ବୁଧବାରିଆ କମିଟି ବାଟବଣା

ପୁରୀ ଅଫିସ, ୮ା୨: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ଲାଗି ଅନେକ ନିଷ୍ପତ୍ତି ନିଆଯାଉଛି। ପରବର୍ତ୍ତୀ ସମୟରେ ଏହା କେତେଦୂର କାର୍ଯ୍ୟକାରୀ କରୁଛି ତାହା ଉପରେ କେହି ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଏକାଧିକ ନିଷ୍ପତ୍ତି ବାଟବଣା ହୋଇଯାଉଛି। ଏମିତି ଏକ ନିଷ୍ପତ୍ତି ହେଉଛି ବୁଧବାରିଆ କମିଟି। ମହାପ୍ରଭୁଙ୍କ ନୀତିକାନ୍ତିର ସୁପରିଚାଳନା, ତଦାରଖ ଏବଂ ଶୃଙ୍ଖଳିତ କରିବା ଲାଗି ବୁଧବାରିଆ କମିଟିର ପରିପଳ୍ପନା କରାଯାଇଥିଲା। ପାଖପାଖି ୨ବର୍ଷ କମିଟି ଠିକ୍‌ ଭାବେ କାର୍ଯ୍ୟକ୍ଷମ ହେଲା। ଏହାପରେ ଏହି କମିଟି ନିଷ୍କ୍ରିୟ ହୋଇପଡ଼ିଲା। ଫଳରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଦେଖାଦେଲା ବିଭ୍ରାଟ। ବୁଧବାରିଆ କମିଟିକୁ ପୁନଶ୍ଚ କାର୍ଯ୍ୟକାରୀ କରିବା ଲାଗି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ବୁଧବାରିଆ କମିଟି ବାଟବଣା ହୋଇଥିବାବେଳେ ଏବେ ସୋମବାରିଆ କମିଟି ଗଠନ ହୋଇଛି। ତେବେ କେତେଦୂର ଏହି କମିଟି ଠିକ୍‌ ଭାବେ କାର୍ଯ୍ୟକ୍ଷମ କରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ଗଠନ କରାଯାଇଛି ସୋମବାରିଆ କମିଟି। ମହାପ୍ରଭୁଙ୍କର ଦୈନନ୍ଦିନ ପର୍ବପର୍ବାଣି ନୀତିର ସୁପରିଚାଳନା, ତଦାରଖ ତଥା ସମୟାନୁବର୍ତ୍ତିତାର ସହ ନୀତି ସମ୍ପାଦନ କରିବା ଲାଗି ୨୫ ଜଣ ଅଧିକାରୀ ଏବଂ ସେବାୟତଙ୍କୁ ନେଇ ଏହି କମିଟି ଗଢାଯାଇଛି। ନୀତି ପ୍ରଶାସକ ଏହାର ଅଧ୍ୟକ୍ଷ ରହିଛନ୍ତି। ପ୍ରତି ସୋମବାର ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟରେ କମିଟି ବୈଠକ ବସିବ ବୋଲି ସ୍ଥିର କରାଯାଇଛି। ନୀତି ପ୍ରଶାସକଙ୍କ ବ୍ୟତୀତ ବାବା ସଚ୍ଚିଦାନନ୍ଦ ଦାସମହାରାଜ, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ମାଧବ ଚନ୍ଦ୍ର ମହାପାତ୍ର, ଅନନ୍ତ କୁମାର ତିଆଡ଼ି, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଭିତରଚ୍ଛ ଭବାନୀ ଶଙ୍କର ମହାପାତ୍ର, ତଳୁଚ୍ଛ ବାସୁଦେବ ମହାପାତ୍ର, ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ, ତଢଉକରଣ ସୁଧାଂଶୁ ଶେଖର ପଟ୍ଟନାୟକ, ହରେକୃଷ୍ଣ ପୁଷ୍ପାଳକ, ନାରାୟଣ ମହାସୁଆର, ଦାମୋଦର ପଣ୍ଡା, ହରିନାରାୟଣ ଖୁଣ୍ଟିଆ, ଜମ୍ବେଶ୍ୱର ପଣ୍ଡା, ଗଣେଶ ଦାସମହାପାତ୍ର, ରାଜଗୋପାଳ ଖୁଣ୍ଟିଆ, ନାରାୟଣ ମେକାପ, ସନ୍ଦୀପ ମୁଦଲି, ଦାମୋଦର ମହାନ୍ତି, ବିଶ୍ୱନାଥ ସାମନ୍ତରା, ନୀତି ଭାରପ୍ରାପ୍ତ ଅଧିକାରୀ, ଶ୍ରୀମନ୍ଦିର କମାଣ୍ଡର ରବିନାରାୟଣ ମିଶ୍ର ଏବଂ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀ ସଦସ୍ୟ ରହିଛନ୍ତି।
ସୂଚନାଥାଉ କି, ମହାପ୍ରଭୁଙ୍କ ନୀତିକାନ୍ତିର ସୁପରିଚାଳନା ପାଇଁ ୨୦୧୩ରେ ବୁଧବାରିଆ କମିଟି ଗଠନ କରାଯାଇଥିଲା। ପ୍ରାୟ ୨୨ଜଣ ଯୁବ ସେବକ ଏହାର ସଦସ୍ୟ ଥିଲେ। ପରବର୍ତ୍ତୀ ସମୟରେ ଏହାର ସଦସ୍ୟ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା। ନୀତି କିପରି ଠିକ୍‌ ଭାବେ ଚାଲିବ ସେ ନେଇ ପ୍ରତି ବୁଧବାର କମିଟି ବୈଠକ ବସି ଆଲୋଚନା ହେଉଥିଲା। କାହିଁକି ନୀତି ବିଳମ୍ବ ହେଲା, କାହାର ତ୍ରୁଟି ରହିଲା ସେ ସବୁ ଉପରେ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଉଥିଲା। ସଦସ୍ୟମାନେ ବିଭିନ୍ନ ପର୍ଯ୍ୟାୟରେ ମନ୍ଦିରରେ ଉପସ୍ଥିତ ରହି ନୀତି ତ୍ୱରାନ୍ବିତ କରୁଥିଲେ। କିନ୍ତୁ ୨୦୧୫ ବେଳକୁ ଏହି କମିଟି ଧୀରେ ଧୀରେ ନିଷ୍କ୍ରିୟ ହୋଇପଡ଼ିିଥିଲା। ଏହାପରେ ଶ୍ରୀମନ୍ଦିରରେ ଅନେକଥର ନୀତିରେ ବିଭ୍ରାଟ ଦେଖାଦେଇଛି। କେତେବେଳେ ଠାକୁର ଅଖିଆ ଅପିଆ ରହିଛନ୍ତି ତ ପୁଣି କେତେବେଳେ ଦର୍ଶନରେ ବିଶୃଙ୍ଖଳା ଘଟିଛି। କେତେଜଣ ସେବାୟତ ଏବଂ କର୍ମଚାରୀଙ୍କ ଭୁଲ୍‌ ପାଇଁ ଅବ୍ୟବସ୍ଥା ସୃଷ୍ଟି ହୋଇଛି। କିନ୍ତୁ ଏ ଦିଗରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ବିଶୃଙ୍ଖଳା ଏବଂ ବିଭ୍ରାଟ ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲାଗିପାରୁ ନ ଥିଲା। ତେଣୁ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ଲାଗି ଗତବର୍ଷ ଜାନୁୟାରୀ ୧୮ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଏଥିଲାଗି ତିନିଥାକିଆ ତଦାରଖ ବ୍ୟବସ୍ଥା କରାଯିବ। ଦ୍ୱାରଫିଟାଠାରୁ ସକାଳ ଧୂପ ପର୍ଯ୍ୟନ୍ତ ନୀତିକୁ ତଡାଉକରଣ ଏବଂ ଭିତରଚ୍ଛ ତଦାରଖ କରିବେ। ସେହିପରି ସକାଳ ଧୂପଠାରୁ ସନ୍ଧ୍ୟା ଆଳତି ପର୍ଯ୍ୟନ୍ତ ଦେଉଳକରଣ ଏବଂ ପାଟ୍ଟଯୋଶୀ ମହାପାତ୍ର, ସନ୍ଧ୍ୟା ଆଳତିଠାରୁ ରାତ୍ର ପହୁଡ଼ ପର୍ଯ୍ୟନ୍ତ ନୀତିକୁ ଶ୍ରୀମନ୍ଦିର କମାଣ୍ଡର ଏବଂ ତଳୁଛ ତଦାରଖ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ପରିଚାଳନା କମିଟି ବୈଠକ ପରେ ତତ୍କାଳୀନ ମୁଖ୍ୟ ପ୍ରଶାସକ କହିଥିଲେ, ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବା ପାଇଁ ପୂର୍ବରୁ କାର୍ଯ୍ୟକ୍ଷମ କରୁଥିବା ବୁଧବାରିଆ କମିଟି ବନ୍ଦ ରହିଛି। ଏହାକୁ ପୁନର୍ବାର କାର୍ଯ୍ୟକ୍ଷମ କରାଯିବ। ୫/୭ ଦିନ ମଧ୍ୟରେ ଏହି କମିଟି କାମ ଆରମ୍ଭ କରିବ। ଇତିମଧ୍ୟରେ ବର୍ଷେ ବିତିଯାଇଥିଲେ ମଧ୍ୟ ବୁଧବାରିଆ କମିଟି ଗଠନ ହୋଇପାରି ନ ଥିଲା। ଅନ୍ୟପକ୍ଷରେ ଏବେ ସୋମବାରିଆ କମିଟି ଗଠନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରକୁ ପିଟି ହତ୍ୟା , ୫ଗିରଫ

ବାରିପଦା ଅଫିସ/ବେତନଟୀ,୨୫ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବେତନଟୀ ଥାନା ଦହିକୁଟି ପଞ୍ଚାୟତ ଅନ୍ତର୍ଗତ ଖମାରି ଗ୍ରାମର କେତେକ ଲୋକଙ୍କ ମାଡ଼ରେ ଜଣେ ଚୋରର ମୃତ୍ୟୁ ଘଟିଛି। ଏନେଇ...

ଟାଟା ପ୍ରକଳ୍ପ ପାଚେରୀ ନିର୍ମାଣକୁ ବିରୋଧ: ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟେକିନେଲା ପୋଲିସ

ଛତ୍ରପୁର,୧୫।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ କାଳିପଲି ନିକଟରେ ଟାଟା କମ୍ପାନୀର ପ୍ରକଳ୍ପ ପକ୍ଷରୁ ପାଚେରୀ ନିର୍ମାଣ କାମ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ପୋଲିସ...

ଶିଶୁ ମୃତ୍ୟୁହାର ହ୍ରାସରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର, ୨୬।୫(ବ୍ୟୁରୋ): ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ଏକ ମାଇଲଷ୍ଟୋନ ହାସଲ କରିଛି। ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଦୃଷ୍ଟାନ୍ତମୂଳକ ଉଦାହରଣ ପାଲଟିଛି।...

ନିର୍ଯ୍ୟାତନା ଅଭିଯୋଗରେ ସ୍ବାମୀ ଗିରଫ

ଆସିକା,୧୭ା୬(ଡି.ଏନ.ଏ.): ଆସିକା ଥାନା କର୍ପୂର ନୂଆଗାଁ ଗ୍ରାମରେ ଗୁରୁବାର ସ୍ତ୍ରୀଙ୍କୁ ମାରଧର କରିବା ଏବଂ ପୋଲିସରେ ଅଭିଯୋଗ କଲେ ହତ୍ୟା ଧମକ ଦେବା ଅଭିଯୋଗରେ ପୋଲିସ...

ମହିଳାଙ୍କ ସୁରକ୍ଷିତ ଯାତ୍ରା ପାଇଁ ଜାରିହେଲା ଆଡ୍‌ଭାଇଜରି: ତୁରନ୍ତ ଟୋଲ୍‌ ଫ୍ରି ନଂ.୧୦୦କୁ ଫୋନ୍‌ କରି ପୋଲିସକୁ ଜଣାନ୍ତୁ

ଭୁବନେଶ୍ୱର,୧ା୧୨(ବ୍ୟୁରୋ): ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଅପହରଣ କରି ଗଣବଳାତ୍କାର ପରେ ହତ୍ୟା ଘଟଣା ଦେଶରେ ଆଲୋଡନ ସୃଷ୍ଟି କରିଛି। ଏଭଳି...

କିଲିମାଞ୍ଜାରୋ ପର୍ବତ ଆରୋହଣ କଲେ ମଧୁସ୍ମିତା

ବ୍ରହ୍ମପୁର ଅଫିସ, ୧୯।୨: ବ୍ରହ୍ମପୁର ଗୋଷାଣୀନୂଆଗାଁ ନିବାସୀ ମଧୁସ୍ମିତା ପାତ୍ର ଜଣେ ତାଲିମ୍‌ପ୍ରାପ୍ତ ପର୍ବତାରୋହୀ। ସେ ଆଫ୍ରିକା ମହାଦେଶର ଉଚ୍ଚତମ ଗିରିଶୃଙ୍ଗ କିଲିମାଞ୍ଜାରୋ ସଫଳତାର ସହ...

ହିନ୍ଦୋଳ ରାଜନୀତି ଚଳଚଞ୍ଚଳ

ହିନ୍ଦୋଳ, ୧।୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସିରେ ଆସନ୍ତା ଏପ୍ରିଲ ୩ରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ମଙ୍ଗଳବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପଟେ...

ଗତବର୍ଷ ଅପେକ୍ଷା ବଢ଼ିଛି ଧାନ ସଂଗ୍ରହ: ଧାର୍ଯ୍ୟ ଲକ୍ଷ୍ୟର ୭୯% ଧାନ ସଂଗ୍ରହ ସରିଛି

ଭୁବନେଶ୍ୱର,୪।୨(ବ୍ୟୁରୋ): ସାରା ରାଜ୍ୟରେ ଚଳିତ ଖରିଫ୍‌ ଧାନ ସଂଗ୍ରହ କାର୍ଯ୍ୟ ପୂର୍ଣ୍ଣମାତ୍ରାରେ ଚାଲିଛି। ଫେବୃୟାରୀ ୩ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ଦ୍ବାରା ୩୯ ଲକ୍ଷ...

Advertisement
Archives

Model This Week