ବିଲରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର: ଚୋରି ଟଙ୍କା ଭାଗବଣ୍ଟାକୁ ନେଇ ହତ୍ୟା ସନ୍ଦେହ

ଖଲ୍ଲିକୋଟ,୧୪ା୧୨(ଡି.ଏନ.ଏ.)- ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ତୁଳସୀପୁର ଗ୍ରାମ ନିକଟ ମୁଗ ବିଲରେ ଶୁକ୍ରବାର ଅପରାହ୍ନରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ଖଲ୍ଲିକୋଟ ଥାନାକୁ ଜଣାଇଥିଲେ। ପୋଲିସ ପହଞ୍ଚତ୍ ସନ୍ଧ୍ୟାରେ ମୃତଦେହ ଜବତ କରି ସ୍ଥାନୀୟ ମେଡିକାଲକୁ ନେଇଥିଲା। ମୃତ ଯୁବକ ଜଣକ ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳର ବସନ୍ତ ସାହୁ (୨୫)। ମୃତଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ରହିଛି। ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ମୃତଦେହ ନିକଟରୁ କେତେଗୁଡ଼ିଏ ବ୍ଲେଡ ପୋଲିସ ଜବତ କରିଛି।
ପୋଲିସର ସୂଚନା ଅନୁଯାୟୀ, ବସନ୍ତ ଗୁରୁବାର ତାଙ୍କ ସାଙ୍ଗ ତୁଳସୀପୁର ଗ୍ରାମର କାଳୁ ପ୍ରଧାନ (୨୦)ଙ୍କ ଘରକୁ ଆସିଥିଲେ। ସନ୍ଧ୍ୟାରେ ଉଭୟେ ବିଲମାଳକୁ ଯାଇଥିଲେ। ସେଠାରେ ଚୋରି ଟଙ୍କା ଭାଗବଣ୍ଟାକୁ ନେଇ ପାଟିତୁଣ୍ଡ ହୋଇଥିବା ପୋଲିସ ଅନୁମାନ କରୁଛି। ଗୁରୁବାର ରାତିରେ କାଳୁ ପ୍ରଧାନଙ୍କ ବେକ ଧାରୁଆ ବ୍ଲେଡରେ କଟିଥିବାରୁ ସେ ମଧ୍ୟ ଖଲ୍ଲିକୋଟ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏନେଇ ପୋଲିସ କାଳୁଙ୍କୁ ପଚରାଉଚରା କରୁଛି।
ପ୍ରକାଶ ଯେ, ପୂର୍ବରୁ ବ୍ରହ୍ମପୁର ଜିଆର୍‌ପି ଏକ ଲୁଟ୍‌ ଘଟଣାରେ ବସନ୍ତ ଓ କାଳୁଙ୍କୁ ଗିରଫ କରିଥିଲା। ପରେ ଉଭୟେ ଜାମିନରେ ଆସିଥିଲେ। ଚୋରି ଟଙ୍କା ଭାଗ ବଣ୍ଟାକୁ ନେଇ ଏହି ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଖବର ଲେଖା ସୁଦ୍ଧା ବସନ୍ତଙ୍କ ଘର ଲୋକେ ପହଞ୍ଚତ୍ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ସମ୍ପର୍କକୁ ନେଇ ଦେହରେ ନିଆଁ ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା

ଗଞ୍ଜାମ, ୨୮।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଞ୍ଚଳରେ ଶୁକ୍ରବାର ଜଣେ ନାବାଳିକା କଲେଜ ଛାତ୍ରୀ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ l...

ଡ୍ୟୁଟିରେ ଥିବାବେଳେ ଛତ୍ରପୁର ବ୍ଲକ ଜେଇଙ୍କୁ କରୋନା: ଜାଣନ୍ତୁ କିପରି ହେଲେ ଆକ୍ରାନ୍ତ

ଛତ୍ରପୁର,୩୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ଜେଇ ଜୟସେନ ବେହେରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ କରୋନା ମୁକାବିଲା ଡ୍ୟୁଟିରେ ଥିବାବେଳେ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି...

ଧୂପକାଠି ଫ୍ୟାକ୍ଟ୍ରି ନାଁରେ ୩ ଲକ୍ଷ ଠକେଇ

ଦିଗପହଣ୍ଡି,୨୦ା୯(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବମକେଇ ଗଁାରେ ଧୂପକାଠି ଫ୍ୟାକ୍ଟ୍ରି ପ୍ରତିଷ୍ଠା କରାଇ ଦେବା ନଁାରେ ଜଗନ୍ନାଥ ପ୍ରଧାନଙ୍କଠାରୁ ବ୍ରହ୍ମପୁର ସହରର ଜଣେ ବ୍ୟକ୍ତି ପ୍ରାୟ ୩...

ରଥ ଟଣା ବନ୍ଦ: ରୀତିନୀତି ରେ ପୂଜା ପାଇଲେ ୩ ଠାକୁର

ପୁରୁଷୋତ୍ତମପୁର,୧୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ରଥଯାତ୍ରା ବନ୍ଦ ହୋଇଯାଇଥିବା ବେଳେ କେବଳ ପରମ୍ପରା ଅନୁସାରେ ରୀତିନୀତି ରେ ପୂଜାର୍ଚ୍ଚନା କରାଯାଇଛି। ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି...

୧୦ ହଜାର ଲାଞ୍ଚ: ଭିଜିଲାନ୍ସ ଜାଲରେ, ବନରକ୍ଷୀ, ରାତ୍ର ଜଗୁଆଳି

ବ୍ରହ୍ମପୁର ଅଫିସ/ସୋରଡା(ଡି.ଏନ.ଏ.), ୨୮ା୫-ଗଞ୍ଜାମ ଜିଲା ସୋରଡ଼ା ବନଖଣ୍ଡ ଅଧୀନରେ ଥିବା ପିପଳପଙ୍କା ବନରକ୍ଷୀ ବିଷ୍ଣୁପ୍ରିୟା ଦାଶ ଜଣେ ଆଦିବାସୀଙ୍କ ନାମରେ ମାମଲା ରୁଜୁ ନ କରିବା...

ଶିକୁଳାରେ ଫୁଟିଲା ଗୁଳି: ଯୁବକଙ୍କୁ ହତ୍ୟା ଉଦ୍ୟମ

ପୁରୁଷୋତ୍ତମପୁର,୨୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରବିବାର ସକାଳେ ନିରଞ୍ଜନ ମହାରଣା ଓରଫ କୋକି ନାମକ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି...

ଅଗ୍ନିକାଣ୍ଡରେ ଜଣଙ୍କ ଘର ଧୂଳିସାତ

ବେଗୁନିଆପଡା,୩।୬(ଡି.ଏନ.ଏ.)-ରବିବାର ବିଳମ୍ବିତ ରାତିରେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତର ଓଡ଼ନଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗ୍ରାମର ଜଣଙ୍କ ଘର ନିଆଁରେ ପୋଡି ସମ୍ପୂର୍ଣ ଧ୍ୱଂସ...

ଭୋଟ ଗଣତି ପାଇଁ ପ୍ରସ୍ତୁତି: ଜିଲାପାଳ,ଏସ୍‌ପି ଭଞ୍ଜନଗର କେନ୍ଦ୍ର ପରିଦର୍ଶନ କଲେ

ଭଞ୍ଜନଗର,୨୦।୫(ଡି.ଏନ.ଏ.)-ଆସନ୍ତା ୨୩ ତାରିଖରେ ଭୋଟ ଗଣତି କରାଯିବ। ଏଥିପାଇଁ ଭୋଟଗଣତି କେନ୍ଦ୍ର ଗୁଡ଼ିକରେ ପ୍ରସ୍ତୁତି ଚାଲିଛି। ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ଆସିକା, ସୋରଡ଼ା...

Advertisement
Archives

Model This Week