ବେଆଇନ ଜମିରେ ନିର୍ମିତ ହୋଇଛି ନବୀନ ନିବାସ

ବ୍ରହ୍ମପୁର ଅଫିସ୍‌,୨୯ା୪-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସସ୍ଥାନ ନବୀନ ନିବାସ ଜମିକୁ ନେଇ ବିବାଦ ଦେଖାଦେଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏ ନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଆସନ୍ତା ୧୦ତାରିଖରେ ଏହି ମାମଲାର ଶୁଣାଣି ରହିଛି। ତେବେ ବେଆଇନ୍‌ ଭାବେ ଦଖଲ ହୋଇଥିବା ଜମିରେ ନବୀନ ନିବାସ ନିର୍ମିତ ହୋଇଛି ବୋଲି ରବିବାର ବ୍ରହ୍ମପୁରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି।

ଜୁନ୍‌ ୧୭ରେ ସାଧାରଣ ପ୍ରଶାସନ ବିଭାଗ(ଜିଏ) ତରଫରୁ ଭୀମପୁର ମୌଜାର ଖାତା ନଂ. ୭୪୦ ଓ ପ୍ଲଟ୍‌ ନମ୍ବର ୧୨୦୦ର ୧୦୦ଡେସିମିଲ ଜମିକୁ ନବୀନଙ୍କ ମା’ ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ତ୍ରୀ ଜ୍ଞାନ ପଟ୍ଟନାୟକଙ୍କ ନାମରେ ଅନୁମୋଦିତ ହୋଇଛି। ଗଭର୍ନମେଣ୍ଟ ଗ୍ରାଣ୍ଟ୍‌ସ ଆକ୍ଟ ୧୮୯୫ର ଧାରା ୩ ଅନୁଯାୟୀ ଜମି ପ୍ରଦାନରେ କୌଣସି ଅନିୟମିତତା ହୋଇନାହିଁ। ତେବେ ପରବର୍ତ୍ତୀ ସମୟରେ ଭୀମପୁର ମୌଜା ଅନ୍ତର୍ଗତ ଖାତା ନଂ ୭୪୦(ସାଧାରଣ ପ୍ରଶାସନ ବିଭାଗ) ଓ ପ୍ଲଟ୍‌ ନମ୍ବର ୧୨୦୦ରୁ ୪୦୦ଡେସିମିଲ୍‌ ଜମି ଜ୍ଞାନ ପଟ୍ଟନାୟକଙ୍କୁ ମ୍ୟୁଟେଶନ୍‌ କେସ୍‌୍‌ ନଂ ୪୬୬୬/୯୧ରେ ପ୍ରଦାନ କରାଯାଇଛି। ଜମି ପ୍ରଦାନ ବେଳେ ଗଭର୍ନମେଣ୍ଟ ଗ୍ରାଣ୍ଟ୍‌ସ ଆକ୍ଟ-୧୮୯୫କୁ ଉଲ୍ଲଂଘନ କରାଯାଇଥିବା ବେଳେ ଏ ସମ୍ପର୍କିତ ସମସ୍ତ ତଥ୍ୟ ତହସିଲ୍‌ କାର୍ଯ୍ୟାଳୟରୁ ଗାଏବ୍‌ କରାଯାଇଛି। ଉକ୍ତ ଜମିକୁ ମ୍ୟୁଟେଶନ୍‌ କେସ ନଂ ୧୧୯୪୯/୨୦୦୯ରେ ଖାତା ନଂ ୭୦୭/୧୫ ଓ ପ୍ଲଟ୍‌ ନଂ ୧୨୦୦/୨୩୧୬ରେ ନବୀନଙ୍କ ଦୁଇ ତୃତୀୟାଂଶ ଏବଂ ଭଉଣୀ ଗୀତା ମେହେଟ୍ଟାଙ୍କ ନାମରେ ଏକ ତୃତୀୟାଂଶ ଭାଗ ରେଭିନ୍ୟୁ ରେକର୍ଡ ସଂଶୋଧିତ କରାଯାଇଛି। ସେହିଭଳି ଭୀମପୁର ମୌଜା ଅନ୍ତର୍ଗତ ପ୍ଲଟ୍‌ ନଂ. ୧୨୦୧ର ୧୩୫୫ ଡେସିମିଲ୍‌, ପ୍ଲଟ୍‌ ନଂ. ୧୨୨୨ରୁ ୮ଡେସିମିଲ୍‌ ଓ ୨୦ଡେସିମିଲ୍‌ ଭାବେ ମୋଟ ୧୩୮୩ଡେସିମିଲ୍‌ ଜାଗା କିଭଳି ଜ୍ଞାନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରାଯାଇଛି, ସେ ସମ୍ପର୍କିତ ତଥ୍ୟ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ କିମ୍ବା ସାଧାରଣ ପ୍ରଶାସନ ବିଭାଗ ନିକଟରେ ନାହିଁ । ତଥାପି ଉକ୍ତ ଜାଗାକୁ ନବୀନ ଏବଂ ଗୀତାଙ୍କ ନାମରେ ରେଭିନ୍ୟୁ ରେକର୍ଡ ସଂଶୋଧନ କରାଯାଇଛି। ଏହା ସମ୍ପୂର୍ଣ୍ଣ ବେଆଇନ୍‌। ସେହିଭଳି ଭୀମପୁର ମୌଜା ଅର୍ନ୍ତଗତ ପ୍ଲଟ୍‌ ନଂ ୧୨୦୧/୧୮୧୩ ଖାତା ନଂ ୧୨୩ରେ ୨୫୦ଡେସିମିଲ୍‌ ଜମି ଦଖଲ ସୂତ୍ରେ ନବୀନ ଏବଂ ଗୀତାଙ୍କ ନାମରେ ରେକର୍ଡ଼ କରାଯାଇଛି। ୧୯୬୨ ମସିହା ସେଟେଲ୍‌ମେଣ୍ଟ ନଥି ପ୍ରକାରେ ପ୍ଲଟ୍‌ ନଂ. ୧୨୦୦ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜମି ଅଟେ। ପରବର୍ତ୍ତୀ  ୧୯୮୯-୯୦ ସେଟେଲ୍‌ମେଣ୍ଟ ସମୟରେ ରାଜ୍ୟ ସରକାର ସମସ୍ତ ଜମିକୁ ସାଧାରଣ ପ୍ରଶାସନ ବିଭାଗ ନାମରେ ରେକର୍ଡ ଭୁକ୍ତ ହୋଇଛି। ଲିଙ୍ଗରାଜ ମହାପ୍ରଭୁଙ୍କ ଜମିକୁ କିଭଳି ଭାବେ ନବୀନ ଏବଂ ଗୀତା ବେନିୟମ ଭାବେ ପ୍ଲଟ୍‌ ନଂ. ୧୨୦୦, ୧୨୦୧ ଏବଂ ୧୨୨୨ରୁ ମୋଟ ୨୦୩୩ ଡେସିମିଲ୍‌ ଜମିକୁ ହଡ଼ପ କରିଛନ୍ତି। ଏହି ଜମିର ବଜାର ମୂଲ୍ୟ ୧୦୦କୋଟିରୁ ଅଧିକ ରହିଛି। ଏହି ଜମିକୁ ରାଜ୍ୟ ସରକାରଙ୍କୁ ଫେରସ୍ତ କରିବା ପାଇଁ ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାରେ ପ୍ରାର୍ଥନା କରାଯାଇଛି। ଉକ୍ତ ଜନସ୍ବାର୍ଥ ମାମଲାରେ ସାଧାରଣ ପ୍ରଶାସନ ବିଭାଗ  ଅଧିକାରୀ ଏବଂ ରାଜସ୍ବ ବିଭାଗର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାର୍ଥନା କରାଯାଇଛି। ମୁଖ୍ୟ ଶାସନ ସଚିବ, ରାଜସ୍ବ ସଚିବ, ସାଧାରଣ ପ୍ରଶାସନ ବିଭାଗ ସଚିବ, ଖୋର୍ଦ୍ଧା ଜିଲାପାଳ ଏବଂ ଭୁବନେଶ୍ୱର ତହସିଲଦାର୍‌ଙ୍କୁ ପକ୍ଷଭୁକ୍ତ କରି ନୋଟିସ୍‌ ଜାରି କରାଯାଇଛି। ଜନସ୍ବାର୍ଥ ମାମଲାକୁ ଆଇନଜୀବୀ ସରୋଜ କୁମାର ପାଢୀ, ସଂଗ୍ରାମ କିଶୋର ମିଶ୍ର, ତାପସ ଦ୍ୱିବେଦୀ ଏବଂ ଦେବୀ ପାତ୍ର ପରିଚାଳନା କରୁଛନ୍ତି ବୋଲି ପିଟିସିନ୍‌ର ସୁରେନ୍ଦ୍ର ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଆଇନଜୀବୀ ଜଗନ୍ନାଥ ପାଢୀ, ମୋହନ ସିଘାରୀ, ସାମାଜିକ କର୍ମୀ କିଶୋର ଚନ୍ଦ୍ର ପାତ୍ର, ରାମ କୁମାର ପାତ୍ର, ସୟଦ୍‌ ଆସଫାକ୍‌ ଅଲ୍ଲୀ, ଅରୁଣ କୁମାର ସାହୁଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

ଗଞ୍ଜାମ ସହରରେ ଆଲୋକୀକରଣ ବ୍ୟବସ୍ଥା ପ୍ରହସନ! ଶୁଭାରମ୍ଭର ମାସେ ପରେ ବି ଜଳୁନି ଷ୍ଟ୍ରିଟ ଲାଇଟ

ଗଞ୍ଜାମ, ୫।୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଆଲୋକୀକରଣ ବ୍ୟବସ୍ଥା ଏବେ ପ୍ରହସନରେ ପରିଣତ ହୋଇଛି। ଗତ ଅଗଷ୍ଟ ୩୧ ତାରିଖରେ ସହରରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?