ବ୍ୟାଙ୍କରେ ତାଲା ପକାଇଲେ ଗ୍ରାହକ

ସଜନାଗଡ଼, ୨୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବଜାରରେ ଥିବା ଷ୍ଟେଟବ୍ୟାଙ୍କ ଶାଖାରେ ଗ୍ରାହକଙ୍କୁ ଠିକ୍‌ ଭାବେ ବ୍ୟବହାର କରାଯାଉ ନ ଥିବା ଅଭିଯୋଗ ହେଉଛି। ଶୁକ୍ରବାର ବ୍ୟାଙ୍କ ଖୋଲିବା ପୂର୍ବରୁ ଶତାଧିକ ଗ୍ରାହକ ମୁଖ୍ୟ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିରହିଥିଲେ। ନୀଳଗିରି ଥାନାର ସବ୍‌ଇନ୍ସପେକ୍ଟର ଗଣେଶ ତ୍ରିପାଠୀ ସଦଳବଳେ ପହଞ୍ଚତ୍ ଗ୍ରାହକଙ୍କୁ ବୁଝାଶୁଝା କରିବା ପରେ ତାଲା ଖୋଲା ଯାଇଥିଲା। ଏହାରେ ପରେ ସମସ୍ତ ଗ୍ରାହକ ବ୍ୟାଙ୍କ ଭିତରକୁ ପ୍ରବେଶ କରି ବ୍ୟାଙ୍କର କାରବାରକୁ ବନ୍ଦ କରିଥିଲେ। ଏଚ୍‌ଆର୍‌ ମ୍ୟାନେଜର ଗୋଲକ ବିହାରୀ ପତି, ଚିଫ୍‌ ମ୍ୟାନେଜର ସିଏସ୍‌ସି ଏମ୍‌. କବିତା ପାଣି, ଜୋନାଲ ସେକ୍ରେଟାରୀ ଚିତ୍ତରଞ୍ଜନ ପଣ୍ଡା ପହଞ୍ଚତ୍ ଗ୍ରାହକମାନଙ୍କ ସହ ଆଲୋଚନା କରି ଏ ଦିଗରେ ଦୃଷ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏନେଇ ଗ୍ରାହକମାନେ ବାଲେଶ୍ୱର ରିଜିଓନାଲ ମ୍ୟାନେଜରଙ୍କୁ ଏକ ଅଭିଯୋଗ ପତ୍ର ଦେଇଛନ୍ତି। କୌଣସି ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଏସ୍‌ବିଆଇ ନୀଳଗିରି ଶାଖାକୁ ଅଚଳ କରିଦିଆଯିବ ବୋଲି ଗ୍ରାହକମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୌତୁକ ପାଇଁ ମାରିଦେଲେ ଝିଅକୁ’

ବନ୍ତ,୧୫।୭(ଡି.ଏନ୍‌.ଏ.): ଯୌତୁକ ଟଙ୍କା ଦେଇ ନ ପାରିବାରୁ ଶାଶୁଘର ଲୋକେ ମୋ ଝିଅକୁ ମାରିଦେଲେ। ଏଭଳି ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲା ବନ୍ତ ଥାନା ଅଧୀନ...

ଜୁଆଆଡ୍ଡାରେ ଚଢ଼ାଉ: ଟଙ୍କା, ମୋବାଇଲ ଜବତ; ୫ ଗିରଫ

ପୁରୁଷୋତ୍ତମପୁର,୨।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିଖରପୁର ଗ୍ରାମରେ ଚାଲିଥିବା ଜୁଆଆଡ୍ଡା ଉପରେ ରବିବାର ରାତିରେ ପୋଲିସ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇଛି।...

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଅଫିସ,୨୫।୧୧: ମୟୂରଭଞ୍ଜ ଜିଲା ବାରିପଦା ଆଇଟିଡିଏ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ମହାସଂଘର ଧାରଣା

ନିରାକାରପୁର,୧୦ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତସ୍ଥ ମଦର ଟେରେସା ମହିଳା ମହାସଂଘ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୨ ଦଫା...

ଇଏ କି ଶାଳଗ୍ରାମ

ପୁରୀ ଅଫିସ,୧୬।୬: ସନାତନ ପରମ୍ପରାରେ ଶାଳଗ୍ରାମଙ୍କୁ ସ୍ବୟଂ ବିଷ୍ଣୁଙ୍କ ସ୍ବରୂପ ଭାବେ ଉପାସନା କରାଯାଇଥାଏ। ବର୍ତ୍ତମାନ ପ୍ରକୃତ ଶାଳଗ୍ରାମ ପ୍ରାୟତଃ ଆଉ ମିଳୁନାହିଁ। ଶ୍ରୀମନ୍ଦିରରେ ଚିତ୍ରିତ...

ବେଆଇନ ଚିଙ୍ଗୁଡ଼ିଘେରି ଉଚ୍ଛେଦ

କୁଜଙ୍ଗ, ୬।୧୧(ଡି.ଏନ୍‌.ଏ): କୁଜଙ୍ଗ ବନ ବିଭାଗ ପକ୍ଷରୁ ଶୁକ୍ରବାର ନୂଆଗାଁ ସେକ୍ସନ ଅଧୀନ ବରକୁଦାସ୍ଥିତ ଜଙ୍ଗଲ ଜମିରୁ ବେଆଇନ ଚିଙ୍ଗୁଡି ଘେରିଗୁଡ଼ିକୁ ଉଚ୍ଛେଦ କରାଯାଇଛି। ଏହି...

ଢେଙ୍କାନାଳ ବିରାଶାଳ ଏୟାରଷ୍ଟ୍ରିପ୍‌ରେ ବିମାନ ଦୁର୍ଘଟଣା

କାମାକ୍ଷାନଗର,୬।୬(ଡି.ଏନ୍‌.ଏ.): ଢେଙ୍କାନାଳ ବିରାଶାଳ ଏୟାରଷ୍ଟ୍ରିପରେ ପୁଣି ବିମାନ ଦୁର୍ଘଟଣା ଘଟିଛିି । ପ୍ରଶିକ୍ଷଣ ବେଳେ ୧୫ ଫୁଟରୁ ବିମାନଟି ଖସି ପଡିଥିବା ଜଣାପଡ଼ିଛି । ଦୁର୍ଘଟଣା...

ଆଦିବାସୀ ମନ୍ତ୍ରୀ, ବିଧାୟକଙ୍କ ଜନଜାତି ଆବାସିକ ବିଦ୍ୟାଳୟ ପରିଦର୍ଶନ 

କୋକସରା,୨୪।୮(ଡି.ଏନ.ଏ.): ଆଦିବାସୀ ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସିରକା ଶନିବାର ପାପଡାହାଣ୍ଡି ଗସ୍ତରେ ଆସି ଫେରୁଥିବା ବେଳେ କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣିରେ ଥିବା...

Advertisement
Archives

Model This Week