ବ୍ଲାକ୍‌ ଫଙ୍ଗସ୍‌: ଔଷଧ ପାଇଁ କେନ୍ଦ୍ର ଉପରେ ନିର୍ଭର କରିବନି ଓଡ଼ିଶା

ଭୁବନେଶ୍ୱର,୧୬ା୬(ବ୍ୟୁରୋ):ରାଜ୍ୟ ସରକାର ମ୍ୟୁକୋରମାଇକୋସିସ୍‌ (ବ୍ଲାକ୍‌ ଫଙ୍ଗସ) ଚିକିତ୍ସା ପାଇଁ କେନ୍ଦ୍ର ଉପରେ ଆଉ ନିର୍ଭର କରିବେ ନାହିଁ। ରାଜ୍ୟ ସରକାର ନିଜେ ସିଧାସଳଖ ଏଥିପାଇଁ ଔଷଧ କ୍ରୟ କରିବେ। ଔଷଧ ନିର୍ମାତା କମ୍ପାନୀଗୁଡ଼ିକଠାରୁ ସିଧାସଳଖ କ୍ରୟ କରାଯାଉଥିବାରୁ ରାଜ୍ୟରେ ଜୀବନ ରକ୍ଷାକାରୀ ଔଷଧ ଅଭାବ ପୂରଣରେ ଉନ୍ନତି ଦେଖା ଦେଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତଥାପି ଆମ୍ଫୋଟେରିସିନ ବି ଇଞ୍ଜେକ୍‌ଶନ କେନ୍ଦ୍ର ସରକାରଙ୍କ ରସାୟନ ଓ ରାସାୟନିକ ସାର ମନ୍ତ୍ରଣାଳୟ ଦ୍ୱାରା ଖରିଦ କରାଯାଉଛି। ଫଳରେ ରାଜ୍ୟର ରୋଗୀମାନଙ୍କୁ ଆବଶ୍ୟକତା ସମୟରେ ମିଳିପାରୁ ନାହିଁ। ରାଜ୍ୟରେ ବ୍ଲାକ୍‌ ଫଙ୍ଗସ ରୋଗ ପରିସ୍ଥିତିରେ ଉନ୍ନତି ଦେଖାଦେଇଛି। ଯଦିଓ ଏବେ ବି ଔଷଧ ପାଇଁ ଆମେ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରୁଛୁ ତେବେ ଅନ୍ୟ ସଂସ୍ଥା ଦ୍ୱାରା ମଧ୍ୟ ରାଜ୍ୟ ସରକାର ଔଷଧ କ୍ରୟ କରୁଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ରାଜ୍ୟରେ ମ୍ୟୁକୋରମାଇକୋସିସ୍‌ ମାମଲା ହ୍ରାସ ପାଇବାରେ ଲାଗିଛି। ଏହି ରୋଗ ପାଇଁ ସ୍ବତନ୍ତ୍ର ହସ୍ପିଟାଲର ବ୍ୟବସ୍ଥା କରାଯାଇଛି। ବ୍ଲାକ୍‌ ଫଙ୍ଗସ ରୋଗୀଙ୍କ ପାଇଁ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲାସ୍ଥିତ ଭିମ୍‌ସାରଠାରେ ରାଜ୍ୟ ସରକାର ୩୦ ବେଡ୍‌ ଲେଖାଏ ବ୍ୟବସ୍ଥା କରିଛନ୍ତିି। ପ୍ରତ୍ୟେକ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଏଥିପାଇଁ ୪ଟି ବେଡ୍‌ ସଂରକ୍ଷିତ ରଖାଯାଇଛି ବୋଲି ସେ କହିଛନ୍ତି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ଏ ପର୍ଯ୍ୟନ୍ତ ୮୨ ଜଣ ବ୍ଲାକ୍‌ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ୩ ଜଣଙ୍କ ଗଳାକାଟି ହତ୍ୟା ଘଟଣା : ଜେଏମ୍‌ଏଫ୍‌ସିରେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କ ବୟାନ ରେକର୍ଡ

କଟକ ଅଫିସ,୯।୮ : କଟକରେ କିଛିଦିନ ତଳେ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ନୟାଗଡ ଅଞ୍ଚଳର...

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମୃତ

ବାହାନଗା,୨୭ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ପୋଲିସର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରୁଣ୍ଡୁ ମଳିକ(ଅଲିୟାସ ଲକ୍ଷ୍ମୀଧର)ଙ୍କ ମୃତ୍ୟୁ ଘଟିଛି। ତାଙ୍କ...

CORONAVIRUS UPDATE: ରାଜ୍ୟରୁ ଆଜି ସର୍ବାଧିକ ୪୧୯୮ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୫ ହଜାର ଟପିଲା

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ସୋମବାର ମୋଟ୍‌ ୩୦ ଜିଲାରୁ ୪,୧୯୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫ରେ ପହଞ୍ଚିଥିବା ରାଜ୍ୟ...

ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ଜୀବନ: ୧୯୨୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୭।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ବୁଧବାର ୭୯୧ ସଂକ୍ରମିତ ଚିହ୍ନଟ...

ଭଦ୍ରକକୁ ଆସିବେ ୩୨ ହଜାର ପ୍ରବାସୀ

ଭଦ୍ରକ ଅଫିସ, ୩୦ା୪: ଭଦ୍ରକ ଜିଲାକୁ ଫେରିବେ ୩୨ ହଜାର ପ୍ରବାସୀ। ଘରକୁ ଫେରିବା ପାଇଁ ଏମାନେ ନିଜ ନାମ ଅନ୍‌ଳାଇନ୍‌ରେ ପଞ୍ଜୀକରଣ କରିସାରିଛନ୍ତି। ପ୍ରବାସୀମାନଙ୍କର...

ଖସୁଛି ସଂକ୍ରମଣ: ଆଜି ୬୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜ୍ୟରେ ରବିବାର ୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୩୬ ଜଣ...

ଘରେ ଘରେ ଜ୍ୱର ବଢାଉଛି ଚିନ୍ତା

ଲାଠୋର,୨୯ା୪: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋରରେ କରୋନା ସ୍ଥିତି ଚିନ୍ତାଜନକ ରହିଛି। ଏପ୍ରିଲ ୨୮ତାରିଖ ସୁଦ୍ଧା ଗ୍ରାମରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ସରପଞ୍ଚ...

୧୬ ଯାଏ ବର୍ଷା ନାହିଁ

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ଝାଡ଼ଖଣ୍ଡ ଏବଂ ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଅପସରି ଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କଟକ,...

Advertisement
Archives

Model This Week