ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ:ମିଳୁନି କଣ୍ଟ୍ରୋଲ ୟୁନିଟ୍‌, ୬୨ ନଂ. ବୁଥ୍‌ରେ ହୋଇପାରେ ସାନି ନିର୍ବାଚନ

ପୁରୀ ଅଫିସ/ବ୍ରହ୍ମଗିରି,(ଡି.ଏନ.ଏ.)୨୭ା୪: ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଏକ ବୁଥ୍‌ରେ ମତଦାନ ଶେଷହେବା ପରେ ଏକ ତ୍ରୁଟି ଦେଖାଦେଇଛି। ସମ୍ପୃକ୍ତ ବୁଥ୍‌ର କଣ୍ଟ୍ରୋଲ ୟୁନିଟ୍‌ ମିଳୁ ନ ଥିବାରୁ ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଫଳରେ ଏହି ବୁଥ୍‌ରେ ସାନି ନିର୍ବାଚନ ହେବା ସମ୍ଭାବନା ରହିଛି।
ସୂଚନା ଅନୁଯାୟୀ, ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକ ଅଧୀନ ବାଘମୁଣ୍ଡା ୬୨ ନଂ. ବୁଥ୍‌ରେ ଗତ ୨୩ ତାରିଖରେ ମତଦାନ ହୋଇଥିଲା। ମତଦାନ ଶେଷ ପରେ ନିର୍ବାଚନ ପରିଚାଳନା କରୁଥିବା ଅଫିସରମାନେ ସମସ୍ତ ମେଶିନ ଷ୍ଟ୍ରଙ୍ଗରୁମ୍‌ରେ ଜିମା ଦେଇଥିଲେ। ହେଲେ ଷ୍ଟ୍ରଙ୍ଗରୁମ୍‌ରେ ସିଲ୍‌ ହେବା ସମୟରେ ୬୨ ନଂ. ବୁଥ୍‌ର ବିଧାନସଭା କଣ୍ଟ୍ରୋଲ ୟୁନିଟ୍‌ ମିଳି ନ ଥିଲା। ଏହା ଜଣାପଡ଼ିବା ପରେ ଗତ ବୁଧବାର ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନିର୍ବାଚନ ଏଜେଣ୍ଟ ପ୍ରସନ୍ନ କୁମାର ପଲାଇ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ଜ୍ୟୋତିପ୍ରକାଶ ଦାଶ କହିଛନ୍ତି ଯେ, କଣ୍ଟ୍ରୋଲ ୟୁନିଟ୍‌ ବୁହାଯିବା ବେଳେ ତାହା ଅସାବଧାନତାବଶତଃ ଅନ୍ୟ କୌଣସି ଷ୍ଟ୍ରଙ୍ଗରୁମ୍‌ରେ ରହିଯାଇଥାଇପାରେ। ଏହି ସମସ୍ୟା ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି। ସାନି ନିର୍ବାଚନ ହେବ କି ନାହିଁ ତାହା ନିର୍ବାଚନ କମିଶନ ନିଷ୍ପତ୍ତି ନେବେ ବୋଲି ଜିଲାପାଳ ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୬% ପ୍ରାର୍ଥୀଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୫ା୩(ପି.ଟି.): ସାତ ପର୍ଯ୍ୟାୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମୋଟ ୪,୪୦୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ପ୍ରତିଶତଙ୍କ ନାଁରେ ଆପରାଧିକ ମାମଲା...

ଢେଙ୍କାନାଳରୁ ସୁଧୀର ବିଜୟୀ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ସୁଧୀର କୁମାର ସାମଲ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର କୃଷ୍ଣଚନ୍ଦ୍ର ପାତ୍ରଙ୍କୁ...

ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ

ଭଦ୍ରକ ଅଫିସ,୨୯।୪ : ଭଦ୍ରକ ପୌରାଞ୍ଚଳରେ ଶାନ୍ତିଶୃଙ୍ଖଳା ସହ ମତଦାନ ଚାଲିଛି।  ଜିଲା ସ୍କୁଲ ପରିସର ମଡେଲ ବୁଥରେ ଭୋଟରମାନେ ଧାଡ଼ିରେ ମତଦାନ କରୁଥିବା ଦେଖିବାକୁ ମିଳିଛି।...

ପଞ୍ଜାବ ବିଧାନସଭା ନିର୍ବାଚନ, ବଳାତ୍କାର-ହତ୍ୟା ଅଭିଯୁକ୍ତ ମଇଦାନରେ, ଶିରୋମଣୀ ଅକାଳୀ ଦଳ ଆଗରେ…

ଚଣ୍ଡିଗଡ଼, ୧୫।୨ : ଫେବୃୟାରୀ ୨୦ରେ ପଞ୍ଜାବର ୧୧୭ଟି ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନରେ ୧୩୦୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।...

ଏକ୍‌ଜିଟ୍‌ ପୋଲ୍‌ ଓ ନିର୍ବାଚନ ଫଳାଫଳ ମଧ୍ୟରେ ରହିଛି ବହୁତ ପାର୍ଥକ୍ୟ: ଜାଭେଡକର

ନୂଆଦିଲ୍ଲୀ,୯।୨: ସରିଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏବେ ସମସ୍ତଙ୍କ ନଜର ଫଳାଫଳ ଉପରେ। ଇତିମଧ୍ୟରେ କିନ୍ତୁ ଏକ୍‌ଜିଟ୍‌ ପୋଲ୍‌ ଫଳଫଳକୁ ନେଇ ପୁଣି ଅଙ୍କକଷା ଆରମ୍ଭ...

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ: ଜଣଙ୍କ ପରେ ଜଣେ ବିଧାୟକଙ୍କ ପାଖକୁ ଯାଉଛି ଫୋନ୍‌ କଲ୍‌

ଭୁବନେଶ୍ୱର,୨୮।୫(ବ୍ୟୁରୋ): ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ମନ୍ତ୍ରୀପଦ ପାଇଁ ପକ୍ରିୟା ଆରମ୍ଭ ହୋଇଯାଇଛି। ଏଥିପାଇଁ ମଙ୍ଗଳବାର ସଂନ୍ଧ୍ୟାରେ ନବ ନିର୍ବାଚିତ କିଛି ବିଧାୟକଙ୍କ ପାଖକୁ ଫୋନ୍‌...

ମୁଖ୍ୟମନ୍ତ୍ରୀ, ତାଙ୍କ ପତ୍ନୀଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଡେରାଡୁନ,୧୪।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ସମସ୍ତ ୭୦ଟି ଆସନ ପାଇଁ ସୋମବାର ମତଦାନ ଜାରି ରହିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ ତାଙ୍କ...

କେନ୍ଦ୍ରାପଡ଼ା ଲୋକ ସଭାରେ ଅନୁଭବ ଆଗୁଆ

କେନ୍ଦ୍ରାପଡା ଅଫିସ,୨୩ା୫- ଦ୍ୱିତୀୟ ରାଉଣ୍ଡରେ କେନ୍ଦ୍ରାପଡା ଲୋକ ସଭା ଆସନର ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୨୨୧୧ଖଣ୍ଡ ଭୋଟରେ ଆଗୁଆ ଥିଲେ। ସେହିପରି ତୃତୀୟ ରାଉଣ୍ଡ...

Advertisement
Archives

Model This Week