ବିସ୍ମୟ ବାଳିକା ସ୍ମୃତିମୟୀ: ୫ ମିନିଟ୍‌ରେ ଦିଅନ୍ତି ୧୦୦ରୁ ଅଧିକ ପ୍ରଶ୍ନର ଉତ୍ତର

ଘସିପୁରା, ୫।୧୦(ଡି.ଏନ.ଏ)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପଞ୍ଚୁପଲ୍ଲୀ ଗାଁର ଶାନ୍ତନୁ ରାଉତଙ୍କ ଝିଅ ସ୍ମୃତିମୟୀ । ବୟସ ମାତ୍ର ୩ବର୍ଷ । ସେ ନା ଯାଇଛନ୍ତି ଅଙ୍ଗନୱାଡ଼ି କେନ୍ଦ୍ର ନା ସ୍କୁଲ । ହେଲେ ରାଜ୍ୟ, ଦେଶ, ବିଦେଶ, ଭୂଗୋଳ, ଇତିହାସ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ସେ ଦେଇ ପାରୁଛନ୍ତି । ଏହି ବିସ୍ମୟ ବାଳିକା ସ୍ଥାନୀୟ ଅଞ୍ଚଳରେ ଆକର୍ଷଣ ଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କେହି କେହି ଏଭଳି ପ୍ରତିଭା ପୂର୍ବଜନ୍ମ ସୁକୃତିର ଫଳ ବୋଲି କହୁଛନ୍ତିି।
ଅନ୍ୟ ସାଧାରଣ ପିଲାଙ୍କ ଭଳି ଖେଳକୁଦରେ ବେଶ୍‌ ଆଗ୍ରହ ରଖନ୍ତି ସ୍ମୃତିମୟୀ। ତାଙ୍କର ପ୍ରଚଣ୍ଡ ଧୀ ଶକ୍ତି ତାଙ୍କୁ ଆଣିଦେଇଛି ଏକ ସ୍ବତନ୍ତ୍ର ପରିଚୟ। ତାଙ୍କ ମସ୍ତିଷ୍କ କମ୍ପ୍ୟୁଟର ଭଳି କାମ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୋଟିଏ କି ଦୁଇଟି ନୁହଁ ମାତ୍ର ୫ମିନିଟରେ ୧୦୦ରୁ ଅଧିକ ପ୍ରଶ୍ନର ଉତ୍ତର ଦେବାରେ ସେ ସକ୍ଷମ। ପ୍ରଶ୍ନକର୍ତ୍ତାଙ୍କ ପାଟିରୁ ପ୍ରଶ୍ନ ଶେଷ ନ ହେଉଣୁ ସ୍ମୃତିମୟୀ ତାହାର ଉତ୍ତର ଦେଇ ପାରୁଛନ୍ତି। ଏହି କୁନି ପିଲାଟିର ଏଭଳି ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକତି କରିଛି। ସେ ବର୍ଷକର ହୋଇଥିବା ବେଳେ ତାଙ୍କ ମା’ ଓ ବାପା ଏହି ଅସାଧାରଣ ଲକ୍ଷଣ ଜାଣି ପାରିଥିଲେ। କଥାବାର୍ତ୍ତା ସମୟରେ ଯେକୌଣସି ଆଲୋଚନାକୁ ସେ ସହଜରେ ସ୍ମରଣ ରଖି ପାରୁଥିଲେ। ଏହି ଲକ୍ଷଣ ଦେଖି ବାପା ଶାନ୍ତନୁ ତାଙ୍କୁ ସାଧାରଣ ଜ୍ଞାନ ସମ୍ପର୍କିତ ପ୍ରଶ୍ନ ଉତ୍ତର ପଢାଇବା ଆରମ୍ଭ କରିଥିଲେ। ମାତ୍ର ଏକ ମାସର ଅଧ୍ୟୟନ ପରେ ସ୍ମୃତିମୟୀ ଏବେ ଅବାଧରେ କେଇ ମିନିଟ ମଧ୍ୟରେ ଶତାଧିକ ପ୍ରଶ୍ନର ନିର୍ଭୁଲ ଉତ୍ତର ଦେଇପାରୁଛନ୍ତି। ତାଙ୍କର ଏଭଳି ପ୍ରତିଭା ଦେଖି କେବଳ ପରିବାର ନୁହନ୍ତି, ଗ୍ରାମବାସୀ ବେଶ୍‌ ଖୁସି। କେହି କେହି ତାଙ୍କୁ ‘ମେମୋରୀ କୁଇନ’ବୋଲି କହୁଛନ୍ତି। ଆଗକୁ ଭଲପାଠ ପଢି ଜଣେ ଡାକ୍ତର ହୋଇ ଗରିବ ରୋଗୀଙ୍କ ସେବା କରିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି। ତାଙ୍କ ମା’ ସବିତା ରାଉତ କହିଛନ୍ତି, ସ୍ମୃତିମୟୀ ତାଙ୍କ ପ୍ରତିଭା ବଳରେ ଆଗକୁ ନିଜ ଗାଁ ସମେତ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବେ ବୋଲି ସେ ଆଶାବାଦୀ ଅଛନ୍ତି।
ଫଟୋ


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାନୀୟ ଲୋକଙ୍କୁ ମିଳୁନି ନିଯୁକ୍ତି ସୁବିଧା: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଜୁରୁଡ଼ିବାସୀ

କେନ୍ଦୁଝର,୧୮ା୮(ସ୍ବ.ପ୍ର.): ଖଣି ଅଞ୍ଚଳରେ କାମ ଧନ୍ଦା ପାଉ ନ ଥିବାରୁ ଅସନ୍ତୋଷ ବଢ଼ୁଥିବା ବେଳେ କେତେକ ଖଣି ସଂସ୍ଥା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ଦେଇ...

ମହାମାରୀ ଦେଖାଇଲା ନୂଆ ବାଟ

କେନ୍ଦୁଝର,୧୬।୭(ସ୍ବ.ପ୍ର.): ପେସା ଶିକ୍ଷକତା, ହେଲେ କରୋନା ବେଳେ ସମୟର ସଦୁପଯୋଗ କରି ଚାଷକୁ ନିଶା ଭାବେ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି କେନ୍ଦୁଝର...

ଏବେ ବି ଚୁଆ ପାଣି ଭରସା

ଚମ୍ପୁଆ, ୮ା୪(ଡି.ଏନ୍‌.ଏ.) କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସିରେ ଦେଖିବାକୁ ମିଳିଛି ଏକ ବିକଳ ଚିତ୍ର। ଆଜି ପାଣି ପାଇଁ ଚୁଆ ଉପରେ ନିର୍ଭର କରୁଛନ୍ତି ମାଛଘାଟ...

ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି: ଧାରଣାରେ ବସିଲେ ପୂଜା କମିଟି ସଦସ୍ୟ, ଗ୍ରାମବାସୀ

ଆନନ୍ଦପୁର,୧୦।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଶାନ୍ତିଶୃଙ୍ଖଳା ଦାୟିତ୍ୱରେ...

ବିନା ସୁରକ୍ଷା ବ୍ୟବସ୍ଥାରେ ଚାଲିଛି ମାର୍କେଟ କମ୍ପ୍ଲେକ୍ସ, ମଲ୍‌

କେନ୍ଦୁଝର, ୧୭|୫ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ବିନା ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ରହିଛି ହୋଟେଲ, ସପିଂ ମଲ, ମାର୍କେଟ କମ୍ପ୍ଲେକ୍ସ, ସିନେମା ହଲ, ସରକାରୀ, ଘରୋଇ...

ବଡ଼ବିଲ ରେଳ ଷ୍ଟେଶନରେ ଧାରଣା

ବଡ଼ବିଲ,୨୧।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବଡ଼ବିଲ ରେଳ ଷ୍ଟେଶନରେ ବିକାଶ ପରିଷଦ ପକ୍ଷରୁ ଧାରଣା ଦିଆଯାଇଛି। ୩ ଦଫା ଦାବିରେ ଏହି ଧାରଣା ଦେଇଥିବା ଜଣାପଡିଛି। ବାଂଶପାଣି-ବଡ଼ବିଲ...

କ୍ଷତି ସହୁଛନ୍ତି ମକା ଚାଷୀ

ଚମ୍ପୁଆ,୭।୯(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସି ଅନ୍ତର୍ଗତ ଗୋଧୂଳି ଗ୍ରାମ ମକା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି। ଗୋଧୂଳି ଅଞ୍ଚଳ ଏକ ଆଦିବାସୀ ଅଧ୍ୟୁଷିତ...

ଲକ୍ଷ୍ମୀପଶି ହୁଡିରେ ତହସିଲଦାରଙ୍କ ଚଢ଼ାଉ: ପଥର ସହ ୨ ଟ୍ରାକ୍ଟର ଜବତ

ଚମ୍ପୁଆ,୨୧ା୧୨(ଡି.ଏନ.ଏ): ବାରମ୍ବାର ରାଜସ୍ବ ବିଭାଗ ଆଖିରେ ଧୂଳି ଦେଇ ପଥର ଓ ବାଲି ଚୋରା କାରବାର ବଢୁଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ ରୁକ୍ଷ ମନୋଭାବ...

Advertisement
Archives

Model This Week