ଭକ୍ତ-ଭଗବାନଙ୍କ ମଧ୍ୟରେ କରୋନା: ଭାରତର ୧୩ଟି ରାଜ୍ୟର ୩୩ ଧର୍ମସ୍ଥଳୀରେ କଟକଣା; ଇଟାଲିରେ ଚର୍ଚ୍ଚ-ଇରାନରେ ମସଜିଦ୍‌ ବନ୍ଦ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୩: ପୃଥିବୀରେ କରୋନା ଆତଙ୍କ ସୃଷ୍ଟି କରିଛି। ଏଥିପାଇଁ ପ୍ରତି ଦେଶର ସରକାର ଭିଡ଼ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହିତ ଭିଡ଼ରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଏହାର ପ୍ରଭାବ ବିଭିନ୍ନ ଧର୍ମସ୍ଥଳୀରେ ଦେଖିବାକୁ ମିଳିଛି। ଭକ୍ତ-ଭଗବାନଙ୍କ ମଧ୍ୟରେ କରୋନା ବାଧା ସୃଷ୍ଟି କରିଛି। ଦେଶର ୧୩ଟି ରାଜ୍ୟର ୩୩ଟି ଧର୍ମସ୍ଥଳୀରେ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି ହୋଇଛି। ଇତିମଧ୍ୟରେ ହରିଦ୍ୱାରରେ ଗଙ୍ଗା ଆରତି ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହା ସହିତ ଦିଲ୍ଲୀର ଇସ୍କନ୍‌, ମୁମ୍ବାଇର ମହାଲକ୍ଷ୍ମୀ, ହାଜିଅଲ୍ଲୀ, ଜମ୍ମୁର ରଘୁନାଥ, ସିକରର ଖଟୁ ଶ୍ୟାମ, ଚିତ୍ରକୂଟର କାମତାନାଥ ଆଦି ମନ୍ଦିରକୁ ଗୁରୁବାର ବନ୍ଦ କରି ଦିଆଯାଇଛି। ଏହା ପୂର୍ବରୁ ବୁଧବାର ବୈଷ୍ଣୋଦେବୀଙ୍କ ଯାତ୍ରା ଉପରେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରୋକ ଲଗାଯାଇଥିଲା। ସେହିପରି ବୃନ୍ଦାବନରେ ପ୍ରଭୁ ରଙ୍ଗନାଥଙ୍କ ୧୭୧ ବର୍ଷ ଧରି ଜାରି ରହିଥିବା ବାର୍ଷିକ ଯାତ୍ରାକୁ ବନ୍ଦ କରାଯାଇଛି। ସୂଚନାଯୋଗ୍ୟ, ଭିଡ଼କୁ ଦୃଷ୍ଟିରେ ରଖି ତିରୁପତି, ଅଜମେର, ଶିରିଡ଼ି, ମମଲେଶ୍ୱର, ତ୍ରମ୍ବେକଶ୍ୱର, ଘୃଷ୍ଣେଶ୍ୱର, ସିଦ୍ଧିବିନାୟକ, କାମାକ୍ଷା ମନ୍ଦିର, ଶନି ଶିଙ୍ଗଣାପୁର, ଦଲାଇଲାମା ଟେମ୍ପୁଲ୍‌, ବୁମ୍ବାଦେବୀ, ବବୁଲନାଥ ଆଦି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ସେହିପରି ମହାକାଳେଶ୍ୱରଙ୍କ ଭସ୍ମ ଆରତିକୁ ବନ୍ଦ କରାଯାଇଛି। କାରଣ ଏହି ସମୟରେ ୩-୪ ଘଣ୍ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ। ସ୍ବର୍ଣ୍ଣମନ୍ଦିର ଖୋଲା ଥିଲେ ମଧ୍ୟ ସ୍ବର୍ଣ୍ଣମନ୍ଦିର ପ୍ଲାଜାକୁ ବନ୍ଦ କରାଯାଇଛି। ଓଁକାରେଶ୍ୱର ମନ୍ଦିର ବନ୍ଦ ହୋଇ ନ ଥିଲେ ବି ଶ୍ରଦ୍ଧାଳୁଙ୍କୁ ଆସିବାକୁ ବାରଣ କରାଯାଇଛି। ହିମାଚଳ ପ୍ରଦେଶରେ ୬ ମନ୍ଦିରକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ସୂଚନାଯୋଗ୍ୟ, କରୋନା ଯୋଗୁ ଇଟାଲିରେ ଚର୍ଚ୍ଚ ଏବଂ ଇରାନ୍‌ରେ ମସଜିଦ୍‌ରେ ସାମୁହିକ ପ୍ରାର୍ଥନାକୁ ମଧ୍ୟ ବନ୍ଦ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜି୭ରେ ରୁଷିଆ ବିରୋଧୀ ରଣନୀତି

ହିରୋଶିମା,୨୦ା୫: ବିଶ୍ୱର ସବୁଠୁ ପ୍ରଭାବଶାଳୀ ଗଣତନ୍ତ୍ରଗୁଡ଼ିକର ନେତାମାନେ ଶୁକ୍ରବାର ଜାପାନର ହିରୋଶିମା ସହରରେ ଏକାଠି ହୋଇଛନ୍ତି। ୟୁକ୍ରେନ୍‌ ଉପରେ ୧୫ ମାସ ଧରି ଆକ୍ରମଣ ଜାରି ରଖିଥିବା...

ମାଲି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ବାମାକୋ,୨୦ା୪ (ଏଏଫ୍‌ପି): ମାଲିରେ ହିଂସା ଦମନ କରିବାରେ ବିଫଳତା ପାଇଁ ପ୍ରଧାନମନ୍ତ୍ରୀ ସୁମିଲୁ ବୁବେୟି ମାଇଗା ନିଜ ମନ୍ତ୍ରିମଣ୍ଡଳ ସହ ଇସ୍ତଫା ପ୍ରଦାନ କରିଛନ୍ତି। ଦେଶର...

କ୍ରିମିଆ ବ୍ରିଜ ବିସ୍ଫୋରଣ ପରେ ଅସ୍ଥିର ହୋଇ ଉଠିଛି ରୁଷିଆ, ୟୁକ୍ରେନ୍ ଉପରେ ପକାଇଲା ୭୫ ମିଶାଇଲ, ଗୁଇନ୍ଦା ଏଜେନ୍ସିର ହେଡକ୍ୱାଟରକୁ ବି ଟାର୍ଗେଟ

ମସ୍କୋ,୧୦ ।୧୦: ରୁଷିଆ ଅଧିନରେ ଥିବା କ୍ରିମିଆ ଉପଦ୍ୱୀପର ଏକ ପୋଲକୁ ବିସ୍ଫୋରଣରେ ଉଡାଇ ଦିଆଯିବା ପରେ ଏବେ ଅଧିକ ଆକ୍ରମକ ହୋଇଯାଇଛି ରୁଷିଆ ।...

୯୮ ବର୍ଷ ଇତିହାସରେ ପ୍ରଥମ: ଡିଜ୍‌ନୀର ଅଧ୍ୟକ୍ଷ ହେବେ ଜଣେ ମହିଳା

କାର୍ଲିଫର୍ନିଆ,୩।୧୨: ମନୋରଞ୍ଜନ ଜଗତର ପ୍ରମୁଖ କମ୍ପାନୀ ୱାଲ୍ଟ ଡିଜନି ୯୮ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛି। ୬୭...

୧୧ ବର୍ଷ ହେଲା ପହଁରି ଅଫିସ ଯାଉଛନ୍ତି ଝୁ ବିବୁ

ବେଜିଂ,୨୨।୪: ଚାଇନା ବୁହାନରେ ବାସ କରୁଥିବା ଜଣେ ବ୍ୟକ୍ତି ଗତ ୧୧ ବର୍ଷ ହେଲା ପହଁରି ଅଫିସ୍‌ ଯାଉଛନ୍ତି। ୟାଙ୍ଗ୍‌ଜୀ ନଦୀରେ ୨.୨ କିଲୋମିଟର ପହଁରିବାକୁ...

ଚାଇନା ନାଗରିକଙ୍କ ବ୍ୟାଗ୍‌ରୁ ବାଦୁଡ଼ି ମାଂସ ଧରିଲା ସନ୍ଧାନୀ କୁକୁର

ବ୍ୟାଙ୍କକ୍‌,୧୨।୧୧: ଥାଇଲାଣ୍ଡର ସୁବର୍ଣ୍ଣଭୂମି ଏୟାରପୋର୍ଟରେ ଜଣେ ଚାଇନା ନାଗରିକ ନିଜ ବ୍ୟାଗ୍‌ରେ ଚାଲାଣକରି ଆଣୁଥିବା ବାଦୁଡ଼ି ମାଂସକୁ ସନ୍ଧାନୀ କୁକୁର ଧରିଛି। ପ୍ରାଣୀଧନ ଉନ୍ନୟନ ବିଭାଗର...

ପିଲାଙ୍କୁ ପସନ୍ଦ ଡିଜିଟାଲ୍‌ ଲର୍ନିଂ

ଓ୍ମାଶିଂଟନ୍‌: ସ୍ମାର୍ଟଫୋନ୍‌, ଇ-ବୁକ୍ସ ଓ ଟାବଲେଟ୍‌ ପ୍ରତି ଛୋଟ ପିଲାମାନେ ଅଧିକ ଆକର୍ଷିତ ହେଉଛନ୍ତି। କିନ୍ତୁ ଏସବୁର ବ୍ୟବହାର ଦ୍ୱାରା ପିଲାମାନେ କିଛି ଶିଖି ପାରିବେ...

କଏନ୍‌-କାଗଜ ଟଙ୍କାରୁ ବ୍ୟାପେ କି କରୋନା ମହାମାରୀ, ଗବେଷକ ଦେଲେ ଏଭଳି ଉତ୍ତର…

ବର୍ଲିନ୍‌,୧।୮: ପୃଥିବୀରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। କେତେକ ଦେଶରେ ଦ୍ପିତୀୟ ଲହର ଥମୁଥିବାବେଳେ କିଛି ଦେଶରେ ତୃତୀୟ ଲହର ଆରମ୍ଭ ହୋଇଛି।...

Advertisement
Archives

Model This Week