ବିଶ୍ୱର ଆଦି ଭାଷା ସଂସ୍କୃତ: କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ସଂସ୍କୃତ ଭାଷଣରେ କମ୍ପିଲା ସଂସଦ

ବାଲେଶ୍ୱର ଅଫିସ, ୧୫।୧୨-ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗତ ଗୁରୁବାର ଲୋକସଭାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଲ୍‌ ଉପରେ ଆଲୋଚନା ସମୟରେ ସଂସ୍କୃତ ଭାଷାରେ ନିଜ ବକ୍ତବ୍ୟ ରଖିଥିଲେ। ସଂସ୍କୃତ ଭାଷାକୁ ବିଶ୍ୱର ଆଦି ଭାଷା ଭାବେ ବର୍ଣ୍ଣନା କରି ସେ ସଂସ୍କୃତ ଶ୍ଳୋକ ଓ ଦୃଷ୍ଟାନ୍ତ ମାଧ୍ୟମରେ ମତ ଉପସ୍ଥାପନ କରିବାରୁ ସାରା ଗୃହ କମ୍ପି ଉଠିଥିଲା। ବହୁ ସଦସ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ ଜଣାଇ ତାଳି ମାଡ କରିଥିଲେ। କେନ୍ଦ୍ରରାଷ୍ଟ୍ର ମନ୍ତ୍ରୀ ଷଡଙ୍ଗୀ କହିଥିଲେ, ସଂସ୍କୃତ କେବଳ ଭାରତର ନୁହେଁ, ଏହା ସମଗ୍ର ବିଶ୍ୱରେ ପ୍ରଚଳିତ ସମସ୍ତ ଭାଷାର ଜନନୀ। ‘ପିତା’ ଶବ୍ଦକୁ ‘ଫାଦର’, ‘ମାତା’ ଶବ୍ଦକୁ ‘ମଦର’, ‘ଭ୍ରାତା’ ଶବ୍ଦକୁ ‘ବ୍ରଦର’, ‘ମାନବ’ ଶବ୍ଦକୁ ‘ମ୍ୟାନ’, ‘ନାମ’ ଶବ୍ଦକୁ ‘ନେମ’ ବିଦେଶରେ ବ୍ୟବହାର ହେଉଥିବା ଏମିତି ଅନେକ ଶବ୍ଦ ରହିଛି ଯାହା ସଂସ୍କୃତ ଶବ୍ଦରୁ ଜାତ ହୋଇଛି। ଗ୍ରୀକ୍‌, ଲାଟିନ୍‌ ଓ ଆଂଗ୍ଲୋ ଭଳି ପାଶ୍ଚାତ୍ୟ ଭାଷା ସହ ଭାରତର ମୂଳ ଭାଷା ସଂସ୍କୃତର ଅନେକ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ। ସେ ତାଙ୍କ ବକ୍ତବ୍ୟରେ ବେଦରୁ ଉପନିଷଦ, କାଶ୍ମୀରରୁ କନ୍ୟାକୁମାରୀ ଯାଏ ବିଭିନ୍ନ ତଥ୍ୟର ଅବତାରଣା କରି ସଂସ୍କୃତ ଭାଷା ସପକ୍ଷରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ସେ ଆହୁରି କହିଥିଲେ, ସଂସ୍କୃତ ହେଉଛି ଭାରତର ପ୍ରାଣ ବିନ୍ଦୁ। ସଂସ୍କୃତ ବିନା ଭାରତବର୍ଷର କଳ୍ପନା କରିବା ଅସମ୍ଭବ। ଏଥିଲାଗି ସମସ୍ତେ ସଂସ୍କୃତ ଓ ‘ପାଣିନି ବ୍ୟାକରଣ’ ପଢ଼ିବାର ଆବଶ୍ୟକତା ରହିଛି। ଏହି ଭାଷା ସାରା ବିଶ୍ୱରେ ଗ୍ରହଣୀୟ ବୋଲି ସେ କହିଥିଲେ। ପ୍ରତାପ ଅନର୍ଗଳ ଭାବେ ସଂସ୍କୃତ ଭାଷାରେ ବକ୍ତବ୍ୟ ରଖି ଶ୍ଳୋକ ଉଚ୍ଚାରଣ କରିବା ସମୟରେ ଗୃହର ସମସ୍ତ ସଦସ୍ୟ ଏକାଗ୍ରତାର ସହ ତାଙ୍କ ଭାଷଣ ଶୁଣୁଥିବା ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ଷଡଙ୍ଗୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ଗୃହରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ବିତର୍କ ହେବା ବେଳେ ସେ ସଂସ୍କୃତ ଭାଷାରେ ଓଡ଼ିଶାର ବରପୁତ୍ର ଉତ୍କଳମଣି ଗୋପବନ୍ଧୁ, ବୀର ସୁରେନ୍ଦ୍ର ସାଏ ଓ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଗାଥା ଉପସ୍ଥାପନ କରି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଅଛି, ନେଟଓ୍ବର୍କ ନାହିଁ: ଅପହଞ୍ଚ ଇଲାକାରେ ମୋବାଇଲ ଫୋନ ସେବା ବିଚ୍ଛିନ୍ନ

ଲେଫ୍ରିପଡା,୧୦।୧(ଡି.ଏନ.ଏ) -ସୁନ୍ଦରଗଡ ଜିଲା ଲେଫ୍ରିପଡା ବ୍ଲକ୍‌ ଅନ୍ତର୍ଗତ ରାଜବାହାଲ ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ। ଏହା ଦୁର୍ଗମ ପାହାଡି ଅଞ୍ଚଳରେ ରହିଥିବା ବେଳେ...

ଘଷିପୁରାରେ ବଦ୍ରି ୭୦୬୪ ଭୋଟ ଆଗରେ

ଆନନ୍ଦପୁର/ ହାଟଡିହୀ(ସ୍ବ.ପ୍ର/ଡି.ଏନ.ଏ),୨୩।୫: କେନ୍ଦୁଝର ଜିଲାର ବହୁ ଚର୍ଚ୍ଚିତ ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଦ୍ୱାଦଶ ପର୍ଯ୍ୟାୟ ଭୋଟ ଗଣତି ସରିଛି। ବିଜେଡିର ବଆନନ୍ଦପୁର/ ହାଟଡିହୀ(ସ୍ବ.ପ୍ର/ଡି.ଏନ.ଏ),୨୩।୫: କେନ୍ଦୁଝର...

ସାନଘାଗରା ନିକଟରେ ୧୬ ଟିକିଆ ହାତୀପଲ

କେନ୍ଦୁଝର,୮ା୪ (ସ୍ବ.ପ୍ର.) ପ୍ରସିଦ୍ଧ ସାନଘାଗରା ଜଳ ପ୍ରପାତକୁ ପର୍ଯ୍ୟଟକଙ୍କ ଆଗମନ ବଢୁଛି। ଜଳପ୍ରପାତ ବୁଲିବା ସହ ପ୍ରାକୃତିକ ପରିବେଶ ଓ ବୋଟିଂର ମଜା ଉଠାଉଛନ୍ତି। ତେବେ...

ଘରେ କେହି ନ ଥିବା ସୁଯୋଗରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ

ବସ୍ତା, ୫।୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ସିଂଲା ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏହି ଥାନା ଅଞ୍ଚଳର ଜନୈକା...

ବିନା ହେଲମେଟ୍‌ରେ ପୋଲିସ:ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଟକ ଅଫିସ,୪ା୩ – ପୋଲିସ ପକ୍ଷରୁ ଟ୍ରାଫିକ ନିୟମ କଡାକଡି କରାଯାଇଛି। ନିୟମ ଭାଙ୍ଗୁଥିବା ଗାଡି ଚାଳକଙ୍କୁ ନିସ୍ତାର ନାହିଁ। ନିୟମ ଉଲ୍ଲଂଘନକାରୀଙ୍କୁ ପୋଲିସ ଗୋଡାଇ...

ଦାୟିତ୍ୱ ଗ୍ରହଣ କଲେ ନବନିର୍ବାଚିତ ସରପଞ୍ଚ

କେସିଙ୍ଗା,୧୬ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପିଇଓ ଉଗ୍ରସେନ ଗୌଡ଼ଙ୍କ ଉପସ୍ଥିତିରେ ଝରଣା ବାଗ ବୁଧବାର ସରପଞ୍ଚ ଦାୟିତ୍ୱ ଗ୍ରହଣ...

ରାଜ୍ୟରେ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ସୋମବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୫୩ କୁ ବୃଦ୍ଧି ପାଇଛି। କେବଳ...

୪ ସହରରେ ସଂକ୍ରମଣ ବଢ଼ୁଛି

ଭୁବନେଶ୍ୱର, ୧୨ା୭(ବ୍ୟୁରୋ):ରାଜ୍ୟରେ ଏବେ କରୋନା ଉପରମୁହାଁ ରହିଛି। ୪ଟି ସହରରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଭୁବନେଶ୍ୱର, କଟକ, ପୁରୀ ଏବଂ ରାଉରକେଲାରେ କରୋନା ସଂକ୍ରମଣ ବଢ଼ୁଥିବା...

Advertisement
Archives

Model This Week