Posted inଖେଳ

ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନ: ରୋହିତ୍‌, ସାମିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ, ୨୩।୧୨ (ପି.ଟି.)- କଟକ ଦିନିକିଆ ମ୍ୟାଚ୍‌ ସହ ୨୦୧୯ ବର୍ଷ ଲାଗି ଭାରତୀୟ କ୍ରିକେଟ୍‌ ଦଳର କାର୍ଯ୍ୟସୂଚୀ ସମାପ୍ତ ହୋଇଛି। ନୂଆବର୍ଷର ପ୍ରଥମ ସପ୍ତାହରୁ ଘରୋଇ ମାଟିରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ସହ ଭାରତ ଏହାର ୨୦୨୦ ସିଜନ ଆରମ୍ଭ କରିବ। ସେହିଭଳି ଜାନୁୟାରୀ ୨ୟ ସପ୍ତାହରେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଘରୋଇ ପରିବେଶରେ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀଲଙ୍କା (ଟି୨୦) ଓ ଅଷ୍ଟ୍ରେଲିଆ (ଦିନିକିଆ) ବିପକ୍ଷ ଦୁଇଟି ସୀମିତ ଓଭର ସିରିଜ ଲାଗି ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଆଘାତଜନିତ ସମସ୍ୟାରୁ ସୁସ୍ଥ ହୋଇଥିବା ପ୍ରମୁଖ ଷ୍ଟ୍ରାଇକ ବୋଲର୍‌ ତଥା ୟର୍କର ସ୍ପେଶାଲିଷ୍ଟ ଯଶପ୍ରୀତ୍‌ ବୁମ୍‌ରା ଉଭୟ ସିରିଜ ଲାଗି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଦୁଇ ପ୍ରମୁଖ ଖେଳାଳି ରୋହିତ୍‌ ଶର୍ମା ଓ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ବିଶ୍ରାମ ଦିଆଯାଇଛି।
ଟାଣି ହୋଇଯାଇଥିବାରୁ ବୁମ୍‌ରା କିଛିଦିନ ହେଲା କ୍ରିକେଟ୍‌ରୁ ଦୂରେଇ ରହିଥିଲେ। ତେବେ ଫିଟ୍‌ ହୋଇଯାଇଛନ୍ତି, ଏବଂ ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ରଣ୍‌ଜୀ ଟ୍ରଫିର ୩ୟ ପର୍ଯ୍ୟାୟ ମ୍ୟାଚ୍‌ରେ ଗୁଜରାଟ ପକ୍ଷରୁ ପ୍ରତିନିଧିତ୍ୱ କରିବା ପାଇଁ ଭାରତୀୟ ଦଳର ଫିଜିଓ ନୀତୀନ ପଟେଲ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ଅଭିଜ୍ଞ ଓପନର୍‌ ଶିଖର ଧାଓ୍ବନ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ସଞ୍ଜୁ ସାମସନଙ୍କୁ ଶ୍ରୀଲଙ୍କା ସିରିଜ ଲାଗି ଅତିରିକ୍ତି ଓପନର୍‌ ଭାବେ ସ୍ଥାନ ମିଳିଛି ବୋଲି ଚୟନ କମିଟିର ଅଧ୍ୟକ୍ଷ ଭେଙ୍କଟେଶ ପ୍ରସାଦ ଟିମ୍‌ ଘୋଷଣା ଅବସରରେ କହିଛନ୍ତି। ପିଠି ଯନ୍ତ୍ରଣା ଲାଗି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଅଧାରୁ ବାଦ୍‌ ପଡ଼ିଥିବା ଦୀପକ ଚହର ଆଇପିଏଲ୍‌ ଆରମ୍ଭ ହେବା ପର୍ଯ୍ୟନ୍ତ ଆକ୍ସନରୁ ଦୂରେଇ ରହିବେ। ଫଳରେ ନବାଗତ ବୋଲର ନବଦୀପ ସଇନୀ ଦଳରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ୨୦୧୯ରେ ରୋହିତ୍‌ ୩ଟି ଯାକ ଫର୍ମାଟ୍‌ରେ ମୋଟ୍‌ ୪୭ ମ୍ୟାଚ୍‌ ଖେଳିଛନ୍ତି। ଅଧିନାୟକ ବିରାଟ କୋହଲି (୪୪)ଙ୍କ ଠାରୁ ଅଧିକ ୩ଟି ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି। ତେଣୁ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରୁ ରୋହିତ୍‌ଙ୍କୁ ବିଶ୍ରାମ ଦିଆଯାଇଛି। ଅଷ୍ଟ୍ରେଲିଆ ସିରିଜ ଲାଗି ସେ ଦଳରେ ସ୍ଥାନ ପାଇଥିବାରୁ ଲୋକେଶ ରାହୁଲ ଓ ଧାଓ୍ବନଙ୍କ ରୂପରେ ୩ ଜଣ ଓପନର୍‌ ରହିବେ। ସେହିଭଳି ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଜାନୁୟାରୀ ୩ୟ ସପ୍ତାହ ବେଳକୁ ସୁସ୍ଥ ହେବାକୁ ଥିବାରୁ ନ୍ୟୁଜିଲାଣ୍ଡ ସିରିଜ ପାଇଁ ତାଙ୍କୁ ନଜରରେ ରଖାଯାଇଛି ବୋଲି ପ୍ରସାଦ ଏହି ଅବସରରେ କହିଛନ୍ତି। ଜାନୁୟାରୀ ୨୪ରୁ ଭାରତର ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ ହେବ। ଏହି ଗସ୍ତରେ ଭାରତ ୫ ଟି୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି।
ଭାରତୀୟ ଦଳ (ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ): ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟାର, ରିଷଭ ପନ୍ତ (ଉଇକେଟ୍‌କିପର), ରବୀନ୍ଦ୍ର ଜାଡେଜା, ଶିଭମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ୍‌ ବୁମ୍‌ରା, ନବଦୀପ ସଇନୀ, ଶାର୍ଦ୍ଦୁଳ ଠାକୁର, ମନୀଷ ପାଣ୍ଡେ, ଓ୍ବାଶିଂଟନ ସୁନ୍ଦର ଓ ସଞ୍ଜୁ ସାମସନ।
ଭାରତୀୟ ଦଳ (ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ): ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ରୋହିତ୍‌ ଶର୍ମା, ଲୋକେଶ ରାହୁଲ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ରିଷଭ ପନ୍ତ (ଉଇକେଟ୍‌କିପର), କେଦାର ଯାଦବ, ଶିଭମ ଦୁବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ନବଦୀପ ସଇନୀ, ଶାର୍ଦ୍ଦୁଳ ଠାକୁର ଓ ଯଶପ୍ରୀତ୍‌ ବୁମ୍‌ରା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ପାଇସ୍‌ ଜେଟ୍‌ ଆମ୍ବୁଲାନ୍ସରେ ଦିଲ୍ଲୀ ଗଲେ ଡିଙ୍ଗ୍‌କୋ

ନୂଆଦିଲ୍ଲୀ, ୨୬ା୪ (ପି.ଟି.)-ଚିକିତ୍ସା ପାଇଁ ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ବକ୍ସର ଡିଙ୍ଗ୍‌କୋ ସିଂଙ୍କୁ ବିମାନ ଯୋଗେ ଇମ୍ଫାଲରୁ ଦିଲ୍ଲୀ ଅଣାଯାଇଛି। ସେ ଲିଭର କ୍ୟାନ୍‌ସରରେ...

‘ଯଦି ରାହୁଲଙ୍କୁ ନୂଆ ଟିମ୍‌ ଯୋଗାଯୋଗ କରିଛି, ତେବେ ଏହା ନିୟମ ବିରୋଧରେ’

ନୂଆଦିଲ୍ଲୀ,୧।୧୨: ପଞ୍ଜାବ କିଙ୍ଗ୍ସ ଦଳର ଅଧିନାୟକ ଲୋକେଶ ରାହୁଲ ନୂଆ ଫ୍ରାଞ୍ଚାଇଜ ଯୋଗାଯୋଗରେ ଥିବା ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ମୁହଁ...

ଗୋଟିଏ ଓଭରରୁ ଗେଲ୍‌ଙ୍କ ୩୨ ରନ ସଂଗ୍ରହ

ବ୍ରମ୍ପଟନ (କାନାଡା), ୪।୮- ପାକିସ୍ତାନ ଲେଗ୍‌-ସ୍ପିନର ଶଦାବ ଖାଁଙ୍କ ଗୋଟିଏ ଓଭରରୁ ୩୨ ରନ୍‌ ସଂଗ୍ରହ କରିଛନ୍ତି ଦୁର୍ଦ୍ଧର୍ଷ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍‌। ଏଠାରେ...

ଏସିଆନ ଜୁନିୟର ଟିଟି: ଦକ୍ଷିଣ କୋରିଆକୁ ହରାଇ ଭାରତ ଫାଇନାଲରେ

ଉଳାନବତାର, ୪ା୯(ପି.ଟି.)-ଭାରତର ଜୁନିୟର ବାଳକ ଦଳ ଏଠାରେ ଚାଲିଥିବା ୨୨ତମ ଏସିଆନ ଜୁନିୟର ଓ କ୍ୟାଡେଟ୍‌ ଟେବୁଲ ଟେନିସ (ଟିଟି) ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛି।...

ଗାଙ୍ଗୁଲିଙ୍କୁ ପଛରେ ଛାଡ଼ିଲେ ରୁଟ୍‌

ଚେଷ୍ଟର-ଲେ-ଷ୍ଟ୍ରିଟ,୨୯।୬: ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋ ରୁଟ୍‌ ଏଠାରେ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ୭୯* ରନ୍‌ର ଇନିଂସ ଖେଳିବା ଅବସରରେ ଦିନିକିଆ...

ରାଜସ୍ଥାନ ୩ ଉଇକେଟରେ ବିଜୟୀ

କୋଲକାତା,୨୬।୪(ପି.ଟି.)- ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମ୍ୟାଚ୍‌ରେ ଘରୋଇ କୋଲକାତା ନାଇଟ ରାଇଡର୍ସକୁ ୪ଟି ବଲ...

ଅଷ୍ଟ୍ରେଲିଆ ଟିମ୍‌ରେ କୋଭିଡ୍‌ର ଏଣ୍ଟ୍ରି

ସିଡ୍‌ନୀ,୩୧।୧୨: ଚଳିତ ଆଶେସ ସିରିଜର ଆଗାମୀ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟର ଟ୍ରାଭିସ୍‌ ହେଡ। ତାଙ୍କ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ୍‌ ଆସିଥିବାରୁ ତାଙ୍କୁ ଆଇସୋଲେଶନରେ...

ବାସନ୍ଦାଦେଶରୁ ବର୍ତ୍ତିଲେ ଉମର ଆକମଲ

କରାଚୀ,୧୫।୨(ପି.ଟି.)- ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲ ଅଳ୍ପକେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବାସନ୍ଦାଦେଶରୁ ବର୍ତ୍ତି ଯାଇଛନ୍ତି। ସେ ଲାହୋରସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ଠାରେ...

Advertisement
Archives

Model This Week