ଭଞ୍ଜନଗରରେ କରୋନା ଭୟ: ପରୀକ୍ଷା କରାଇବାକୁ କଟକ ଗଲେ ଡାକ୍ତରୀ ଛାତ୍ର

ଭଞ୍ଜନଗର,୧୫।୨ (ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ କରୋନା ଭୂତାଣୁ ଭୟ ଦେଖାଦେଇଛି। ଗତ ଜାନୁୟାରୀ ୧୪ରେ ଚାଇନାରୁ ଫେରିଥିବା ଜଣେ ଡାକ୍ତରୀ ଛାତ୍ରଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ଶୁକ୍ରବାର ରାତି ପ୍ରାୟ ୯ଟାରେ କଟକ ବଡ଼ ମେଡିକାଲକୁ ପଠାଯାଇଛି। ଏହି ଘଟଣା ଜଣାପଡ଼ିବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି। ଅନ୍ୟପକ୍ଷରେ ଲୋକେ ଭୟଭୀତ ନ ହେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ସେପଟେ ଭଞ୍ଜନଗର ବୁଲିବାକୁ ଆସିଥିବା ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ପାସ୍‌ପୋର୍ଟ ମଧ୍ୟ ପୋଲିସ ଯାଞ୍ଚ କରିଛି। ସେମାନେ ଆମେରିକାର ବୋଲି ଜଣାପଡ଼ିଛି। ଚାଇନାରେ ଡାକ୍ତରୀ ପାଠ ପଢ଼ୁଥିବା ଭଞ୍ଜନଗରର ଛାତ୍ରଜଣକ ନିଜ ଗ୍ରାମକୁ ଫେରିବାର ମାସେ ବିତିଲାଣି। କରୋନା ଭୂତାଣୁ ସଂକ୍ରମଣ ନେଇ ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ମାତ୍ର ଶୁକ୍ରବାର ସନ୍ଧ୍ୟାରେ କେତେଜଣ ଲୋକ ସମ୍ପୃକ୍ତ ଛାତ୍ରଙ୍କୁ ନେଇ ଭୟଭୀତ ହୋଇ ତାଙ୍କ ସମ୍ପର୍କରେ ସ୍ଥାନୀୟ ପୋଲିସ ପ୍ରଶାସନକୁ ଜଣାଇଥିଲେ। ରାତି ପ୍ରାୟ ସାଢ଼େ ୮ଟାରେ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକତ୍ସା କରାଯାଇଥିଲା। ତେବେ ଏଠାରେ କୌଣସି ବ୍ୟବସ୍ଥା ନଥିବା ଯୋଗୁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି। ବିଦେଶରୁ ଯେଉଁମାନେ ଗତ କିଛିଦିନ ମଧ୍ୟରେ ଆସିଛନ୍ତି, ସେମାନେ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ଅଭିଯୋଗ ପରେ ପଞ୍ଚାୟତକୁ ଦିଆଗଲା ପିଡିଏସ୍‌ ବଣ୍ଟନ ଦାୟିତ୍ୱ

କେସିଙ୍ଗା,୨।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତରେ ପିଡିଏସ୍‌ ଚାଉଳ ବଣ୍ଟନରେ ଦୁର୍ନୀତି ଓ ଅନିୟମିତତାକୁ ନେଇ କେସିଙ୍ଗା ବିଡିଓଙ୍କ ନିକଟରେ ସରପଞ୍ଚ ଓ...

ଅନିଶ୍ଚିତତାରେ ୧୫୦୦ ଚାଷୀ

ଗତ ୨୮ତାରିଖରୁ ଯାଜପୁର ଜିଲାରେ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଜିଲାର ବିଭିନ୍ନ ସ୍ଥାନରେ ଅମଳ ପୂର୍ଣ୍ଣମାତ୍ରାରେ ହୋଇ ନ...

ଉତ୍ସବ ପରି ଉତ୍ସାହ

ଅନୁଗୋଳ/ ଢେଙ୍କାନାଳ ଅଫିସ, ୮ା୬ ମହାମାରୀ କରୋନାରୁ ଟିକା ହିଁ ସୁରକ୍ଷା ଦେଇପାରିବ। ଲୋକଙ୍କ ମନରେ ଏହି ବିଶ୍ୱାସ ଭରିବାରେ ସରକାର ସଫଳ ହୋଇଛନ୍ତି। ବିଶେଷଜ୍ଞମାନଙ୍କ...

ପୁଣି ଏକ୍‌ମୋ ଚିକିତ୍ସାବେଳେ ଗଲା ଜୀବନ

କଟକ ଅଫିସ, ୧୩।୯: ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଏକ୍‌ମୋ ସପୋର୍ଟରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର...

ଅଧ୍ୟକ୍ଷଙ୍କୁ ଚାପୁଡ଼ା ମାରିଲେ ପୂର୍ବତନ ଅଧ୍ୟକ୍ଷା

ଫୁଲବାଣୀ ଅଫିସ/ଖଜୁରିପଡ଼ା, ୨୯ା୧-ଖଜୁରିପଡା ବ୍ଲକ ଦୂତିମେଣ୍ଡିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ବର୍ତ୍ତମାନର ଅଧ୍ୟକ୍ଷଙ୍କୁ ମଙ୍ଗଳବାର ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଅଧ୍ୟକ୍ଷ ତଥା...

୫୦ କେଜିର ଲଡୁ ଲାଗି ହେବ

ଜଟଣୀ,୮ା୯(ରବୀନ୍ଦ୍ର ନାଥ ମହାକୁଡ଼): ଗଣେଶ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ସହର। ଏଥିପାଇଁ ବିଭିନ୍ନ ବ୍ୟବସାୟୀ ସଂଘ, ସାହିବସ୍ତି ଓ କ୍ଲବ ପକ୍ଷରୁ ଧୁମଧାମରେ...

‘ଓଡ଼ିଶା ଚାଷୀଙ୍କୁ ମିଳୁନି କେନ୍ଦ୍ରୀୟ ଅନୁଦାନ’

ଢେଙ୍କାନାଳ ଅଫିସ, ୨୭ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି କ୍ଷେତ୍ର ପାଇଁ ଓଡ଼ିଶାକୁ ବିପୁଳ ଆର୍ଥତ୍କ ଅନୁଦାନ ଦେଉଛନ୍ତି। ରାଜ୍ୟର ଚାଷୀଙ୍କ ପାଖରେ ଏହା ପହଞ୍ଚୁନାହିଁ।...

ବିଧାନସଭା ଆଗରେ ୩ ଚାଷୀଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): କଡ଼ା ସୁରକ୍ଷା ବଳୟ ଭେଦ କରି ବିଧାନସଭା ଆଗରେ ପୁଣି ଆତ୍ମାହୁତି ଉଦ୍ୟମ। ଗତ ମଙ୍ଗଳବାର ନୟାଗଡ଼ ପରୀ ହତ୍ୟା ମାମଲାରେ ତାଙ୍କ ବାପା...

Advertisement
Archives

Model This Week