ବିସ୍ମୟ ବାଳିକା ସ୍ମୃତିମୟୀ: ୫ ମିନିଟ୍‌ରେ ଦିଅନ୍ତି ୧୦୦ରୁ ଅଧିକ ପ୍ରଶ୍ନର ଉତ୍ତର

ଘସିପୁରା, ୫।୧୦(ଡି.ଏନ.ଏ)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପଞ୍ଚୁପଲ୍ଲୀ ଗାଁର ଶାନ୍ତନୁ ରାଉତଙ୍କ ଝିଅ ସ୍ମୃତିମୟୀ । ବୟସ ମାତ୍ର ୩ବର୍ଷ । ସେ ନା ଯାଇଛନ୍ତି ଅଙ୍ଗନୱାଡ଼ି କେନ୍ଦ୍ର ନା ସ୍କୁଲ । ହେଲେ ରାଜ୍ୟ, ଦେଶ, ବିଦେଶ, ଭୂଗୋଳ, ଇତିହାସ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ସେ ଦେଇ ପାରୁଛନ୍ତି । ଏହି ବିସ୍ମୟ ବାଳିକା ସ୍ଥାନୀୟ ଅଞ୍ଚଳରେ ଆକର୍ଷଣ ଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କେହି କେହି ଏଭଳି ପ୍ରତିଭା ପୂର୍ବଜନ୍ମ ସୁକୃତିର ଫଳ ବୋଲି କହୁଛନ୍ତିି।
ଅନ୍ୟ ସାଧାରଣ ପିଲାଙ୍କ ଭଳି ଖେଳକୁଦରେ ବେଶ୍‌ ଆଗ୍ରହ ରଖନ୍ତି ସ୍ମୃତିମୟୀ। ତାଙ୍କର ପ୍ରଚଣ୍ଡ ଧୀ ଶକ୍ତି ତାଙ୍କୁ ଆଣିଦେଇଛି ଏକ ସ୍ବତନ୍ତ୍ର ପରିଚୟ। ତାଙ୍କ ମସ୍ତିଷ୍କ କମ୍ପ୍ୟୁଟର ଭଳି କାମ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୋଟିଏ କି ଦୁଇଟି ନୁହଁ ମାତ୍ର ୫ମିନିଟରେ ୧୦୦ରୁ ଅଧିକ ପ୍ରଶ୍ନର ଉତ୍ତର ଦେବାରେ ସେ ସକ୍ଷମ। ପ୍ରଶ୍ନକର୍ତ୍ତାଙ୍କ ପାଟିରୁ ପ୍ରଶ୍ନ ଶେଷ ନ ହେଉଣୁ ସ୍ମୃତିମୟୀ ତାହାର ଉତ୍ତର ଦେଇ ପାରୁଛନ୍ତି। ଏହି କୁନି ପିଲାଟିର ଏଭଳି ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକତି କରିଛି। ସେ ବର୍ଷକର ହୋଇଥିବା ବେଳେ ତାଙ୍କ ମା’ ଓ ବାପା ଏହି ଅସାଧାରଣ ଲକ୍ଷଣ ଜାଣି ପାରିଥିଲେ। କଥାବାର୍ତ୍ତା ସମୟରେ ଯେକୌଣସି ଆଲୋଚନାକୁ ସେ ସହଜରେ ସ୍ମରଣ ରଖି ପାରୁଥିଲେ। ଏହି ଲକ୍ଷଣ ଦେଖି ବାପା ଶାନ୍ତନୁ ତାଙ୍କୁ ସାଧାରଣ ଜ୍ଞାନ ସମ୍ପର୍କିତ ପ୍ରଶ୍ନ ଉତ୍ତର ପଢାଇବା ଆରମ୍ଭ କରିଥିଲେ। ମାତ୍ର ଏକ ମାସର ଅଧ୍ୟୟନ ପରେ ସ୍ମୃତିମୟୀ ଏବେ ଅବାଧରେ କେଇ ମିନିଟ ମଧ୍ୟରେ ଶତାଧିକ ପ୍ରଶ୍ନର ନିର୍ଭୁଲ ଉତ୍ତର ଦେଇପାରୁଛନ୍ତି। ତାଙ୍କର ଏଭଳି ପ୍ରତିଭା ଦେଖି କେବଳ ପରିବାର ନୁହନ୍ତି, ଗ୍ରାମବାସୀ ବେଶ୍‌ ଖୁସି। କେହି କେହି ତାଙ୍କୁ ‘ମେମୋରୀ କୁଇନ’ବୋଲି କହୁଛନ୍ତି। ଆଗକୁ ଭଲପାଠ ପଢି ଜଣେ ଡାକ୍ତର ହୋଇ ଗରିବ ରୋଗୀଙ୍କ ସେବା କରିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି। ତାଙ୍କ ମା’ ସବିତା ରାଉତ କହିଛନ୍ତି, ସ୍ମୃତିମୟୀ ତାଙ୍କ ପ୍ରତିଭା ବଳରେ ଆଗକୁ ନିଜ ଗାଁ ସମେତ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବେ ବୋଲି ସେ ଆଶାବାଦୀ ଅଛନ୍ତି।
ଫଟୋ


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା ବ୍ଲକ୍‌ସ୍ତରୀୟ ସ୍ୱାଧୀନତା ଦିବସ: ଦେଶ ସେବା ପାଇଁ ଆହ୍ୱାନ ଦେଲେ ବିଧାୟକ

ପାଟଣା, ୧୫/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ପାଟଣା ମୁଖ୍ୟାଳୟ ଷ୍ଟାଡିୟମ୍‌ରେ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି।…

୮୭ବର୍ଷ ବୟସରେ ଈଶ୍ୱର ଚନ୍ଦ୍ରଙ୍କ ଦେହାନ୍ତ, ୭ଘଣ୍ଟା ପାଟଣାବଜାର ବନ୍ଦ

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡପାଟଣା ପଂଚାୟତ ଶିବ ନାରାୟଣ ପୁର ଶାସନର ବର୍ଷୀୟାନ ସାମାଜିକ କର୍ମୀ, ସଂଗଠକ ଈଶ୍ୱର ଚନ୍ଦ୍ର ଦାଶଙ୍କ…

ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଗଲେ ଯୁବକ, ତାପରେ…

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ହାଟଡ଼ିହୀରେ ସରକାରୀ ପାଣ୍ଠି ହେରଫେର ଅଭିଯୋଗ: ଅଫିସରେ ବସି ତଦନ୍ତ ସାରିବା ନେଇ ଅଭିଯୋଗକାରୀଙ୍କ ଅସନ୍ତୋଷ

ହାଟଡ଼ିହୀ,୧୩।୮(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅଧୀନ ସଢ଼ା ପଞ୍ଚାୟତରେ ବିଭିନ୍ନ ସରକାରୀ ଉନ୍ନୟନ କାର୍ଯ୍ୟରେ ଅନୁଦାନ ହେରଫେର ହୋଇଥିବା ଅଭିଯୋଗର ଏକମାସ ପରେ ତଦନ୍ତ ହୋଇଥିଲେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri