ବ୍ରହ୍ମପୁର ମହାନଗର ନିଗମ : ବିଲ୍‌ଡିଂ ଟିକସ ବାବଦ ବକେୟା ୬.୫୩ କୋଟି

ବ୍ରହ୍ମପୁର ଅଫିସ,୨୧ା୬- ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ୨୦୧୮-୧୯ ଆର୍ଥିକ ବର୍ଷ ସୁଦ୍ଧା ଆଦାୟ ହୋଇପାରିନି ହୋଲଡିଂ (ଘର) ଟିକସ ବାବଦ ୬ କୋଟି ୫୩ ଲକ୍ଷ ୫୫ ହଜାର ୭୬୩ ଟଙ୍କା। ତନ୍ମଧ୍ୟରୁ କେବଳ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ୩ କୋଟି ୯୭ ଲକ୍ଷ ୩୫ ହଜାର ୬୪୭ ଟଙ୍କା ବକେୟା ପଡ଼ିଛି।
ଆଉ ୧୮ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବିଲଡିଂରୁ ୨ କୋଟି ୫୬ ଲକ୍ଷ ୨୦ ହଜାର ୧୧୬ ଟଙ୍କା ଆଦାୟ ହୋଇପାରି ନ ଥିବା ନିଗମ ସୂତ୍ରରୁ ଜଣାପଡ଼ିଛି। ୨୦୧୭-୧୮ ବର୍ଷ ସୁଦ୍ଧା ୬ କୋଟି ୪ ହଜାର ୨୨୫ ଟଙ୍କା ଟିକସ ବାବଦ ବକେୟା ପଡ଼ିଥିବା ବେଳେ ୨୦୧୮-୧୯ ବର୍ଷରେ ଆଉ ୫୩ ଲକ୍ଷ ୫୧ ହଜାର ୫୩୮ ଟଙ୍କା ମିଶି ୬.୫୩ କୋଟିରୁ ଅଧିକ ହୋଇଛି। ଇତିମଧ୍ୟରେ ନିଗମ ବୈଠକ ଅନୁଷ୍ଠିତ ହୋଇଥିଲା। ଘର ଟିକସ ବାବଦ ବକେୟା ଟଙ୍କା ଆଦାୟ ପାଇଁ କଡ଼ା ପଦକ୍ଷେପ ନିଆଯିବାର ନିଷ୍ପତ୍ତି ନିଆଯାଇଛି। ଏଠାର ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗ ନିର୍ବାହୀ ଯନ୍ତ୍ରୀ ହୋମଲଡିଂ ଟିକସ ବାବଦ ୯୨ ଲକ୍ଷ ୫୫ ହଜାର ୯୭୩, ବିଡିଏ (ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ) ସେକ୍ରେଟାରୀ ୯ ଲକ୍ଷ ୩୨ ହଜାର ୮୪୮ ଟଙ୍କା ପୈଠ କରିନାହାନ୍ତି। ସେହିପରି ବିଏସ୍‌ଏନ୍‌ଏଲ ଜେନେରାଲ ମ୍ୟାନେଜର ୨୮ ଲକ୍ଷ ୮୫ ହଜାର ୨୮୦ ଟଙ୍କା, ଦୂରଦର୍ଶନ କେନ୍ଦ୍ର ୧ ଲକ୍ଷ ୮୩ ହଜାର ୪୮୦ ଟଙ୍କା, ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ର ୨ ଲକ୍ଷ ୩୭ ହଜାର ୧୮୫ ଟଙ୍କା, ଗଞ୍ଜାମ ସିଡିଏମ୍‌ଓ ୫ ଲକ୍ଷ ୯୨ ହଜାର ୮୨୩ ଟଙ୍କା ହୋଲଡିଂ ଟିକସ ପୈଠ କରିନାହାନ୍ତି। ମହାନଗରରେ ଥିବା ଉମା ଚରଣ ପଟ୍ଟନାୟକ ସରକାରୀ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷ ୫୭ ଲକ୍ଷ ୪୯ ହଜାର ୬୪୭ ଏବଂ ସରକାରୀ ପଲିଟେକନିକ୍‌ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷଙ୍କ ନାମରେ ୧୮ ଲକ୍ଷ ୪୫ ହଜାର ୦୨୮ ଟଙ୍କା ବକେୟା ରହିଛି। ସରକାରୀ ଆଇଟିଆଇ ଅଧ୍ୟକ୍ଷ ୩୨ ଲକ୍ଷ ୭୮ ହଜାର ୧୨୭ ଟଙ୍କା ବକେୟା ରଖିଛନ୍ତି। ବ୍ରହ୍ମପୁର ଉପ ଜିଲାପାଳ ୧ ଲକ୍ଷ ୦୩ ହଜାର ୪୨୯, ସିଭିଲ କୋର୍ଟ ରେଜିଷ୍ଟ୍ରାରଙ୍କ ନାମରେ ୧ ଲକ୍ଷ ୬୦ ହଜାର ୪୮୪ ଟଙ୍କା ହୋଲ୍ଡିଂ ଟିକସ ବକେୟା ରହିଛି। ସରକାରୀ କୁଇନ୍‌ ମିଶନ ହାଇସ୍କୁଲ ୪୦ ହଜାର ୯୩୧, ସରକାରୀ ବାଳିକା ହାଇସ୍କୁଲ (ରାମଲିଙ୍ଗମ୍‌ ପୋଖରୀ ରୋଡ) ୩୬ ହଜାର ୮୯୪, ଗୋସାଣୀନୂଆଗଁାସ୍ଥ କେସି ବାଳକ ହାଇସ୍କୁଲ ୭୧ ହଜାର ୩୨୫, କେସି ଟାଉନ ହାଇସ୍କୁଲ ୨୩ ହଜାର ୧୯୫, କେସି ବାଳିକା ହାଇସ୍କୁଲ ୪୭ ହଜାର ୭୧୦ ଏବଂ ଗିରିରୋଡସ୍ଥ ବାଳିକା ହାଇସ୍କୁଲ (ସରକାରୀ) ୫୫୦୯୫ ଟଙ୍କା ହୋଲ୍ଡିଂ ଟିକସ ବକେୟା ଥିବା ବିଏମ୍‌ସି ତଥ୍ୟରୁ ଜଣାପଡ଼ିଛି।
ମହାନଗର ନିଗମ ଇଲାକାରେ ବର୍ତ୍ତମାନ ସୁଦ୍ଧା ଆସେଶମେଣ୍ଟ ହୋଇଥିବା ୫୮ ହଜାରରୁ ଊର୍ଦ୍ଧ୍ୱ ଘର ଅଛି। କେତେକ ନୂଆ ବସ୍ତି ଓ ସାହିରେ ଗୃହ ନିର୍ମାଣ ଚାଲିଛି। ସେ ସବୁ ସମ୍ପୂର୍ଣ୍ଣ ହେବା ପରେ ଟିକସ ପାଇଁ ଆସେଶମେଣ୍ଟ କରାଯିବ। ଏବେ ବାର୍ଷିକ ୧୨ କୋଟିରୁ ଅଧିକ ଟଙ୍କା ହୋଲ୍ଡିଂ ଟିକସ ଆଦାୟ କରାଯିବାର ହିସାବ କରାଯାଇଛି।
ଘରୋଇ ବାସଗୃହ ଗୁଡ଼ିକରୁ ଟିକସ ଆଦାୟ ସୁବିଧାରେ ହେଉଥିବା ବେଳେ ସରକାରୀ ବିଲ୍ଡିଂ ଗୁଡ଼ିକରେ ସାଢ଼େ ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିବ କାୟାକଳ୍ପ ପୁରସ୍କାର

ଛତ୍ରପୁର,୨ା୩(ଡି.ଏନ.ଏ.) ସ୍ବାସ୍ଥ୍ୟକେନ୍ଦ୍ରର ସ୍ବଚ୍ଛତା ଓ ସଂକ୍ରମଣ ନିୟନ୍ତ୍ରଣ ପଦକ୍ଷେପକୁ ଦେଖି ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ପ୍ରତିବର୍ଷ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଉଛି। ୨୦୧୯-୨୦ ବର୍ଷ ପାଇଁ...

ବାଇକ୍‌ ମୁହଁ।ମୁହିଁ ପରେ ବସ୍‌ରେ ପିଟିହେଲା, ୨ ମୃତ

ଦିଗପହଣ୍ଡି(ଡି.ଏନ.ଏ.)/ପାଟପୁର,୨୫ା୧- ଦିଗପହଣ୍ଡି-ରାୟଗଡ଼ା ୩୨୬ ନଂ. ରାଜ୍ୟ ରାଜପଥର କଂସାମାରି-ଧର୍ମପୁର ମଧ୍ୟବର୍ତ୍ତୀ ଶ୍ମଶାନ ସମ୍ମୁଖ ମୁଖ୍ୟ ରାସ୍ତାରେ ଶୁକ୍ରବାର ସକାଳ ପ୍ରାୟ ସାଢେ ୮ଟାରେ ଏକ ଦୁର୍ଘଟଣା...

ବିଷ ପିଇ ଚିକିତ୍ସାଧୀନ ଅବସ୍ଥାରେ ଜିପିଓଙ୍କ ମୃତ୍ୟୁ

ଭଞ୍ଜନଗର,୧୨ା୨(ଡି.ଏନ୍‌.ଏ.): ବିଷ ପିଇ ଗୁରୁତର ଥିବା ଭଞ୍ଜନଗର ବ୍ଲକର ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ(ଜିପିଓ) ପ୍ରମୋଦ ପଟ୍ଟନାୟକଙ୍କ ରବିବାର ମୃତ୍ୟୁ ଘଟିଛି। ସେ ଗତ ୧...

ଜିଲାପାଳ ଡାକିଲେ ବୈଠକ: ଗଞ୍ଜାମରେ ସ୍ବଳ୍ପ ବୃଷ୍ଟି, ଆଶଙ୍କାରେ ଚାଷୀ

ଛତ୍ରପୁର,୧୯ା୭(ଡି.ଏନ.ଏ)- ଗଞ୍ଜାମ ଜିଲାରେ ସ୍ବଳ୍ପ ବୃଷ୍ଟି ଯୋଗୁ ଚାଷକାର୍ଯ୍ୟ ବ୍ୟାହତ ହୋଇଛି। ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କୃଷି ବିଭାଗ...

ମହିଳାଙ୍କ ସୁରକ୍ଷା ପାଇଁ ନୂଆ ପ୍ରୟାସ: ବ୍ରହ୍ମପୁର, ଗଞ୍ଜାମ ପୋଲିସକୁ ମିଳିଲା ରେଡ୍‌ ସ୍କୁଟି

ବ୍ରହ୍ମପୁର ଅଫିସ/ଛତ୍ରପୁର (ଡି.ଏନ୍‌.ଏ.)୧୩।୧: ମହିଳାଙ୍କୁ ସୁରକ୍ଷା ଓ ସହାୟତା ନିମନ୍ତେ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହିକ୍ରମରେ ନିର୍ଭୟା ଯୋଜନାରେ ରାଜ୍ୟ ପୋଲିସକୁ ୫ ଶହ...

୧୫ ଫୁଟ ଲମ୍ବରେ ଭୁଶୁଡ଼ି ଗଲାଣି ରାସ୍ତା

ସୋରଡ଼ା,୧୪ା୧୨(ଡି.ଏନ୍‌.ଏ.): ଜାତୀୟ ରାଜପଥରୁ ସହର ମଧ୍ୟକୁ ସଂଯୋଗ କରୁଥିବା ନେତାଜୀ ସାହି ରାସ୍ତାର କଇଠପଲି ସାହି ନିକଟରେ ରାସ୍ତାପାର୍ଶ୍ୱ ୧୫ ଫୁଟ ଲମ୍ବରେ ଭୁଶୁଡି ଗଲାଣି।...

ଏମ୍‌ବିବିଏସ୍‌ ପିଜି ସିଟ୍‌ ୨୫୦କୁ ବୃଦ୍ଧି

ବ୍ରହ୍ମପୁର ଅଫିସ,୨୮ା୨:ବ୍ରହ୍ମପୁର ବଡ଼ ମେଡିକାଲ କଲେଜ ଓ ହସ୍ପିଟାଲକୁ ନ୍ୟାଶନାଲ ମେଡିକାଲ କମିଶନ(ଏନ୍‌ଏମ୍‌ସି)ର ଏକ ୭ ଜଣିଆ ଟିମ୍‌ ସୋମବାର ପହଞ୍ଚି ପିଜି ସିଟ୍‌ ବୃଦ୍ଧି...

ଘରେ ପଶିଲେ କଳାମୁଖା ପିନ୍ଧା ଦୁର୍ବୃତ୍ତ, ଗୋଡ଼ ହାତ ବାନ୍ଧି ବୁଲାଇଲେ କଳାକନା

ଦିଗପହଣ୍ଡି,୧୪।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ରଘୁନାଥ ଗୌଡଙ୍କ ଘରେ ଶସସ୍ତ୍ର ଡକାୟତି ହୋଇଛି। ରବିବାର ବିଳମ୍ବିତ ରାତିରେ ପରିବାର...

Advertisement
Archives

Model This Week