ରଣପୁର,୧୯ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ସୁନାଖଳା-ରଣପୁର ରାସ୍ତାର ଚମ୍ପତିପୁରଠାରେ ମଲାଗୁଣୀ ନଦୀ ଉପରେ ନିର୍ମିତ ବ୍ରିଟିଶ ଅମଳର ପୋଲ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଏହି ପୋଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହେବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ କାମ ଆରମ୍ଭ ହେଉ ନାହିଁ। ଏଥିଯୋଗୁ ଉକ୍ତ ଅଞ୍ଚଳରେ ଦୁର୍ଘଟଣା ଘଟି ଗତ ୫ବର୍ଷ ମଧ୍ୟରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୩୬ ଜଣ ଆହତ ହୋଇଛନ୍ତି। ପୋଲ କାମ ଶୀଘ୍ର ଆରମ୍ଭ ନ ହେଲେ ସ୍ଥାନୀୟ ଜନସାଧାରଣ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।
ଏହି ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବି, ଆପତ୍ତି, ଅଭିଯୋଗ ପରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ଉଦ୍ୟମରେ ୨୦୧୪ ମସିହାରେ ୨କୋଟି ୮ ୧ ଲକ୍ଷ ୭୫ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ଟେଣ୍ଡର କରାଯାଇଥିଲା। ତା୨୩ା୭ା୨୦୧୫ରେ ପୋଲ ନିର୍ମାଣ ପାଇଁ ରଣପୁର ବିଧାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜମି ଅଧିଗ୍ରହଣରେ ସମସ୍ୟା କାରଣରୁ କାମ କିଛି ଦିନ ଧରି ଅଟକି ରହିଥିଲା। ଏହି ସମସ୍ୟା ଦୂର ହୋଇଥିଲେ ମଧ୍ୟ ଠିକାଦାର କାମ ନ କରି ଚୁପ୍ ହୋଇ ବସି ରହିଛନ୍ତି। ପୋଲ ନିର୍ମାଣରେ ବିଳମ୍ବ ହେବାର କାରଣ ସମ୍ପର୍କରେ ଠିକାଦାରଙ୍କୁ ସ୍ଥାନୀୟ ଲୋକେ ପ୍ରଶ୍ନ କରିବାରୁ ସେ ଛଡ, ସିମେଣ୍ଟ, ଗୋଡି ଓ ବାଲି ପରି ଆନୁସଙ୍ଗିକ ସାମଗ୍ରୀ ଦର ବୃଦ୍ଧି ଯୋଗୁ ୪ ବର୍ଷ ପରେ କାମ କରିବା ସମ୍ଭବ ହେଉ ନାହିଁ । ଅଧିକ ଅର୍ଥ ବ୍ୟୟବରାଦ ହେଲେ ସେ କାମ କରିବେ ବୋଲି କହିଥିଲେ। ଏ ସମ୍ପର୍କରେ ରଣପୁର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଦୀପ୍ତ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଥିଲେ, ଠିକାଦାର ଟେଣ୍ଡର ନେଇ କାର୍ଯ୍ୟ କରୁ ନାହାନ୍ତି। ଅଧିକ ବ୍ୟୟବରାଦ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ପୋଲ ନିର୍ମାଣ କାର୍ଯ୍ୟ ପଡି ରହିଛି।

ବୁଥ୍ ଜବରଦଖଲ ଅଭିଯୋଗ
ନୟାଗଡ଼ ଅଫିସ,୨୦ା୨: ନୟାଗଡ଼ ବ୍ଲକର ୪ ଜିଲା ପରିଷଦ ଜୋନର ୨୯ ପଞ୍ଚାୟତରେ ଭୋଟଗ୍ରହଣ ଚାଲିଛି। ଏହାର ହରିପୁରର ୧୨ ନଂ ବୁଥ୍ରେ ଜବରଦଖଲ କରାଯାଇ...

ସହରକୁ ଜଳଯୋଗାଣ ବନ୍ଦ : ଜନସ୍ବାସ୍ଥ୍ୟ ବିଭାଗ ବେଫିକର
ନୟାଗଡ଼ ଅଫିସ,୨୧ା୧୦: ନୟାଗଡ଼ ସହରକୁ ଦୈନିକ ଆବଶ୍ୟକ ଅନୁଯାୟୀ ଜଳ ଯୋଗାଣ ହେଉ ନ ଥିବାବେଳେ ଏବେ ୩ଦିନ ହେଲା ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଫଳରେ...

ଘରୋଇ ଛାତ୍ରୀଛାତ୍ରଙ୍କୁ ମିଳୁନି ପାଠ୍ୟପୁସ୍ତକ, ପାଠପଢ଼ା ବ୍ୟାହତ
ଚିଲିକା,୨୧ା୮(ଡି.ଏନ.ଏ.): ଚଳିତ ଶିକ୍ଷାବର୍ଷର ଚାରିମାସ ବିତି ଯାଇଥିଲେ ସୁଦ୍ଧା ଛାତ୍ରୀଛାତ୍ରଙ୍କୁ ଏ ପର୍ଯ୍ୟନ୍ତ ସରକାରୀ ପାଠ୍ୟପୁସ୍ତକ ମିିଳିପାରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ପିଲାମାନେ...

ପୂର୍ଣ୍ଣାଙ୍ଗ ହୋଇପାରିଲାନି ଜରାବ୍ୟାଧି ଚିକିତ୍ସା କେନ୍ଦ୍ର: ଅଧିକ ଅନୁଦାନକୁ ମନା କଲେ ସରକାର
ନୟାଗଡ଼ ଅଫିସ, ୩ା୨(ଲୋକନାଥ ମିଶ୍ର): ପରିବର୍ତ୍ତିତ ପ୍ଲାନକୁ ଅନୁମୋଦନ ନ କରି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜରାବ୍ୟାଧି ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯାଇଥିବା ଅଭିଯୋଗ...

ନୟାଗଡରେ କରୋନା ମୃତ୍ୟୁ ସଂଖ୍ୟା ୯ ଛୁଇଁଲା
ନୟାଗଡ଼ ଅଫିସ,୧୫ା୮-ନୟାଗଡ଼ ଜିଲାରେ ଶନିବାର ୪ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୧ରେ ପହଞ୍ଚିଛି। ଅନ୍ୟପକ୍ଷେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।...

ଲଗାଣ ବର୍ଷା : ରାଜପଥ ପାର୍ଶ୍ୱ ଗାର୍ଡୱାଲ ଧସିିଲା
ଖଣ୍ଡପଡ଼ା,୨୫।୧୦(ସ୍ବ.ପ୍ର.): ଅବିଶ୍ରାନ୍ତ ବର୍ଷା ଲାଗି ରହିବା ଫଳରେ ବାଘମାରୀ-କଣ୍ଟିଲୋ ୪୮ ନଂ. ରାଜପଥର ନୟାଗଡ଼ ଜିଲା କଣ୍ଟିଲୋ ପଲଟନ ପଡ଼ିଆ ନିକଟରେ ନିର୍ମିତ ଗାର୍ଡୱାଲଟି ଗୁରୁବାର...

କଖାରୁ ଫୁଲ, ଶାଗ ଖାଇ ଗୋଟିଏ ପରିବାରର ୬ ଅସୁସ୍ଥ
ନୟାଗଡ଼ ଅଫିସ/ଦଶପଲ୍ଲା,୨୩।୨(ଡି.ଏନ୍.ଏ.): ନୟାଗଡ଼ ଜିଲା ଦଶପଲ୍ଲା ସହର ହରିଡାବାରୀ ସତ୍ସଙ୍ଗ ବିହାର ସାହିରେ କଖାରୁ ଫୁଲ ଓ ଶାଗ ଖାଇ ରବିବାର ଗୋଟିଏ ପରିବାରର ୬ଜଣ...

ଦାବି ପୂରଣ ପାଇଁ ଖବରଦାତାଙ୍କ ପ୍ରତୀକ ଧାରଣା
ଦଶପଲ୍ଲା,୩ା୮(ଡି.ଏନ.ଏ.): ଦଶପଲ୍ଲା ଥାନା ସମ୍ମୁଖରେ ଖବରଦାତା କ୍ରିୟାନୁଷ୍ଠାନ କମିଟି ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ଧାରଣା ଶୁକ୍ରବାର ଆରମ୍ଭ ହୋଇଛି। ଜୁନ୍ ୧୦ରୁ ୧୪ତାରିଖ ପର୍ଯ୍ୟନ୍ତ ସେମାନେ...