ବ୍ରହ୍ମପୁର ଷ୍ଟାଡିୟମ୍‌ରେ ସର୍ବସାଧାରଣଙ୍କ ପ୍ରବେଶ: ପେସାଦାର ଖେଳାଳିଙ୍କ ବିରୋଧ

ବ୍ରହ୍ମପୁର ଅଫିସ୍‌,୨୧ା୬- ନେତା ବଦଳିଲେ, ନୀତି ବଦଳେ। ଏକଥା କୁହାଯାଏ। ହେଲେ ବ୍ରହ୍ମପୁର ସହରରେ ଏବେ ନେତା ବଦଳୁଥିବା ନୀତି ସମସ୍ୟା ସୃଷ୍ଟି କରୁଛି। ବ୍ରହ୍ମପୁର ଷ୍ଟାଡିୟମ୍‌ ବର୍ତ୍ତମାନ ଏହା ଭୋଗିବାକୁ ଯାଉଛି। ଷ୍ଟାଡିୟମ୍‌ରେ ସକାଳୁ ବ୍ୟାୟାମ କରିବା ପାଇଁ ସର୍ବସାଧାରଣଙ୍କ ପ୍ରବେଶ ଉପରୁ କଟକଣା ହଟାଇବାକୁ ନବନିର୍ବାଚିତ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଘୋଷଣା କରିଥିଲେ। ଏହାକୁ ପେଶାଦାର ଖେଳାଳିମାନେ ତୀବ୍ର ବିରୋଧ କରୁଛନ୍ତି। ଗୁରୁବାର ସକାଳେ ଖେଳାଳିମାନେ ନିଷ୍ପତ୍ତି ବଦଳାଇବା ପାଇଁ ବିଧାୟକଙ୍କୁ ସାକ୍ଷାତ କରିବାକୁ ତାଙ୍କ ଘରକୁ ଯାଇଥିଲେ। ହେଲେ ବିଧାୟକ ସାକ୍ଷାତ କରି ନ ଥିଲେ। ଯାହା ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ହେଲା, ପ୍ରତିଷ୍ଠା ପରଠୁ ବ୍ରହ୍ମପୁର ଷ୍ଟାଡିୟମ୍‌ରେ ସକାଳୁ ଏବଂ ଉପରବେଳା ବ୍ୟାୟାମ କରିବା ପାଇଁ ସର୍ବସାଧାରଣଙ୍କ ପ୍ରବେଶ ଥିଲା। ହେଲେ ଦେଖିବାକୁ ମିଳିଲା, ଶତାଧିକ ଲୋକ ବ୍ୟାୟାମ କରିବା ଫଳରେ ପଡ଼ିଆ ନଷ୍ଟ ହେବାରେ ଲାଗିଲା, ଘାସ ମରିଗଲା। ଖାଲ ଢ଼ିପ ବଢ଼ିଲା। ଷ୍ଟାଡିୟମ୍‌ର ଉନ୍ନତୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ୨୦୧୩ରେ ୫୬ଲକ୍ଷ ଟଙ୍କାର ବ୍ୟୟରେ ଷ୍ଟାଡିୟମ୍‌ର ଉନ୍ନତୀକରଣ କରାଯାଇଛି। ସ୍ପ୍ରିଙ୍କଲର୍‌ ଲଗାଇ ପାଣି ସିଞ୍ଚନ ବ୍ୟବସ୍ଥା ସହ ଅନ୍ୟାନ୍ୟ କାମ ହୋଇଛି। ନିୟମିତ ପାଣି ସିଞ୍ଚନ ଫଳରେ ଘାସ ଉଠିଥିଲା। ହେଲେ ଏହା ପରଠୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। କାରଣ ଷ୍ଟାଡିୟମ୍‌ରେ କ୍ରୀଡ଼ା ଛାତ୍ରାବାସ ରହିଛି। ବହୁ ଅନ୍ତେବାସୀ ସେଠାରେ ଭଲିବଲ୍‌, ବାସ୍କେଟବଲ୍‌, ଭାରୋତ୍ତୋଳନ ସହ ଅନ୍ୟାନ୍ୟ କ୍ରୀଡ଼ାରେ ତାଲିମ୍‌ ନେଉଛନ୍ତି। ଏଥି ସହ କେବଳ ପେଶାଦାର ଖେଳାଳିଙ୍କୁ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ ଅନୁମତି ଦିଆଯାଇଥିଲା। ଫଳରେ ଆଥଲେଟିକ୍‌ ଏବଂ ବକ୍ସିଂ ସହ ଅନ୍ୟ କ୍ରୀଡ଼ାର ଖେଳାଳୀମାନେ ନିୟମିତ ଅଭ୍ୟାସ କରିପାରୁଥିଲେ। କୌଣସି ପ୍ରକାର ବାଧା ନ ଥିଲା। ହେଲେ ନବନିର୍ବାଚିତ ବିଧାୟକ ବିକ୍ରମ କୁମାର ପଣ୍ଡା ଗତ ୧୬ତାରିଖରେ ଷ୍ଟାଡିୟମ୍‌ ପରିଦର୍ଶନରେ ଯାଇଥିଲେ।
ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଉଠାଇ ଦେଇଥିଲେ। ଶତାଧିକ ପେଶାଦାର ଖେଳାଳି ତୀବ୍ର ବିରୋଧ କରିଛନ୍ତି। କାରଣ ସର୍ବସାଧାରଣଙ୍କ ପ୍ରବେଶ ଫଳରେ ସେମାନଙ୍କ ଅଭ୍ୟାସ ବାଧାପ୍ରାପ୍ତ ହେବ। ଷ୍ଟାଡିୟମ୍‌ରେ ଲାଗିଥିବା ସ୍ପ୍ରିଙ୍କଲର୍‌, ଘାସ ନଷ୍ଟ ହୋଇଯିବ। ପୂର୍ବଭଳି ସେମାନେ ଅଭ୍ୟାସ କରିପାରିବେ ନାହିଁ। କ୍ରୀଡ଼ା ଛାତ୍ରାବାସରେ ଅନ୍ତେବାସୀମାନେ ରହୁଥିବା ଯୋଗୁ ସେମାନଙ୍କ ସମସ୍ୟା ମଧ୍ୟ ବଢ଼ିଯିବ। ଏଣୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ପୂର୍ବରୁ ରହିଥିବା କଟକଣା ପୁଣି ଥରେ ଲଗାଯିବାକୁ ଖେଳାଳିମାନେ ଦାବି କରିଛନ୍ତି। ଏହି ଦାବିନେଇ ସେମାନେ ଗୁରୁବାର ସକାଳେ ବିଧାୟକଙ୍କ ଘରକୁ ଯାଇଥିଲେ। କିନ୍ତୁ ସେ ସାକ୍ଷାତ କରି ନ ଥିଲେ।ସୂଚନାଯୋଗ୍ୟ, ବ୍ରହ୍ମପୁର ଷ୍ଟାଡିୟମ୍‌ର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। ଏହାକୁ ସାଟେଲାଇଟ୍‌ ଷ୍ଟାଡିୟମ୍‌ରେ ପରିଣତ କରିବାକୁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏପରିକି ଷ୍ଟାଡିୟମ୍‌ କଡ଼ରେ ଥିବା ସେନା ବିଭାଗର କ୍ୱାର୍ଟର୍ସ ଜମିକୁ ମଧ୍ୟ ଅଧିଗ୍ରହଣ କରାଯାଇଛି। ଉନ୍ନତମାନର କ୍ରୀଡ଼ା ଛାତ୍ରାବାସ ସହ ଅନ୍ୟାନ୍ୟ ଅତ୍ୟାଧୁନିକ କ୍ରୀଡ଼ା ସାମଗ୍ରୀ ରଖିବାକୁ ପୂର୍ବରୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଘୋଷଣା କରିଛି। ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏଭଳି ସ୍ଥଳେ ଷ୍ଟାଡିୟମ୍‌କୁ ସର୍ବସାଧାରଣଙ୍କ ପ୍ରବେଶ ଫଳରେ କେବଳ ଷ୍ଟାଡିୟମ୍‌ ନଷ୍ଟ ହେବନି ବରଂ ନିର୍ମାଣକାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି କ୍ରୀଡ଼ାବିତ୍‌ମାନେ ଆଲୋଚନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଖଣିମନ୍ତ୍ରୀମାନଙ୍କୁ ନେଇ ୨ଦିନିଆ ସମ୍ମିଳନୀ

ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ବିଭିନ୍ନ ରାଜ୍ୟର ଖଣି ଓ ଇସ୍ପାତ ମନ୍ତ୍ରୀମାନଙ୍କୁ ନେଇ ଏକ ୨ଦିନିଆ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି। ଭାରତ ସରକାରଙ୍କ...

ଆଜି ଓଡ଼ିଶାରେ ପହଞ୍ଚିବ କରୋନା ଟିକା

ଭୁବନେଶ୍ୱର,୧୨।୧(ବ୍ୟୁରୋ): କରୋନାକୁ ମାତ ଦେବାକୁ ଆସୁଥିବା ଟିକା କୋଭିଶିଲ୍ଡର ବିତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କଠାରୁ ଅନୁମତି ମିଳିବା ପରେ ମଙ୍ଗଳବାର ଏହା ଓଡ଼ିଶା...

ଅତାବିରା ବିଧାନସଭାରେ ସ୍ନେହାଙ୍ଗିନୀ ଛୁରିଆ ଆଗୁଆ

ଅତାବିରା,୨୩।୫: ଅତାବିରା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଗରେ ଅଛନ୍ତି। ସ୍ନେହାଙ୍ଗିନୀ ୧୭୮୧୪ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ଭାଜପା ପ୍ରତିଦ୍ୱନ୍ଦ୍ୱୀ ୧୩୧୦୯...

ବଣ୍ଡାଘାଟିରେ ଡିଜିପି ଅଭୟ

ମାଲକାନଗିରି/ଗୋବିନ୍ଦପାଲି, ରାୟଗଡା ଅଫିସ,୭।୩: ମାଲକାନଗିରି ଜିଲା ଖଇରପୁଟ ବ୍ଲକର ଦୁର୍ଗମ ଅଞ୍ଚଳ ତଥା ମାଓବାଦୀ ଅଧ୍ୟୁଷିତ ବଣ୍ତାଘାଟିକୁ ରବିବାର ଡିଜିପି ଅଭୟ ଗସ୍ତ କରିଥିଲେ। ବଣ୍ତାଘାଟିରେ...

କୋର୍ଟ ଚାଲାଣ ବେଳେ ଖସିଗଲେ ଅଭିଯୁକ୍ତ

ବଡମ୍ବା,୧୩ା୨(ଡି.ଏନ୍‌.ଏ): ନରସିଂହପୁର ଅବକାରୀ ସ୍କ୍ବାର୍ଡ ପକ୍ଷରୁ ବୁଧବାର ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣେ ଖସି ପଳାଇଯାଇଥିଲେ। ପରେ ତାଙ୍କୁ ଗିରଫ କରାଯାଇଛି।...

ଶିବାଜୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ସୋମବାର ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାଃସ ତ୍ୟାଗ...

୩୬ ଘଣ୍ଟା, ୭୦୦ କି.ମି.

ଭୁବନେଶ୍ୱର,୩।୨(ବ୍ୟୁରୋ): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କ ପୁଅଙ୍କୁ ଅପହରଣ କରି ୩୦ ଲକ୍ଷ ଟଙ୍କାରେ ମୁଣ୍ଡ ଜାମିନ ଘଟଣାରେ କମିଶନରେଟ...

ଲଘୁଚାପ: ୨ ଦିନ ପ୍ରବଳ ବର୍ଷା  

ଭୁବନେଶ୍ୱର,୧୪ା୮(ବ୍ୟୁରୋ)- ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏଥିସହିତ ସମୁଦ୍ର ପତ୍ତନରୁ ୭.୬ କିମି ଉପର ଦକ୍ଷିଣ ପଶ୍ଚିମ...

Advertisement
Archives

Model This Week