୂଆଦିଲ୍ଲୀ,୧୮ା୯ : ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନକୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ସମନ ପ୍ରତ୍ୟାହାର ନ କଲେ...

କିଙ୍ଗମେକର ସାଜିବକି ଜେଡିଏସ, ପ୍ରତି ମୁହୂର୍ତ୍ତରେ ବଦଳୁଛି ନମ୍ବର, କେବେ ଭାଜପା ତ କେବେ କଂଗ୍ରେସ

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଏବେ ପ୍ରଥମ ପର୍ଯ୍ୟାୟ ଆରମ୍ଭରେ ୨୧୬ ଆସନର ଫଳାଫଳ ସାମ୍ନାକୁ ଆସିଛି। ଏଥିରୁ...

କାହାର ସ୍ଥାନ ନେବାକୁ ଚାହୁଁନାହିଁ: ମୋଦି

ନୂଆଦିଲ୍ଲୀ,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାକୁ ରାଜକୀୟ ଗସ୍ତରେ ମଙ୍ଗଳବାର ବାହାରି ଯାଇଛନ୍ତି। ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ରାଜକୀୟ ଗସ୍ତ, ଯେଉଁଥି ପାଇଁ...

ମଦ୍ୟପଙ୍କୁ ପିଞ୍ଜରାରେ ୨୪ ଘଣ୍ଟା ବନ୍ଦ କରନ୍ତି ଗ୍ରାମବାସୀ

ସାଣନ୍ଦ,୧୬।୨: ମଦ୍ୟପାନ ବିରୋଧରେ ଦେଶରେ ସଚେତନତା ଅଭିଯାନ ଜାରି ରହିଛି। ଗୁଜରାଟ ସାଣନ୍ଦରେ ଲୋକେ ମଦ୍ୟପମାନଙ୍କୁ ସଚେତନ କରାଇବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ...

୯ ହଜାର କୋଟିର ବ୍ୟାଙ୍କ ଠକେଇ

କୋଲକାତା,୧୬।୫: ବାଂଲାଦେଶର ଏକ ବ୍ୟାଙ୍କରୁ ୯ ହଜାର କୋଟି ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରବିବାର ୬ ଜଣଙ୍କୁ ଗିରଫ କରିଛି। ମାଷ୍ଟରମାଇଣ୍ଡ୍‌ ପ୍ରଶାନ୍ତ...

ମୋଦି ସରକାରଙ୍କୁ ଚିଠି ଲେଖିଲା ଓ୍ବିକିମିଡିଆ: ନୁଆ ନିୟମ ଯୋଗୁ ବିନାଶ ହୋଇଯିବ ସିଷ୍ଟମ୍‌

ନୂଆଦିଲ୍ଲୀ,୩୦।୧୨: ଭାରତରେ କାମ କରୁଥିବା ଓ୍ବେବସାଇଟ୍‌କୁ ନେଇ କେନ୍ଦ୍ରର ମୋଦି ସରକାର କିଛି ନିୟମ ବଦଳାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ଡାଟା...

ସେପ୍ଟେମ୍ବର ସୁଦ୍ଧା ୭୦କୋଟି ଲୋକଙ୍କୁ ଟିକା ଦିଆଯିବା ଲକ୍ଷ୍ୟ: ସିଇଏ

ନୂଆଦିଲ୍ଲୀ,୪।୬: ଦେଶରେ କରୋନା ଟିକାକରଣକୁ ଆହୁରି ତ୍ୱରାନ୍ବିତ କରାଯିବ। ସେପ୍ଟେମ୍ବର ସୁଦ୍ଧା ଦେଶର ୭୦କୋଟି ଲୋକଙ୍କୁ କରୋନା ଭାକ୍ସିନର ପ୍ରଥମ ଡୋଜ୍‌ ଦିଆଯିବା ନେଇ ସରକାର...

ସୋମବାରରୁ ଅଯୋଧ୍ୟା ଶୁଣାଣି ଅଧିକ ଘଣ୍ଟାଏ

ନୂଆଦିଲ୍ଲୀ,୨୧ା୯(ପି.ଟି.): ସୁପ୍ରିମକୋର୍ଟରେ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ଶୁଣାଣି ଜାରି ରହିଥିବାବେଳେ ଆସନ୍ତା ସୋମବାରରୁ ସାମ୍ବିଧାନିକ ପୀଠ ଅଧିକ ଏକଘଣ୍ଟା ବସିବ।...

Advertisement
Archives

Model This Week