ବୃଦ୍ଧାଙ୍କ ମୃତ୍ୟୁ ଘଟଣା ନେଇ ୨ ଗିରଫ

କପ୍ତିପଦା,୨ା୧୧(ଡି.ଏନ.ଏ)- କପ୍ତିପଦା ଥାନା ଅଧୀନ ମହୁଲପଙ୍ଖା ଛାଞ୍ଚୁଣିଆ ଗ୍ରାମରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟଣାରେ ପୋଲିସ ୨ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ସେହି ଗ୍ରାମର ସୁନୀଲ ରାଉତ ଓ ସମରାଏ ହେମ୍ବ୍ରମ୍‌। ଗତ ୨୦ ତାରିଖ ରାତି ୮ ଟାରେ ଅଭିଯୁକ୍ତମାନେ ମଦ ପିଇ ଗଣ୍ଡଗୋଳ କରୁଥିବାବେଳେ ମକୁରୁ ଚାତାରଙ୍କ ପତ୍ନୀ ସୁଗୁନୀ (୫୫) ଏହାକୁ ବିରୋଧ କରିଥିଲେ। ଏଥିରେ ରାଗିଯାଇ ସୁନୀଲ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସୁଗୁନୀଙ୍କୁ ପରିବାର ଲୋକେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ଏ ସମ୍ପର୍କରେ ସୁଗୁନୀଙ୍କ ପୁଅ ବୁଧିରାମ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ୍‌ ଏକ ମାମଲା(ନଂ.୧୪୫/୧୯) ରୁଜୁ କରି ତଦନ୍ତ ଜାରି ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହେଟାବାଘ ଆକ୍ରମଣରେ ହରିଣ ମୃତ

ବଡ଼ସାହି,୯ା୩(ସ୍ବ.ପ୍ର.)- ମୟୂରଭଞ୍ଜ ଜିଲା ବାରିପଦା ରେଞ୍ଜ ବଡ଼ସାହି ଥାନା ଅଧୀନ ଦୀନବନ୍ଧୁପୁର ଗ୍ରାମବାସୀ ଏକ ହରିଣର ମୃତଦେହକୁ ଉଦ୍ଧାର କରିଛନ୍ତି ା ମୃତ ହରିଣର ଶରୀରର...

୨୦୨୦ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଆବଶ୍ୟକ ଅର୍ଥ ନାହିଁ : ଜିଲାପାଳଙ୍କୁ ଭେଟି ସହାୟତା ଲୋଡ଼ିଲେ ଆଥଲେଟ ଜଉନା ମୁର୍ମୁ

ବାରିପଦା ଅଫିସ,୩୧ା୧୦- ୨୦୨୦ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବାକୁ ଅନ୍ତର୍ଜାତୀୟସ୍ତରୀୟ ଆଥଲେଟ ଜଉନା ମୁର୍ମୁଙ୍କ ନିକଟରେ ସମ୍ବଳ ନାହିଁ। ଏହି ଅଲିମ୍ପିକ୍ସ...

ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ମାରିସା ସେନାର ଧାରଣା

ବାଙ୍ଗିରିପୋଷି,୧୪ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ ଆଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ (ମାରିସା ସେନା) ପକ୍ଷରୁ ସୋମବାର ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦିଆଯାଇଥିଲା। ସେନାର...

ପରୀକ୍ଷା ଖାତା ବୋର୍ଡ ଅଫିସ୍‌ ନ ଯାଇପାରିବା ଘଟଣା: ତଦନ୍ତ କଲେ ଶିକ୍ଷା ବିଭାଗ ଟିମ୍‌

ଉଦଳା, ୮।୩ (ଡି.ଏନ.ଏ.) – ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟରେ ଶୁକ୍ରବାର ଥିଲା ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଇଂରାଜୀ ପରୀକ୍ଷା । ୭୧ ଜଣ ଛାତ୍ରୀ...

ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଏସିଡ୍‌ ମାଡ: ପୋଲିସର ତଦନ୍ତ ଆରମ୍ଭ

କପ୍ତିପଦା,୮।୬(ଡି.ଏନ.ଏ)- କପ୍ତିପଦା ଥାନା ଅଧୀନ ଜଡିଦା ପଞ୍ଚାୟତ ଜଡିଦା ଗ୍ରାମରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ କେହି ଜଣେ ଦୁର୍ବୃତ୍ତ ଏସିଡ ମାଡ କରିଥିବା ସୂଚନା...

ଶିମିଳିପାଳରୁ ୨ ଶିକାରୀ ଗିରଫ

ଠାକୁରମୁଣ୍ଡା,୧୨ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଚମ୍ପାଝର ଫରେଷ୍ଟ ବିଟ ଅଞ୍ଚଳରେ ଶନିବାର ରାତିରେ ବନବିଭାଗ ଓ ପୋଲିସ ମିଳିତ ଚଢ଼ାଉ କରି ଶିକାର...

ମହାମାରୀରୁ ରକ୍ଷା ଲାଗି ବାହାରିଲେ ସୁଦର୍ଶନ ମହାପ୍ରଭୁ

ବାରିପଦା ଅଫିସ, ୧୭ା୪-ମହାମାରୀ କରୋନା ଏବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହି ସଂକ୍ରମଣକୁ କିପରି ରୋକାଯାଇପାରିବ ସେନେଇ ସମସ୍ତେ ଚେଷ୍ଟିତ। ହିନ୍ଦୁ ପରମ୍ପରା ଅନୁଯାୟୀ...

ବିରଳ ପ୍ରଜାତିର ସାପ ‘ବାମ୍ବପିଟ୍‌ ଭାଇପର’ ଉଦ୍ଧାର: କାମୁଡିଲେ ଶରୀରରେ ହୁଏ ଫୋଟକା

ଉଦଳା,୩୦ା୭(ଡି.ଏନ୍‌.ଏ.) – ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ରାଢୋ ଗ୍ରାମରୁ ସ୍ନେକ ଲାଇଫ୍‌ ଲାଇନର ସଦସ୍ୟ ମଙ୍ଗଳବାର ଏକ ବିରଳ ପ୍ରଜାତିର ବିଷାକ୍ତ ସାପ...

Play 250+ Trending Games
Archives

Model This Week

Why Dharitri