ବୈଠକ ବର୍ଜନ, ଧାରଣା ଦେଲେ ପଞ୍ଚାୟତ ପ୍ରତିନିଧି

ବନ୍ତଳା,୧୮ା୧(ଡି.ଏନ.ଏ.) – ଅନୁଗୋଳ ବ୍ଲକ ପ୍ରଶାସନ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟମାନେ ଶୁକ୍ରବାର ସକାଳେ ଆୟୋଜିତ ପଞ୍ଚାୟତ ସମିତି ବୈଠକକୁ ବର୍ଜନ କରିଥିଲେ। ଏଥିସହ ସେମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ମଧ୍ୟ ବସିଥିଲେ। ତେବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଓ ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି ପରେଶ ଦେଓଙ୍କ ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇଥିଲା।
ବ୍ଲକ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଠମଲ୍ଲିକ ବିଧାୟକ, ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି, ଅନୁଗୋଳ ବିଧାୟକଙ୍କ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ, ଢେଙ୍କାନାଳ ଏମ୍‌ପିଙ୍କ ପ୍ରତିନିଧି ତପସ୍ବିନୀ ବେହେରା, ବ୍ଲକ ଉପାଧ୍ୟକ୍ଷା ମମତା ପ୍ରଧାନ, ବିଡିଓ ମାୟାଧର ବେହେରା, ଜିଲା ପରିଷଦ ସଭ୍ୟ ହାଡ଼ିବନ୍ଧୁ ଦେହୁରୀ, ଜିପିଓ ଭାସ୍କର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବିଡିଓ ସ୍ବାଗତ ଭାଷଣ ଦେବା ପରେ ଜିପିଓ ପୂର୍ବ ବୈଠକର ବିବରଣୀ ପ୍ରଦାନ କରିଥିଲେ। ଏହି ସମୟରେ ଉପସ୍ଥିତ ପଞ୍ଚାୟତ ପ୍ରତିନିଧିମାନେ ସଭାକୁ ବିରୋଧ କରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ବିଭିନ୍ନ ବିକାଶମୂଳକ ସରକାରୀ କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନ ଲୋକ ପ୍ରତିନିଧିମାନଙ୍କୁ ଅଣଦେଖା କରୁଛି। ପ୍ରାୟ ୧୦୦ କୋଟିରୁ ଊଦ୍ଧର୍‌ବ ଟଙ୍କାର ସରକାରୀ ଅନୁଦାନର ସଦୁପଯୋଗ କରାଯାଇ ପାରୁନାହିଁ। ୨୩୫ଟି ରାଜସ୍ବ ଗ୍ରାମ ମଧ୍ୟରୁ ୧୦ଟି ରାଜସ୍ବ ଗ୍ରାମ ଦୀର୍ଘ ୫ ବର୍ଷ ହେବ ଏସ୍‌ଇସିସି ଡାଟା(ସୋସିଆଲ ଇକୋନୋମିକ)ରେ ସାମିଲ ହୋଇ ନ ଥିବାରୁ ସରକାରଙ୍କ ଯୋଜନା ଉକ୍ତ ୧୦ ଗ୍ରାମରେ ପହଞ୍ଚିପାରୁ ନାହିଁ। ସେହିପରି ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଓ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲିପଡ଼ିଥିଲେ ମଧ୍ୟ ତାହା ପୂରଣ ହେଉନାହିଁ। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଏଏନ୍‌ଏମ ନାହାନ୍ତି। ଫଳରେ ରୋଗୀସେବା ବାଧାପ୍ରାପ୍ତ ହେଉଛି। ବ୍ଲକ ପ୍ରଶାସନ ଗ୍ରାମାଞ୍ଚଳ ଠିକାଦାରମାନଙ୍କ ଠାରୁ ୧୪ ଭାଗ ପିସି ନେଉଛନ୍ତି। ଫଳରେ ଉନୟନ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ନିମ୍ନମାନର ହେଉଛି। ସେହିପରି ପ୍ରତି ଗ୍ରାମରେ କେତୋଟି ଟଙ୍କା ଲଗାଣକାରୀ ସଂସ୍ଥା ହରିଜନ, ଆଦିବାସୀ ଓ ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ପ୍ରଲୋଭିତ କରି ଅଧିକ ସୁଧରେ ଅର୍ଥ ଆଦାୟ କରୁଛି। ଇତିମଧ୍ୟରେ ଅନେକ ମହିଳା ସୁଧ ଦେଇ ନ ପାରି ଗାଁ ଛାଡି ପଳାଉଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ପରେ ବିଧାୟକ ଓ ଏମ୍‌ପିଙ୍କ ପ୍ରତିନିଧିମାନେ ପହଞ୍ଚି ଉକ୍ତ ଦାବି ଗୁଡିକ ବିଷୟରେ ଜିଲା ପ୍ରଶାସନଠାରେ ଜଣାଇବା ସହିତ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଣୀଧନ ଚିକିତ୍ସା ପ୍ରତି ଅବହେଳା

ବଇଣ୍ଡା,୨୭ା୧୧ (ପରିକ୍ଷିତ ସାହୁ): ପ୍ରାଣୀ ସମ୍ପଦର ବିକାଶ ଦିଗରେ ସରକାର ବହୁ ଯୋଜନା ହାତକୁ ନେଇଛନ୍ତି। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଓ ଚାଷୀଙ୍କୁ ଅଧିକରୁ...

ବସ୍‌ ଚକା ପଙ୍କଚର ହେବାରୁ ଓହ୍ଲାଇପଡ଼ିଲେ ଯାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୩ ଜୀବନ

ଅନୁଗୋଳ,୧୭ା୧୧(ଅମିତ କୁମାର ସାମଲ): ଅନୁଗୋଳ ଜିଲା କିଶୋରନଗର ବରଗାପାଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ୩ ବସ୍‌ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।...

ବ୍ୟବସ୍ଥା ନ ଥିବାରୁ ବାରଣ୍ଡାରେ

ବଇଣ୍ଡା,୧୭ା୧୧ (ପରିକ୍ଷିତ ସାହୁ): ଛାତ୍ରୀଛାତ୍ରଙ୍କୁ ନେଇ ଭରପୂର ଅଛି ବିଦ୍ୟାଳୟ। ହେଲେ ଶିକ୍ଷାଦାନ ପାଇଁ ଏଠାରେ ନାହିଁ ଉପଯୁକ୍ତ ଭିତ୍ତିଭୂମି। ବିଶେଷକରି ଆବଶ୍ୟକ ଶ୍ରେଣୀଗୃହ ବ୍ୟବସ୍ଥା...

ନବଜାତ ଶିଶୁକନ୍ୟାଙ୍କୁ ଝୁଣି ଖାଇଗଲା ବୁଲାକୁକୁର

ଭୁବନେଶ୍ୱର,୧୨।୧୧: ଅନୁଗୋଳ ଜିଲା ଶରଧାପୁର ପଞ୍ଚାୟତ ରାସ୍ତାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନବଜାତ ଶିଶୁକନ୍ୟାଙ୍କୁ ବୁଲା କୁକୁର ଝୁଣି ଖାଇଥିବା ଜଣାପଡିଛି।...

୩୬ ଘଣ୍ଟା ପଡ଼ିରହିଲା ମୃତଦେହ

ଛେଣ୍ଡିପଦା,୮।୧୧(ଅଜିତ ଧଳ): ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ହେଲେ ଦୁର୍ଘଟଣାସ୍ଥଳ କେଉଁ ଥାନା ଅଧୀନରେ ଆସୁଛି ତାହା ପୋଲିସ ଜାଣି ନ ପାରିବାରୁ...

ସଜେଇ ହେଉଛି ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ

ଗଣିଆ,୨ା୧୧(ସନ୍ତୋଷ କୁମାର ପ୍ରଧାନ) ପ୍ରତିବର୍ଷ ପରି ଚଳିତ ବର୍ଷ ନଭେମ୍ବର ୧୫ରୁ ଖୋଲିବ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟର ବାଲୁକା ଟେଣ୍ଟ। ଏ ନେଇ ସାତକୋଶିଆ ସ୍ୟାଣ୍ଡ...

ଆଜିଠୁ ମା’ ଲକ୍ଷ୍ମୀଙ୍କୁ ଆରାଧନା

ଅନୁଗୋଳ,୨୮ା୧୦(ଅମିତ କୁମାର ସାମଲ): ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ଅନୁଗୋଳରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶନିବାରଠାରୁ ମା’ଙ୍କ ଆରାଧନା ଆରମ୍ଭ ହେବାକୁ ଥିବାରୁ ସହର...

୬ ମାସ ପରେ ରାସ୍ତା ଫାଟି ଆଁ

ବଇଣ୍ଡା,୨୩ା୧୦ (ପରିକ୍ଷିତ ସାହୁ): ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇନାହିଁ। ହେଲେ ଫାଟି ଅଁା କଲାଣି ନିର୍ମାଣ ହୋଇଥିବା ନୂଆ ରାସ୍ତା। ଅନୁଗୋଳ ଜିଲା ଦେଇ ଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri