ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଘେରିଲେ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୨୫ା୬- ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ବିବିଏଲଏଲବି ପାଠ୍ୟକ୍ରମ ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗ ହୋଇଛି ା ୫ ବର୍ଷିଆ ପାଠ୍ୟକ୍ରମରେ ନିୟମିତ ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନରେ ବାରମ୍ବାର ଅବହେଳା କରାଯାଉଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ପାଠକ୍ରମ ପରୀକ୍ଷା ପରିଚାଳନାରେ କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଉଛି ା ସୋମବାର ଛାତ୍ରୀଛାତ୍ରମାନେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳସଚିବ ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ଘେରାଉ କରିଥିଲୋ
ବର୍ଷରୁ ଊର୍ଦ୍ଧ୍ୱ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଡିଗ୍ରୀ ଓ ସ୍ନାତକୋତ୍ତର ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନରେ ବିଳମ୍ବକୁ ନେଇ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ା ଗଞ୍ଜାମ ଆଇନ ମହାବିଦ୍ୟାଳୟର ବିବିଏଲ୍‌ଏଲ୍‌ବି ପାଠ୍ୟକ୍ରମ ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନରେ ବିଳମ୍ବ ଅଭିଯୋଗ ହୋଇଛି ା ଛାତ୍ରୀଛାତ୍ରଙ୍କ କହିବାନୁଯାୟୀ, ୨୦୧୫-୧୬ ଶିକ୍ଷାବର୍ଷରୁ ବିବିଏଲ୍‌ଏଲ୍‌ବି ପାଠ୍ୟକ୍ରମରେ ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ଅଧ୍ୟୟନ କରି ଆସୁଥିବା ଛାତ୍ରୀଛାତ୍ରଙ୍କ ପାଠ୍ୟକ୍ରମ ୨୦୨୦ରେ ଶେଷ ହେବ ା ଶିକ୍ଷା ଶେଷ ହେବାକୁ ଆଉମାତ୍ର ବର୍ଷେ ବାକି ଥିବା ବେଳେ ୮ ସେମିଷ୍ଟର ପରୀକ୍ଷା ପରିବର୍ତ୍ତେ ମାତ୍ର ୫ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହୋଇଛି। ସେଥିମଧ୍ୟରୁ ମାତ୍ର ପ୍ରଥମ, ଦ୍ୱିତୀୟ, ତୃତୀୟ ସେମିଷ୍ଟର ପରୀକ୍ଷାଫଳ ପ୍ରକାଶ ପାଇଛି ା ଚତୁର୍ଥ ସେମିଷ୍ଟର ପରୀକ୍ଷା ବର୍ଷେ ବିତିଥିବା ବେଳେ ପଞ୍ଚମ ସେମିଷ୍ଟର ପରୀକ୍ଷାକୁ ମଧ୍ୟ ୭ମାସ ବିତିଛି ା ତଥାପି ଫଳ ପ୍ରକାଶ କରାଯିବା ଦିଗରେ କୌଣସି ଗୁରୁତ୍ୱ ଦିଆଯାଉ ନାହିଁ। ଅନ୍ୟପକ୍ଷରେ ପାଠ୍ୟକ୍ରମର ଚତୁର୍ଥ ବର୍ଷ ଶେଷ ହୋଇଥିବାରୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ସମାଧାନ କରିବା ପରିବର୍ତ୍ତେ କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରସ୍ପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ା ଫଳରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି ା ଏ ଦିଗରେ ବାରମ୍ବାର କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ତାହା କେବଳ ପ୍ରତିଶ୍ରୁତିରେ ସୀମିତ ରହିଥିବା ଛାତ୍ରୀଛାତ୍ରମାନେ କହିଛନ୍ତି ା
୨୦୨୦ରେ ଶିକ୍ଷା ସମାପ୍ତ ପୂର୍ବରୁ ସମସ୍ତ ସେମିଷ୍ଟର ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନ ଦିଗରେ ପଦକ୍ଷେପ ଗ୍ରହଣ କରା ନ କଲେ ଛାତ୍ରୀଛାତ୍ରମାନେ ଅନିର୍ଦ୍ଦିଷ୍ଟ କାଳପାଇଁ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଶୁଣାଇଛନ୍ତି ା
ପ୍ରତିବାଦରେ ଛାତ୍ରୀଛାତ୍ରମାନେ ସୋମବାର କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। କୁଳସଚିବ ରଞ୍ଜନ ବିଶ୍ୱାଳ ଓ ପରୀକ୍ଷା ନିୟନ୍ତ୍ରକ ଦାୟିତ୍ୱରେ ଥିବା ଡ. ସିଦ୍ଧାର୍ଥ ଶଙ୍କର ପଣ୍ଡା ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରିଥିଲେ ା ଆସନ୍ତା ୩ଦିନ ମଧ୍ୟରେ ଚତୁର୍ଥ, ଷଷ୍ଠ, ଅଷ୍ଟମ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ କରାଯିବ ା ସପ୍ତାହକ ମଧ୍ୟରେ ବାକି ଥିବା ସେମିଷ୍ଟର ଫର୍ମପୂରଣ ତାରିଖ ଘୋଷଣା କରାଯିବ ା ବଳକା ସେମିଷ୍ଟର ପରୀକ୍ଷା ଓ ତା’ ର ଫଳ ୨୦୨୦ ତଥା ଶିକ୍ଷାଶେଷ ପୂର୍ବରୁ ପ୍ରକାଶ କରିବାକୁ ଉଦ୍ୟମ କରିବାକୁ ପରୀକ୍ଷା ନିୟନ୍ତ୍ରକ ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ପାଇଁ ଯଦି ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ ବାତିଲ ହୋଇଯାଏ, ତେବେ କିଏ ସ୍ବର୍ଣ୍ଣ ପଦକ ପାଇବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ପାଇଁ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି। ପ୍ରଶଂସକମାନେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାକୁ ଉତ୍ସାହର ସହ…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ବୁଧ-ଶନିଙ୍କ ଷଡାଷ୍ଟକ ଯୋଗରେ ୪ ରାଶିଙ୍କ ଉପରେ ଭାଙ୍ଗିପଡିବ ଦୁଃଖର ପାହାଡ଼, ଘଟିପାରେ ବଡ଼ ଦୁର୍ଘଟଣା, ରୁହନ୍ତୁ ସାବଧାନ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୯ ଅକ୍ଟୋବର ୨୦୨୬ରେ ବୁଧ ଓ ଶନି ପରସ୍ପରଠାରୁ ୧୫୦ ଡିଗ୍ରୀ କୋଣରେ ଅବସ୍ଥିତ ରହିବେ। ଏହା ଫଳରେ ଷଡାଷ୍ଟକ ଯୋଗ…

ଟ୍ରେନ୍‌ ଟ୍ରାକ୍‌ ମରାମତି ଯାଞ୍ଚବେଳେ ଟ୍ରାକ୍‌ମ୍ୟାନଙ୍କୁ ଧକ୍କାଦେଲା ଦ୍ରୁତଗାମୀ ଇଣ୍ଟରସିଟି, ଚାଲିଗଲା ଜୀବନ

ଛତ୍ରପୁର,୨ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ରେଳ ଟ୍ରାକ୍‌ ରକ୍ଷଣାବେକ୍ଷଣ କାମ ଚାଲିଥିବା ସମୟରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା। ଟ୍ରାକ୍‌ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍‌ ଧକ୍କାରେ ଟ୍ରାକ୍‌ମ୍ୟାନଙ୍କ…

ପ୍ରଧାନମନ୍ତ୍ରୀ ମୋଦି, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ସମସ୍ତେ ହାତ ଯୋଡ଼ି ପରସ୍ପରକୁ ଅଭିବାଦନ ଜଣାଇଲେ; ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ଶାସକ ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ଟଣାଓଟରା ଚାଲିଥିବା ବେଳେ ଶୁକ୍ରବାର ସଂସଦ ଭବନରୁ ଏକ ଆକର୍ଷଣୀୟ ଭିଡିଓ ସାମ୍ନାକୁ ଆସିଛି। ମହାତ୍ମା ଗାନ୍ଧୀ…

ଗିଲ୍‌ ମାରିବେ ୧୦ ଦ୍ୱିଶତକ: ଭବିଷ୍ୟବାଣୀ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ଆଜିକାଲି ଜବରଦସ୍ତ ଫର୍ମରେ ଅଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ତାଙ୍କ ବ୍ୟାଟ୍‌ରୁ ଏହାର ପ୍ରମାଣ ମଧ୍ୟ…

ଗୁଡ଼ାରୀରୁ ଭୁବନେଶ୍ୱର ସିଧାସଳଖ ସରକାରୀ ବସ୍‌ ଦାବି: ଗାନ୍ଧୀ ଜୟନ୍ତୀରେ ସାଇକେଲ ଯାତ୍ରା ଆରମ୍ଭ କଲେ ପ୍ରମୋଦ

ରାୟଗଡା/ଗୁଣପୁର,୨।୧୦(ଜଗନ୍ନାଥ ଗୌଡ/ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ ଚଳାଚଳ ଦାବିରେ ଶୁକ୍ରବାର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ପ୍ରମୋଦ ପତି। ଗୁଡ଼ାରୀରୁ…

Video: ‘ଶିବାଜୀ ପାର୍କ, ଶିବାଜୀ ପାର୍କ…’ ଡାକି ଅଟୋ ଡ୍ରାଇଭର ସାଜିଲେ ଅଭିଜିତ ଦୀପକେ, କେଉଁ ବାର୍ତ୍ତା ଦେବାକୁ ଚାହୁଁଥିଲେ CJP ମୁଖ୍ୟ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଅକ୍ଟୋବର ୨ ଅପରାହ୍ନ ୪ଟାରେ ମୁମ୍ବାଇରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି। ଏହି ବିକ୍ଷୋଭ ଶିବାଜୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?