Posted inଖେଳ

ବିଶ୍ୱ ରେସଲିଂ ଚାମ୍ପିୟନଶିପ୍‌ରେ ରବୀନ୍ଦରଙ୍କୁ ରୌପ୍ୟ

ବୁଦାପେଷ୍ଟ, ୩୧।୧୦ (ପି.ଟି.)- ଭାରତୀୟ କୁସ୍ତିଯୋଦ୍ଧା ରବୀନ୍ଦର ଏଠାରେ ଅନୁଷ୍ଠିତ ୨୩ ବର୍ଷରୁ କମ୍‌ ବିଶ୍ୱ ରେସଲିଂ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ ୬୩ କିଗ୍ରା ବିଭାଗ ଫାଇନାଲରେ ରବୀନ୍ଦର ୩-୫ରେ ଏସିଆନ ଚାମ୍ପିୟନ କିର୍ଗିଜସ୍ତାନର ଉଲୁକବେକ ଝୋଲଡୋଶବେକୋଭଙ୍କ ନିକଟରୁ ହାରିଯାଇଛନ୍ତି। ୨୨ ବର୍ଷୀୟ ରବୀନ୍ଦର ଏଥିପୂର୍ବରୁ ୨୦୧୬ ସାଉଥ୍‌ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଏବଂ ୨୦୧୪ କ୍ୟାଡେଟ୍‌ ଏସିଆନ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିଲେ। ବିଶ୍ୱ ରେସଲିଂ ଚାମ୍ପିୟନଶିପ୍‌ର ଚଳିତ ସଂସ୍କରଣରେ ଭାରତର ଏହା ପ୍ରଥମ ପଦକ ଥିଲା। ବିଶ୍ୱ ରେସଲିଂ ପ୍ରତିଯୋଗିତାରେ କିନ୍ତୁ ଭାରତର ଏହା ମୋଟ୍‌ ଉପରେ ୫ମ ରୌପ୍ୟ ପଦକ। ପୂର୍ବରୁ ବଜରଙ୍ଗ ପୁନିଆ (୬୫ କିଗ୍ରା), ବିନୋଦ କୁମାର (୭୦ କିଗ୍ରା) ଓ ରିତୁ ଫୋଗତ୍‌ (୪୮ କିଗ୍ରା) ଏହି ସମ୍ମାନଜନକ ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ ରୌପ୍ୟ ପଦକ ହାସଲ କରିଥିଲେ। ଗତ ବର୍ଷ ରବି ଦାହିୟା (୫୭ କିଗ୍ରା) ଏକମାତ୍ର ଭାରତୀୟ ରେସଲର୍‌ ଭାବେ ପଦକ (ରୌପ୍ୟ) ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡବ୍ଲୁଟିଏସି ଫାଇନାଲ: ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ସ୍ବାସ୍ଥ୍ୟ ଅପ୍‌ଡେଟ ଦେଲେ ଏହି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର

ନୂଆଦିଲ୍ଲୀ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ୧୬ତମ ସିଜନ ଶେଷ ହେବା ସହିତ ଏବେ ସମସ୍ତଙ୍କ ନଜର ଅନ୍ତର୍ଜାତୀୟ କ୍ରିକେଟ ଉପରେ ରହିଛି। ଇଂଲଣ୍ଡ...

କୋହଲିଙ୍କ ଡୁପ୍ଲିକେଟ୍‌ ହଲିଉଡ୍‌ ଷ୍ଟାର

ମୁମ୍ବାଇ,୧୯।୮: ଅନେକ ସମୟରେ ଶୁଣିବାକୁ ମିଳେ ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କ ୭ ଜଣ ଡୁପ୍ଲିକେଟ୍‌ ବିଶ୍ୱରେ କେଉଁଠି ନା କେଉଁଠି ରହିଥାନ୍ତି। ସେହିଭଳି ଭାରତୀୟ କ୍ରିକେଟ...

ଆଜିର ଦିନରେ ହୋଇଥିଲା ଛ’ ଛକାର ରେକର୍ଡ, ଟୁଇଟ୍‌ କଲେ ଯୁବି

ନୂଆଦିଲ୍ଲୀ,୧୯।୯: ଆଜିକୁ ଠିକ ୧୨ ବର୍ଷ ତଳେ ଯୁବରାଜ ସିଂ (ଯୁବି) ଗୋଟିଏ ଓଭରରେ ଛ’ ଛକା ଲଗାଇଥିଲେ। ଟି୨୦ ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟରେ ଭାରତକୁ...

ଆଇପିଏଲକୁ ନେଇ ଅନିଶ୍ଚିତତା ବଢ଼ିଲା

ନୂଆଦିଲ୍ଲୀ, ୧୫।୪- କରୋନା ଭାଇରସ ସଂକ୍ରମଣ ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁବଢ଼ାଇବାପରେ ଇଣ୍ଡିଆନ ପ୍ରିିମିୟର...

ଏବେ ଘାସ କାଟୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

କରୋନା ଯୋଗୁ ୨୯ଟି ମ୍ୟାଚ ପରେ ଆଇପିଏଲର ୧୪ତମ ସିଜନ ସ୍ଥଗିତ ରଖାଯାଇଥିଲା। ପରେ ଖେଳାଳିମାନେ ତାଙ୍କ ଘରକୁ ଫେରି ଯାଇଥିଲେ। ଏବେ ଭାରତୀୟ ଖେଳାଳିମାନେ...

ବଦଳିଲା ଆଇପିଏଲ୍‌ ନିୟମ

ନୂଆଦିଲ୍ଲୀ,୨୨।୩: ଆଇପିଏଲ୍‌ ୨୦୨୩ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। ମାର୍ଚ୍ଚ ୩୧ରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଦୁଇ ମାସ ଧରି ହେବାକୁ ଥିବା ଏହି...

ଟିମ ଇଣ୍ଡିଆର ସବୁ ଖେଳାଳି ପାସ୍‌ କଲେ ୟୋ-ୟୋ ଟେଷ୍ଟ

ନୂଆଦିଲ୍ଲୀ,୨୫।୮: ଏସିଆ କପ ୨୦୨୩ ପୂର୍ବରୁ ବେଙ୍ଗାଲୁରୁର ଅଲୁର କ୍ରିକେଟ ଗ୍ରାଉଣ୍ଡରେ ଅଗଷ୍ଟ ୨୪ରୁ ଭାରତୀୟ ଖେଳାଳି ୬ ଦିନିଆ ଅଭ୍ୟାସ କ୍ୟାମ୍ପ ଆରମ୍ଭ ହୋଇଛ।...

ଚର୍ଚ୍ଚାରେ ଥିଲା ରୋହିତଙ୍କ ଏହି ବିବାଦୀୟ ଆଚରଣ: ଅନୁଷ୍କାଙ୍କ ବିରୋଧରେ ଦିଆଯାଇଥିବା ବକ୍ତବ୍ୟକୁ…

ନୂଆଦିଲ୍ଲୀ,୩।୭: ୨୦୧୮ରେ ଇଂଲଣ୍ଡ ଗସ୍ତରେ ଯାଇଥିଲା ଭାରତୀୟ ଟିମ୍‌। ସେତେବେଳେ ବିବାଦରେ ଫସିଥିଲେ ଅଭିନେତ୍ରୀ ତଥା ସେତେବେଳେ ବିରାଟଙ୍କ ପ୍ରେମିକା ଥିବା ଅନୁଷ୍କା ଶର୍ମା। ଟିମ୍‌...

Advertisement
Archives

Model This Week