ବ୍ରହ୍ମପୁର ବଡ଼ ମେଡିକାଲ: ବାୟୋମେଟ୍ରିକ ଉପସ୍ଥାନ ପ୍ରହସନ

ବ୍ରହ୍ମପୁର ଅଫିସ,୨୩ା୭-ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ (ଏମ୍‌କେସିଜି) ଦକ୍ଷିଣ ଓଡ଼ିଶାର ଏକମାତ୍ର ବଡ ହସ୍ପିଟାଲ। ଏହା ଉପରେ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ପୁରୀ, ଗଜପତି, କନ୍ଧମାଳ ଏବଂ ଖୋର୍ଦ୍ଧା ଅଞ୍ଚଳର ରୋଗୀମାନେ ନିର୍ଭର କରୁଛନ୍ତି। ଏମ୍‌କେସିଜି ମେଡିକାଲରେ ବୟୋମେଟ୍ରିକ ବ୍ୟବସ୍ଥା ସହ ସିସି ଟିଭି ଖଞ୍ଜା ଯାଇଛି। ହେଲେ ଏହି ବ୍ୟବସ୍ଥା ଏବେ ପ୍ରହସନ ପାଲଟିଛି। ହସ୍ପିଟାଲ ଭିତରକୁ ଯିବା ବେଳେ ଡାକ୍ତରମାନେ ବାୟୋମେଟ୍ରିକ ମେଶିିନରେ ସେମାନଙ୍କର ଫିଙ୍ଗର ପ୍ରିଣ୍ଟ ଦେଉଛନ୍ତି। ଅଳ୍ପ କେତେ ଜଣ ରୋଗୀଙ୍କୁ ଦେଖିବା ପରେ ହସ୍ପିଟାଲର ଅନ୍ୟ ରାସ୍ତାଦେଇ ସେମାନେ ବିଭିନ୍ନ ନର୍ସିଂହୋମ୍‌କୁ ଚାଲି ଯାଉଛନ୍ତି। ଏମ୍‌କେସିଜି ମେଡିକାଲରେ ଲାଗି ରହିଥିବା ଏଭଳି ଅବ୍ୟବସ୍ଥା ଦୂର କରିବା ପାଇଁ ବହୁ ଅନୁଷ୍ଠାନ ଜିଲା ପ୍ରଶାସନ ନିକଟରେ ବିଭିନ୍ନ ସମୟରେ ଅଭିଯୋଗ କରିଛନ୍ତି। ଏଥିପ୍ରତି କେହି ଆନ୍ତରିକତା ଦେଖାଉ ନାହାନ୍ତି ବୋଲି କେତେକ ସଂଘ ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଛି। ଏମ୍‌କେସିଜି ମେଡିକାଲ ଡାକ୍ତରମାନେ ହସ୍ପିଟାଲ ଭିତରକୁ ରୋଗୀଙ୍କୁ ଚିକିତ୍ସା ପାଇଁ ଯାଉଛନ୍ତି। କିଛି ସମୟ ପରେ ପିଜି ଛାତ୍ରଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରି ସେଠାରୁ ଖସି ପଳାଇ ନର୍ସିଂହୋମରେ ଚିକିତ୍ସା କରୁଛନ୍ତି ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଅନେକ ଥର ଘଣ୍ଟଯାତ୍ରା ମାଧ୍ୟମରେ ଉଭୟ ମେଡିକାଲ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହେଲେ ଅଦ୍ୟାବଧି କୌଣସି ପରିବର୍ତ୍ତନ ଘଟିନାହିଁ ।
ଏହା ଏବେ ଏକ ପ୍ରହସନ ପାଲଟିଛି ବୋଲି ମାନବ ସୁରକ୍ଷା ଅଧିକାର ମଞ୍ଚ ଆବାହକ ଅବନୀ ଗୟା କହିିଛନ୍ତି।
ସମ୍ପର୍କରେ ଏମ୍‌କେସିଜି ମେଡିକାଲ ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ରାଧାମଧ ତ୍ରିପାଠୀ କୁହନ୍ତି, ହସ୍ପିଟାଲରେ ରୋଗୀ ସେବାରେ ସ୍ବଚ୍ଛତା ଆଣିବା ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା ଲାଗୁ କରାଯାଇଛି। ଅନ୍ୟପଟେ ଡାକ୍ତରମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ମେଡିକାଲ ପରିସରରେ ସିସି ଟିଭି ଖଞ୍ଜାଯାଇଛି। ବିଗତ ଦିନରେ କେତେ ଜଣ ଡାକ୍ତର ଏହାର ଖିଲାପ କରିଥିବା ବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠାକୁରଗଡ଼ ଅଞ୍ଚଳରେ ଝଡ଼ତୋଫାନ, ଗଛ ପଡ଼ି ରାସ୍ତା ଅବରୋଧ

ବଇଣ୍ଡା,୧୭।୫(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ତଥା ଆଖପାଖ ଅଞ୍ଚଳରେ ଗୁରୁବାର ସାରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଠାକୁରଗଡ଼ ମଇମୁରା ରାସ୍ତାର ଶିବ ମନ୍ଦିର...

ଜଙ୍ଗଲ ନିଆଁ: ଦୁଇଦିନରେ ଦୁଇଗୁଣ

ଭୁବନେଶ୍ୱର,୧୨।୩(ବ୍ୟୁରୋ): ସାରା ରାଜ୍ୟରେ ଜଙ୍ଗଲ ଜଳୁଛି। ଦିନକୁ ଦିନ ଏହା ବଢ଼ି ଚାଲିଛି। ଭାରତୀୟ ବନ ସର୍ବେକ୍ଷଣ ସୂଚନାନୁସାରେ, ବୁଧବାର ୪୯୭ଟି ଫାୟାର ପଏଣ୍ଟରେ ନିଆଁ...

ସୁରଟରୁ ୧୬୦୦ କିମି ସାଇକେଲ ଯାତ୍ରା କରି ଫେରିଲେ ପ୍ରବାସୀ

ଖୋର୍ଦ୍ଧା ଅଫିସ,୧୩।୫: କରୋନା ଭୁତାଣୁ ସଂକ୍ରମଣ ମୁକାବିଲା ଲାଗି ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି । ରାଜ୍ୟ ସରକାରଙ୍କ ଘୋଷଣା ପରେ ବାହାର ରାଜ୍ୟରୁ ପ୍ରବାସୀ...

ପ୍ରାକୃତିକ ବିପର୍ଯ୍ୟୟ ସୂଚନା ଦେବ ‘ସତର୍କ’ ଆପ୍‌: ବ୍ଲକ, ପଞ୍ଚାୟତରେ ଲାଗିବ ପାଣିପାଗ ଓ ବୃଷ୍ଟିମାପକ ଯନ୍ତ୍ର

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଚିର ସହଚର ହୋଇ ରହିଛି। କେତେବେଳେ ବନ୍ୟା ତ କେତେବେଳେ ବାତ୍ୟା, ମରୁଡ଼ି, ବଜ୍ରପାତ, ଅଂଶୁଘାତ ଭଳି ବିପତ୍ତି...

ଡାକଘର ପଦବୀ ପାଇଁ ନକଲି ସାର୍ଟିଫିକେଟ

ବଲାଙ୍ଗୀର ଅଫିସ,୨୪ା୩: ବଲାଙ୍ଗୀର ଡାକମଣ୍ଡଳର ୮୩ ବ୍ରାଞ୍ଚ ପୋଷ୍ଟ ମାଷ୍ଟର, ଏବିପିଏମ ଓ ଡାକସେବକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପଦବୀ ପାଇଁ...

କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ତତ୍ପରତା

ଗଞ୍ଜାମ,୫ା୭(ଡି.ଏନ୍‌.ଏ.)- ଗଞ୍ଜାମ ବ୍ଲକ ଓ ଏନ୍‌ଏସି ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ୱାର୍ଡ ନଂ.୫ରେ ରହୁଥିବା ୨ଦମ୍ପତି...

ପିପିଲି ଉପନିର୍ବାଚନ ଲାଗି କାଉଣ୍ଟଡାଉନ୍‌ ଆରମ୍ଭ

ଭୁବନେଶ୍ୱର(ବ୍ୟୁରୋ)/ପୁରୀ ଅଫିସ,୨୯।୯: ଗୁରୁବାର ପିପିଲି ଉପନିର୍ବାଚନ ଲାଗି ଭୋଟଗ୍ରହଣ ହେବ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ...

ଶିକ୍ଷାନିକେତନ ବିଦ୍ୟାଳୟରେ ରକ୍ତଦାନ ଶିବିର: ୨୭ ୟୁନିଟ୍‌ ରକ୍ତ ସଂଗ୍ରହ

ବାଲିଗୁଡା,୧୪।୬: କନ୍ଧମାଳ ଜିଲା ଶିକ୍ଷାନିକେତନ ତରଫରୁ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ା...

Advertisement
Archives

Model This Week