ବିଷ ମଣିଷ

ଅଭିମନ୍ୟୁ ଧଳ
ମଣିଷ ଅମୃତର ସନ୍ତାନ। ଜନ୍ମରୁ ପ୍ରକୃତିର ଦାନ ଅମୃତ ଜଳ, ବାୟୁ ଓ ମାଟି ସଂସ୍ପର୍ଶରେ ଆସି ଜନନୀଠାରୁ ଅମୃତ କ୍ଷୀର ପାନ କରି ସ୍ନେହ, ପ୍ରେମ ଓ ମମତାକୁ ପାଥେୟ କରି ବଢ଼ିଚାଲେ। ହସ, ଖୁସିରେ ମସ୍‌ଗୁଲ ଏହି ନିଷ୍ପାପ ଶିଶୁର ସରଳ ମନ କଳୁଷିତ ପରିବେଶରେ ଆସି କଳୁଷିତ ହୋଇଯାଏ। ହିଂସା, ଦ୍ୱେଷ, ଅହଂକାର, ପରଶ୍ରୀକାତରତା ଆଦି ଆସୁରିକ ଗୁଣମାନ ତାକୁ କବଳିତ କରିନିଏ। ବିକାଶ ନାମରେ ଆମେ ଯେଉଁ ବିନାଶ ପଥ ଆପଣେଇଛେ ତାହାଦ୍ୱାରା ଅମୃତ ତୁଲ୍ୟ ପାଣି, ପବନ ଓ ମାଟି ବିଷାକ୍ତ ହୋଇଗଲାଣି। ଆମ ଶରୀର ବି ଏହାକୁ ଗ୍ରହଣ କରି ବିଷାକ୍ତ ହୋଇଗଲାଣି। ମନ ବିଷ, ଶରୀର ବିଷ, ଭାବନା ବିଷ- ଆମେ ସମସ୍ତେ ଜଣେ ଜଣେ ବିଷମଣିଷ ପାଲଟିଗଲୁଣି। କୃଷିରେ ଅଧିକ ଅମଳ ପାଇଁ ଆମେ ବିଷ ପ୍ରୟୋଗ କରି ସେଥିରୁ ଫଳୁଥିବା ବିଷ ଭକ୍ଷଣ କରୁଛେ ତଥା ମାଟି, ପାଣି, ପବନ ଓ ସମସ୍ତ ପରିବେଶକୁ ବିଷ ବଳୟ ମଧ୍ୟକୁ ଠେଲିଦେଇଛେ।
ଖାଦ୍ୟ ସହିତ କୀଟନାଶକ ଖାଉଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ପ୍ରଥମ। ସବୁଜ ବିପ୍ଳବ ପରବର୍ତ୍ତୀ ପଞ୍ଜାବ ବର୍ତ୍ତମାନ ‘କ୍ୟାନ୍‌ସର କ୍ୟାପିଟାଲ’ ଭାବେ ପରିଗଣିତ। ଆମ ଦେଶରେ ୨୪୬ ପ୍ରକାରର କୀଟନାଶକ ବିକ୍ରି ପାଇଁ ପଞ୍ଜୀକରଣ ହୋଇଛି। ତା’ ମଧ୍ୟରୁ ୨୩୬ଟି କୀଟନାଶକକୁ ବିକ୍ରି ପାଇଁ ଅନୁମତି ମିଳିଛି। ଏହା ମଧ୍ୟରୁ ୧୦୮ ପ୍ରକାର କୀଟନାଶକ ସାଂଘାତିକ ଭାବେ ମାରାତ୍ମକ। କେତେକ ଦେଶ ଏଥିମଧ୍ୟରୁ ୬୭ଟିକୁ ବନ୍ଦ କରିଛନ୍ତି। ୩୦ଟି କ୍ୟାନ୍‌ସର, ୨୯ଟି ଅନ୍ତଃସ୍ରାବୀ ଗ୍ରନ୍ଥିରେ ଅସୁବିଧା, ୧୦ଟି ପ୍ରଜନନ ବ୍ୟବସ୍ଥାରେ ସମସ୍ୟା ଓ ୫ଟି ସ୍ନାୟବିକ ବ୍ୟବସ୍ଥାରେ ଅସୁବିଧା ସୃଷ୍ଟି କରେ। ନାରୀମାନଙ୍କର ବାତ୍ୱ, ଗର୍ଭଧାରଣ ପରେ ଅସୁବିଧା, ଗର୍ଭପାତ ଓ ସ୍ତନ କର୍କଟ ହେଉଥିବା ବେଳେ ପୁରୁଷମାନଙ୍କର ଯୌନଶକ୍ତି ହ୍ରାସ, ପାରାଲିସିସ, ସ୍ନାୟୁରୋଗ ଆଦି ଦେଖାଯାଏ। କୋମଳମତି ଶିଶୁମାନଙ୍କର ମସ୍ତିଷ୍କ ବିକାଶରେ ବାଧା, ଗୋଡ଼ ସରୁହେବା, ଦୃଷ୍ଟିଶକ୍ତି ଓ ସ୍ମରଣଶକ୍ତି ହ୍ରାସ ଆଦି ସମସ୍ୟା ଦେଖାଦିଏ। କୀଟନାଶକରେ ରହୁଥିବା ବିଷ ପାଣିରେ ଦ୍ରବୀଭୂତ ହୁଏ ନାହିଁ। ପେଟକୁ ଗଲେ ତାହା ଲିପିଡ୍‌ରେ ଦ୍ରବୀଭୂତ ହୋଇ ରହିଯାଏ। ଶରୀରର ରେଚନ ପ୍ରକ୍ରିୟାରେ ଏହାର ନିଷ୍କାସନ ହୋଇପାରେ ନାହିଁ। ତେଣୁ ଏହା ରୋଗ ସୃଷ୍ଟିକରେ।
ସବୁଜ ପନିପରିବାକୁ ସତେଜ ରଖିବା ପାଇଁ ସେଥିରେ କୃତ୍ରିମ ରଙ୍ଗ ଦିଆଯାଏ। ହଳଦୀଗୁଣ୍ଡ ଓ ଲଙ୍କାଗୁଣ୍ଡରେ କୃତ୍ରିମ ରଙ୍ଗ ଦିଆଯାଏ। ସେଓ ଉପରେ ଲେଡ ଆରସିନେଟର ରଙ୍ଗ ସ୍ପ୍ରେ କରିବା ଯୋଗୁ ରୋଗ ହୋଇଥାଏ। ଇଣ୍ଡିଆନ କାଉନସିଲ ଅଫ୍‌ ଏଗ୍ରିକଲ୍‌ଚରାଲ ରିସର୍ଚ୍ଚର ସର୍ବେକ୍ଷଣ ଅନୁଯାୟୀ ୫୧ ପ୍ରତିଶତ ଖାଦ୍ୟରେ କୀଟନାଶକ ଅବଶେଷ ରହୁଛି ଏବଂ ୨୦ ପ୍ରତିଶତ ଦ୍ରବ୍ୟରେ ଅନୁମୋଦନୀୟ ସୀମା ଅତିକ୍ରମ କରୁଛି। ମୃଦୁ ପାନୀୟରେ ଥିବା ମିଥାଇଲ ମିଡାକୋଲ ନାମକ ରାସାୟନିକ ଦ୍ରବ୍ୟ ପୁସ୍‌ଫୁସ୍‌ ଓ ଥାଇରଏଡ୍‌ରେ କର୍କଟ ରୋଗ ସୃଷ୍ଟିକରେ। ଫଳ ପଚାଇବା ପାଇଁ ବ୍ୟବହୃତ କାର୍ବାଇଡ ମଣିଷ ଶରୀର ପ୍ରତି କ୍ଷତିକାରକ। ତେଲ, ଘିଅ, କ୍ଷୀର, ରାବିଡି, ଖୁଆ, ମିଠା ଓ ଜେଲିରେ ଅପମିଶ୍ରଣ ରହୁଛି।
ଆମେରିକାନ ଜର୍ନାଲ ଅଫ୍‌ ଏପିଡୋମିଓଲୋଜିରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ କୃଷି ପାଇଁ ବ୍ୟବହୃତ ରାସାୟନିକ ସାର ଆଦି ବୋହିଯାଇ ନିକଟସ୍ଥ ଜଳାଶୟକୁ ପ୍ରଦୂଷିତ କରିଥାଏ।
ଗାଈ ଓ ମଇଁଷିଠାରୁ ଅଧିକ କ୍ଷୀର ପାଇବା ଆଶାରେ ମାଲିକମାନେ ଅକ୍ସିଟୋସିନ ଇଞ୍ଜେକଶନ ଦେଇଥାନ୍ତି। ଏହି ଗୃହପାଳିତ ପଶୁଙ୍କ କ୍ଷୀର ପିଉଥିବା ପିଲାଙ୍କଠାରେ ସମୟ ପୂର୍ବରୁ ଯୌବନର ଲକ୍ଷଣମାନ ପରିଲକ୍ଷିତ ହୁଏ। ଝିଅମାନଙ୍କ କ୍ଷେତ୍ରରେ ସାତ ଆଠବର୍ଷରେ ମଧ୍ୟ ମାସିକ ଧର୍ମ ଆରମ୍ଭ ହୋଇଯାଏ। ଥଣ୍ଡାପାନୀୟ, ଶାଗ, ମାଛ, ପନିପରିବା ଏବଂ ଫଳ ଆଦିରେ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ, କୀଟନାଶକ ଆଦି ପିଲାର ହରମୋନରେ ଥିବା ସନ୍ତୁଳନକୁ ନଷ୍ଟ କରିଦିଏ। ଭାରତରେ କୀଟନାଶକ ବ୍ୟବହାରକୁ ନିୟନ୍ତ୍ରଣ କରିବା ଲାଗି ୩ଟି ବିଭାଗ ରହିଛି। ବଜାରରେ ନୂଆ କୀଟନାଶକ ପ୍ରବେଶ କରିବା ପୂର୍ବରୁ ସେଣ୍ଟ୍ରାଲ ଇନ୍‌ସେକ୍ଟିସାଇଡ୍‌ସ ବୋର୍ଡ ଆଣ୍ଡ ରେଗୁଲେଶନ କମିଟିର ଅନୁମତି ଲୋଡ଼ା। ଫୁଡ୍‌ ସେଫ୍‌ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆର କାମ ଉତ୍ପାଦିତ କୃଷିଜାତ ପଦାର୍ଥରେ କେତେ ମାତ୍ରାରେ କୀଟନାଶକ ରହିଛି ତାହା ଦେଖିବା। ଏଗ୍ରିକଲ୍‌ଚରାଲ ଆଣ୍ଡ ପ୍ରୋସେସ୍‌ଡ ଫୁଡ୍‌ ପ୍ରଡକ୍ଟସ ଏକ୍ସପୋର୍ଟ ଆଣ୍ଡ ଡେଭ୍‌ଲପମେଣ୍ଟ ଅଥରିଟି ଜୈବ କୃଷିର ମାନକ ପ୍ରସ୍ତୁତ କରିଥାଏ। ଏସବୁ ସତ୍ତ୍ୱେ ଭାରତୀୟ କୃଷିଜାତ ଦ୍ରବ୍ୟରେ କୀଟନାଶକର ମାତ୍ରା ଉଦ୍‌ବେଗଜନକ।
କ୍ଷତିକାରକ କୀଟନାଶକକୁ ବେଳହୁଁ ନିଷେଧ କରିବା ତଥା ଚାଷୀମାନଙ୍କୁ ସଚେତନ କରାଇବା ସର୍ବାଦୌ କର୍ତ୍ତବ୍ୟ। ଆମର ପୁରୁଣା ପଦ୍ଧତି ଜୈବିକ କୃଷିକୁ ଆପଣେଇ ସେଥିରୁ କିପରି ଅଧିକ ଅମଳ ମିଳିପାରିବ ତାହା ଦେଖିବା କୃଷି ବୈଜ୍ଞାନିକମାନଙ୍କର ପ୍ରଥମ କାମ।
ମୋ-୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?