ଭଞ୍ଜନଗର ଆହାର କେନ୍ଦ୍ରରେ ଅଗ୍ନିକାଣ୍ଡ

ଭଞ୍ଜନଗର,୨୫।୪(ଡି.ଏନ.ଏ.)-ଭଞ୍ଜନଗର ଆହାର କେନ୍ଦ୍ରରେ ବୁଧବାର ସକାଳେ ରୋଷେଇ ଚାଲିଥିବା ବେଳେ ସିଲିଣ୍ଡରରୁ କୌଣସି ପ୍ରକାରେ ଗ୍ୟାସ୍‌ ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା। ଫଳରେ ସେଠାରେ ଥିବା ବିଭିନ୍ନ ପ୍ଲାଷ୍ଟିକ୍‌ ଜିନିଷ ପୋଡ଼ିଯାଇଥିଲା। ଭଞ୍ଜନଗର ଦମକଳ ବାହିନୀ ତୁରନ୍ତ ପହଞ୍ଚତ୍ ନିଆଁକୁ ଆୟତ୍ତ କରିବାରୁ ଏକ ବଡ଼ଧରଣର ବିପଦ ଟଳିଯାଇଛି । ଆହାର କେନ୍ଦ୍ରକୁ ଲାଗି ଭଞ୍ଜନଗର ଉପଖଣ୍ଡ ହସ୍ପିିଟାଲ ଶିଶୁ ୱାର୍ଡ। ନିଅଁା ଲାଗିବା ବେଳେ ରୋଷେଇ ଘରେ ୩ଟି ଗ୍ୟାସ୍‌ ଭର୍ର୍ତ୍ତିି ସିଲିଣ୍ଡର ଥିଲା । ଉକ୍ତ ସିଲିଣ୍ଡର ଫାଟି ଥିଲେ ପରିସ୍ଥିତି ଅଣାୟତ ହୋଇପଡ଼ିଥାନ୍ତା । ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି । ସିଲିଣ୍ଡର କିଣିବା ସମୟରେ ଗ୍ୟାସ୍‌ ଲିକ୍‌ ହେଉଛି କି ନାହିଁ ସେ ନେଇ ଉପଭୋକ୍ତାମାନେ ଯାଞ୍ଚ କରୁନାହାନ୍ତି । ନିର୍ଦ୍ଧାରିତ ସମୟରେ ରେଗୁଲେଟର ଓ ପାଇପ୍‌ ବଦଳା ଯାଉନାହିଁ । ତେଣୁ ଗ୍ରାହକମାନଙ୍କୁ ଏ ନେଇ ସଚେତନ କରାଯିବା ଆବଶ୍ୟକ ରହିଛି । ଅନ୍ୟପକ୍ଷରେ ଡ଼୍ରେନ୍‌ ବ୍ୟବସ୍ଥା ନଥିବା ଯୋଗୁ କିଛିଦିନ ହେବ ଆହାର କେନ୍ଦ୍ରର ମଇଳା ପାଣି ରାସ୍ତାରେ ଭାସୁଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ  ଦାବି ହୋଇଛି । ଆହାର କେନ୍ଦ୍ର ଦାୟିତ୍ୱରେ ଥିବା ଏନଏସିର ଜଣେ ଅଧିକାରୀ କହିଛନ୍ତ, ଦୁଇଦିନ ମଧ୍ୟରେ ଡ଼୍ରେନ କାମ ଆରମ୍ଭ ହେବ । ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେଣୁ ସମସ୍ତ ସିଲିଣ୍ଡର ଓ ରେଗୁଲେଟରକୁ ତୁରନ୍ତ ବଦଳାଇ ଦିଆଯାଇଛି । ଅଗ୍ନିକାଣ୍ଡରେ ସେଭଳି କୈଣସି ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ । ନିର୍ଦ୍ଧାରିତ ସମୟରେ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ପାଇଁ ଭଞ୍ଜନଗର ୱାଟର ପାର୍କବନ୍ଦ: ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ମୌସୁମୀ ବର୍ଷା ଆରମ୍ଭ ହେବା ସହ ଭଞ୍ଜନଗର ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷରେ ପରିଚାଳନା ଖର୍ଚ୍ଚ ବଢ଼ିବା…

ଗାଲେରୀ କାଳୀ ମନ୍ଦିରରୁ ବଡ଼ ଧରଣର ଚୋରି; କୋଟି କୋଟି ଟଙ୍କାର ଅଳଙ୍କାର ଲୁଟ୍‌

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚୋରି ଓ ଡକାୟତି ଘଟଣା ଦିନକୁ ଦିନ ବଢ଼ୁଥିବା ବେଳେ ରବିବାର ସକାଳେ ଆଉ ଏକ…

ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପୋଡ଼ମପେଟା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛାତ୍ରୀ ଗୁରୁତର, ବିଧାୟକ ମେଡିକାଲରେ ପହଞ୍ଚି…

ଗଞ୍ଜାମ,୪ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଓ୍ବାର୍ଡ ନଂ ୧୧ ଦାମୋଦରପୁର ଗ୍ରାମର ଭାସ୍କର ବେହେରାଙ୍କ ଝିଅ ବିଜ୍ଞାନ ଛାତ୍ରୀ ସ୍ମୃତିମୟୀ ବେହେରା ଶନିବାର ଅପରାହ୍ନରେ ବିଦ୍ୟୁତ୍‌…

ବାହାଘର ଶୋଭାଯାତ୍ରାରେ ପୋଲିସ କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୪|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏକ ବିବାହ ଶୋଭାଯାତ୍ରା ରେ ଶୁକ୍ରବାର ମଧ୍ୟାହ୍ନରେ ଜଣେ କନଷ୍ଟେବଳ…

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ଉପରେ କଟକଣା: ଭୋକ ଉପାସରେ ପରିବାର, କ୍ଷୋବ ପ୍ରକାଶ କରି…

ଛତ୍ରପୁର, ୪।୭ (ଦିଲ୍ଲୀପି ସାମଲ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଆଗାମୀ ଜୁଲାଇ ୫ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ଲଘୁଚାପ ଜନିତ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ଭିଜିଲାନ୍ସ କାର୍ଯ୍ୟାଳୟ ପାଚେରି

ଛତ୍ରପୁର,୪ା୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପରେ ସମଗ୍ର ଗଞ୍ଜାମ ଜିଲା ବେହାଲ ହୋଇପଡ଼ିଛି। ଇତିମଧ୍ୟରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଭିଜିଲାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri