Posted inଖେଳ

ଭଲିବଲ୍‌ ଖେଳିଲେ ଧୋନୀ

ନୂଆଦିଲ୍ଲୀ, ୫ା୮ (ପି.ଟି.)- ଭାରତର ଦୁଇ ଥର ବିଶ୍ୱକପ୍‌ ବିଜୟୀ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ରବିବାର ଟେରିଟୋରିଆଲ ଆର୍ମିରେ ତାଙ୍କ ବାଟାଲିୟନ ସହିତ ଭଲିବଲ ଖେଳୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଧୋନୀ ବର୍ତ୍ତମାନ ଦୁଇ ମାସ କ୍ରିକେଟରୁ ଛୁଟି ନେଇଛନ୍ତି। ଜୁଲାଇ ୩୧ରୁ ସେ ୟୁନିଫର୍ମରେ ଅଛନ୍ତି। ପାଟ୍ରୋଲିଂ, ଗାର୍ଡ ଏବଂ ପୋଷ୍ଟରେ ଡ୍ୟୁଟି କରୁଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ପ୍ରସାରିତ ହେବାରେ ଲାଗିଛି। ଏହି ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନଙ୍କ ନେତୃତ୍ୱରେ ଭାରତ କ୍ରିକେଟ ମଇଦାନରେ ବହୁ ସ୍ମରଣୀୟ ସଫଳତା ହାସଲ କରିଛି। ସେ ଟେରିଟୋରିଆଲ ଆର୍ମିର ପାରାଚୁଟ୍‌ ରେଜିମେଣ୍ଟରେ ଅବୈତନିକ ଲ୍ୟୁଟନାଣ୍ଟ କଲୋନେଲ ପଦବୀରେ ଅଛନ୍ତି। ଚଳିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜରେ ଧୋନୀ ଭାରତୀୟ ଦଳର ଅଂଶ ବିଶେଷ ନାହାନ୍ତି। ଧୋନୀଙ୍କ ବାଟାଲିୟନ ଭିକ୍ଟର ଫୋର୍ସର ଅଂଶ ଭାବେ ଦକ୍ଷିଣ କଶ୍ମୀରରେ ମୁତୟନ ହୋଇଛି। ପୂର୍ବତନ ଅଧିନାୟକଙ୍କୁ ୨୦୧୧ରେ ଅବୈତନିକ ଲ୍ୟୁଟନାଣ୍ଟ କଲୋନେଲ ପଦବୀ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କଠାରୁ ଧୋନୀ: ଏହି ୫ ଖେଳାଳି ସେନା ପୋଷାକ ପିନ୍ଧି ଉଡାଇଥିଲେ ତ୍ରିରଙ୍ଗା

ଭାରତୀୟ କ୍ରିକେଟ ଦଳର ଏମିତି କିଛି ଖେଳାଳି ଅଛନ୍ତି, ଯେଉଁମାନେ ଭାରତୀୟ ସେନାରେ ନିଜକୁ ସାମିଲ କରିଛନ୍ତି। ହେମୁ ଅଧିକାରୀ, ମହେନ୍ଦ୍ର ସିଂ ଧୋନୀ, ସଚିନ...

ନକ୍‌ଆଉଟ୍‌ରେ ଗୁଜରାଟ

ଜୟପୁର, ୧୦।୧୦ (ପି.ଟି.)- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ଚାଲିଥିବା ଦିନିକିଆ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିରେ ଗୁରୁବାର ଖେଳାଯାଇଥିବା ଗ୍ରୁପ୍‌-ସି’ର ଏକ...

ଉତ୍କଳ କରାଟେ ସ୍କୁଲରେ ଅଭ୍ୟାସ ଜାରି ରଖିଛନ୍ତି ଅନୁପମା

ଭୁବନେଶ୍ୱର, ୨୪।୪(କ୍ରୀଡ଼ା ପ୍ରତିନିଧି)- କୋଭିଡ୍‌-୧୯ ପ୍ରଭାବରେ କ୍ରୀଡ଼ା ଜଗତ ସ୍ଥାଣୁ ଅବସ୍ଥାକୁ ଚାଲି ଆସିଥିବାରୁ ସର୍ବଦା କୋଳାହଳ ମୁଖରିତ ଖେଳାଳି ତିଆରି କାରଖାନା ଉତ୍କଳ କରାଟେ...

ପ୍ରଥମ ଟି୨୦: ଧର୍ମଶାଳାରେ ପ୍ରବଳ ବର୍ଷା

ଧର୍ମଶାଳା, ୧୫।୯(ପି.ଟି.)- ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ଗ୍ରାଉଣ୍ଡରେ ରବିବାର ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌...

ଟି୨୦: ଭାରତ ନ ଆସିଲେ ଆମେ ଯିବୁନି: ପିସିବି

କରାଚୀ, ୨୬ା୧ (ପି.ଟିି.)- ଚଳିତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନ ଟି୨୦ ଏସିଆ କପ୍‌ ଆୟୋଜନ କରୁଛି। ଏଥିରେ ଅଂଶଗ୍ରହଣ ଲାଗି ଭାରତ ଯଦି ରାଜି ନ...

ଟେଷ୍ଟ ଫର୍ମାଟ ସବୁଠାରୁ ସ୍ବତନ୍ତ୍ର: ପୂଜାରା

ରାଜକୋଟ,୧୨।୧(ପି.ଟି.)- କ୍ରିକେଟର ପାରମ୍ଭରିକ ତଥା ସବୁଠାରୁ ଲମ୍ବା ଫର୍ମାଟ ରୂପ ପରିଗଣିତ ହେଉଥିବା ଟେଷ୍ଟ ହେଉଛି ସବୁଠାରୁ ସ୍ବତନ୍ତ୍ର। ଏହି ଫର୍ମାଟ ତା’ର ସ୍ଥିତି ବଜାୟ...

ଦୁଇ ମାସ ବ୍ୟାଡ୍‌ମିଣ୍ଟନରୁ ଦୂରେଇ ରହିବେ ମୋମୋତା

ଟୋକିଓ, ୧୪।୧ (ଏଏଫ୍‌ପି)- ଦୁର୍ଘଟଣାର ସମ୍ମୁଖୀନ ହୋଇ ଆଘାତପ୍ରାପ୍ତ ହୋଇଥିବା ବିଶ୍ୱର ଏକ ନମ୍ବର ପୁରୁଷ ବ୍ୟାଡ୍‌ମିଣ୍ଟନ ଖେଳାଳି ଜାପାନର କେଣ୍ଟୋ ମୋମୋତା ୨ ମାସ...

ମେସିଙ୍କୁ ରେକର୍ଡ ୬ଷ୍ଠ ବାଲୋନ ଡି’ ଅର

ପ୍ୟାରିସ,୩ା୧୨: ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସି ସୋମବାର ରେକର୍ଡ ୬ଷ୍ଠ ବାଲୋନ ଡି’ଅର ସମ୍ମାନ ପାଇଛନ୍ତି। ବାର୍ସିଲୋନାକୁ ଲା ଲିଗା ଚାମ୍ପିୟନ କରାଇବା ପରେ ତାଙ୍କ...

Coronavirus Update


Archives

Model This Week

Why Dharitri