ବୁଢ଼ାବୁଢ଼ି ଭତା ପାଏଲେ କୁଆଦେଇ

ଲାଠୋର ୧୮ା୬(ଡି.ଏନ.ଏ.):
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ଗଁାର ୮୩ ବଛ୍‌ରିଆ ବିଧବା ବୁଢ଼ି କୁଆଦେଇକୁଁ ଶେଷେ ଲାଠୋର ପଁଚେତ୍‌ ପରଶାସନ ଭତା ଟଁକା ଦେଇଛେ। ଆପ୍‌ନେର ମୁର୍‌ତୁ ଉତାରୁ ସେ ଲାଠୋରରେ ଥିବାର ନିଜର ବିଧବା ଝି’ ଘରେ ଆଶ୍‌ରେ ନେଇ ରହୁଥିଲେ। ସେ ବିଧବା ଆର ବଏସ୍‌ ଅଧ୍‌କା ହେଇଥିଲେ ବି ଭତାରୁ ବଁଚିତ୍‌ ହେଇ ରହିଥିଲେ। ଇ ବାବ୍‌ଦେ ଗଲା ୯ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ବଢ଼ୁଛେ ବଏସ୍‌, କମୁଛେ ଆଶ୍‌’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ବରଗଡ଼ ଜିଲା ବିଜେପୁର ବ୍ଲକ ଜୋଖିପାଲି ଗଁାର ୟୁଥ ଏଗେନଷ୍ଟ କରପସନ ସଂଗଠନ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାର, ମହିଳା ଓ ଶିଶୁ ବିକାଶ ଆର ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ଜିଲାପାଳ ବଲାଙ୍ଗୀରକୁଁ ଟ୍ବିଟର ଜରିଆରେ ଅବଗତ୍‌ କରିଥିଲେ। ସେ କୁଆଦେଇକୁଁ ଯେତେ ଜଲଦି ହେବା ବୁଢ଼ାବୁଢ଼ି ଭତା ଯୁଗେଇ ଦେବାକେ ଅନୁରୋଧ କରିଥିଲେ। ତାକର ଅନୁରୋଧରେ ବଲାଙ୍ଗୀର ଜିଲାପାଲ ଅରିନ୍ଦମ ଡାକୁଆ ଖପ୍ରାଖୋଲ ବିଡିଓକୁଁ ଘଟନାର ତଦଁତ୍‌ କରି ରିପୋର୍ଟ ଦେବାକେ ନିରଦେଶ ଦେଇଥିଲେ। ବିଡିଓ ତରଣୀ ସୁନା ତଦଁତ୍‌ ରିପୋର୍ଟ ଦେଲା ଉତାରୁ ଗଲା ୧୧ ତାରିଖ୍‌ ନିସାହା ବିଧବା କୁଆଦେଇକୁଁ ଭତା ଦେବାର ଲାଗି ମଂଜୁରି ମିଲିଥିଲା। ସୋମବାର କୁଆଦେଇକୁଁ ଲାଠୋର ପଁଚେତ୍‌ ଅଫିସରେ ଭତା ଦିଆଯାଇଛେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧।୧୦(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?