Posted inଫୁରସତ

ବିଲେଇଙ୍କ ଫ୍ୟାଶନ ଶୋ’

ପ୍ରତିଦିନ ଦୁନିଆରେ ବିଭିନ୍ନ ପ୍ରକାରର ଫ୍ୟାଶନ ଶୋ’ ଆୟୋଜିତ ହୋଇଥାଏ। କିନ୍ତୁ କେବେ ବିଲେଇଙ୍କ ଫ୍ୟାଶନ ଶୋ ସମ୍ପର୍କରେ ଶୁଣିଛନ୍ତି? ଆମେରିକାର ନ୍ୟୁୟର୍କ ସହରରେ ପ୍ରତିବର୍ଷ ବିଲେଇମାନଙ୍କ ପାଇଁ ଆୟୋଜିତ ହୋଇଥାଏ ଫ୍ୟାଶନ ଶୋ। ଏହି ଶୋ’ରେ ବିଲେଇମାନେ ପ୍ରୋଫେଶନାଲ ଡିଜାଇନରଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ଲୋକଙ୍କ ମନୋରଞ୍ଜନ କରିଥାନ୍ତି। ଆଲଗୋନଙ୍କ୍ବିନ୍‌ ହୋଟେଲରେ ଆୟୋଜିନ ଏହି ନିଆରା ଫ୍ୟାଶନ ଶୋରେ ଚଳିତ ବର୍ଷ ଗୋଲାପି ଶୁଟ ଏବଂ ପଗଡି ପରିହିତ ‘ସେକି’ ନାମକ ଏକ ବିଲେଇ ନିଜର ମାଲିକଙ୍କ ସହ ଏହି ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିଥିଲା। ସେହିଭଳି କଳାଧଳା ରଙ୍ଗର ‘ବଲ୍‌ବୋ’ ନାମକ ଏକ ବିଲେଇ ଆମେରିକାନ୍‌ ଫ୍‌ଲାଗ ପ୍ରିଣ୍ଟର ଏକ ପାଇଜାମା ଏବଂ ଏକ ଚଷମା ପରିଧାନ କରି ର଼୍ୟାମ୍ପ ଓ୍ବାକ୍‌ କରୁଥିବାର ନଜର ଆସିଥିଲା। ଏହିଭଳି ବିଭିନ୍ନ ଦେଶର ଅନେକ ପ୍ରଜାତିର ବିଲେଇ ଭଳିକି ଭଳି ଡିଜାଇନର ପୋଷାକ ପରିଧାନ କରି ନିଜ ମାଲିକଙ୍କ ସହ ର଼୍ୟାମ୍ପ ଓ୍ବାକ କରିଥିଲେ। ତେବେ ପ୍ରାଣୀମାନଙ୍କ ଲାଗି କାର୍ଯ୍ୟ କରୁଥିବା ସ୍ବୟଂସେବକ ସଂସ୍ଥାମାନଙ୍କ ଲାଗି ପାଣ୍ଠି ସଂଗ୍ରହ କରିବା ଏହି ଫ୍ୟାଶନ ଶୋର ମୁଖ୍ୟ ଉଦ୍ଦେଶ୍ୟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri