ଜଳେଶ୍ୱର/ବାଲିଆପାଳ, ବସ୍ତା, ୯।୨(ସ୍ବ.ପ୍ର)- ବାଲେଶ୍ୱର ଜିଲା ୩ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ମୋଟ ୯ ବଖରା ଜଳିଯିବା ସହ ଗୃହପାଳିତ ପ୍ରାଣୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ଜଳେଶ୍ୱର ବ୍ଲକ ଭଣ୍ଡାରୀପଲ୍ଲୀ ପଞ୍ଚାୟତ ଅସ୍ତଡ଼ିହା ଗାଁର ଶୁକ୍ରବାର ରାତିରେ ଅକସ୍ମାତ ଅଗ୍ନିକାଣ୍ଡ ଘଟି ୩ ପରିବାରଙ୍କ ଘର ଜଳିଯାଇଛି। ସମରେନ୍ଦ୍ର ସାମଲ, ରାଜୀବ ସାମଲ ଓ ସଞ୍ଜୀବ ସାମଲଙ୍କ ବାସଗୃହ ପୋଡ଼ିଯାଇଛି। ୩ ପରିବାରର ୫୦ କୁଇଣ୍ଟାଲ ଧାନ, ଆସବାବପତ୍ର, ଜିନିଷ ନଷ୍ଟ ହୋଇଥିଲା। କ୍ଷତିଗ୍ରସ୍ତ ପରିବାରବର୍ଗକୁ ସହାୟତା ଯୋଗାଇ ଦେବାକୁ ପୂର୍ବତନ ସରପଞ୍ଚ ହେମନ୍ତ କୁମାର ଗିରି ଦାବି କରିଛନ୍ତି। ବାଲିଆପାଳ ବ୍ଲକ କେନ୍ଦୁଆଡ଼ିଆ ଗ୍ରାମର ବରେନ୍ଦ୍ର ଧଳଙ୍କ ଗୁହାଳରେ ନିଆଁ ଲାଗି ତାଙ୍କ ପଡ଼ୋଶୀଙ୍କର ଏକ ବଖରା ଚାଳଘର ପୋଡ଼ି ଭସ୍ମୀଭୂତ ହୋଇଯାଇଛି।
ବାଲିଆପାଳ ବ୍ଲକ କେନ୍ଦୁଆଡ଼ିଆ ଗ୍ରାମର ବରେନ୍ଦ୍ର ଧଳ ନିଜ ଗୁହାଳରେ ଧୂଆଁ ଲଗାଇଥିଲେ। ବିଳମ୍ବିତ ରାତିରେ ଗୁହାଳରେ ନିଆଁ ଲାଗି ଗୁହାଳ ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା। ଏଥିସହିତ ତାଙ୍କର ପଡ଼ୋଶୀ ରମେଶ ଧଳଙ୍କ ଘରେ ମଧ୍ୟ ନିଆଁ ଲାଗିଯାଇ ତାଙ୍କର ଏକ ବଖରା ଚାଳିଆ ଜଳିଯାଇଛି। ଗୁହାଳରେ ବନ୍ଧା ହୋଇଥିବା ଗୋଟିଏ ବାଛୁରୀ ପୋଡ଼ି ମରିଯାଇଥିବା ବେଳେ ଅନ୍ୟ ତିନୋଟି ଗୋରୁ ପୋଡ଼ିଯାଇ ଗୁରୁତର ହୋଇଛନ୍ତି। ନିଆଁରେ ଘରେ ଥିବା ଆସବାବପତ୍ର, ଧାନ, ଚାଉଳ ଆଦି ଅନ୍ୟାନ୍ୟ ଜିନିଷପତ୍ର ଜଳିଯାଇଛି।
ବସ୍ତା ଥାନା ମୁକୁଳିଶି ପଞ୍ଚାୟତ କୁଶୁଦା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଜଳିଯିବା ସହ ବିପୁଳ କ୍ଷତି ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଗ୍ରାମର ଝଡ଼ିବନ୍ଧୁ ବିଶ୍ୱାଳ ଓ ହାଡ଼ିବନ୍ଧୁ ବିଶ୍ୱାଳଙ୍କ ଘରେ ନିଆଁ ଲାଗିଥିଲା। ନିଆଁ ଏତେ ଜୋର୍ରେ ଲାଗିଥିଲା ଯେ ତାକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଥିଲା। ଅଗ୍ନିକାଣ୍ଡରେ ଦୁଇ ବଖରା ଘର ସମେତ ଦୁଇଟି ଗୁହାଳ ମଧ୍ୟ ପୋଡ଼ିଯାଇଥିଲା। ଅଗ୍ନିକାଣ୍ଡରେ ଦୁଇଟି ଗୋରୁ, ୧୦ଟି ଛେଳି, ୩୦ଟି କୁକୁଡା, ୯୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଅମଳ ହୋଇଥିବା ଧାନ, ଦୁଇଟି ଧାନଗାଦି, ଘର ଆସବାବପତ୍ର ଲୁଗାପଟା ସମେତ ଗୃହ ଉପକରଣ ପୋଡି ଛାରଖାର ହୋଇଯାଇଥିଲା। ବସ୍ତା ଦମକଳ ବାହିନୀ ଓ ବସ୍ତା ପୋଲିସ ପହଞ୍ଚତ୍ ନିଆଁ ଲିଭାଇବାରେ ସାହାଯ୍ୟ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଗୁହାଳରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏହି ଘଟଣା ପରେ ମୁକୁଳିଶି ସରପଞ୍ଚ ପ୍ରତିନିଧି ରଞ୍ଜନ କୁମାର ଧଳ ସର୍ବସ୍ବାନ୍ତ ହୋଇଥିବା ଦୁଇ ପରିବାରଙ୍କୁ ଭେଟି ସାହାଯ୍ୟର ହାତ ବଢ଼ାଇଛନ୍ତି।
ବିଚିତ୍ରପୁର ଜଙ୍ଗଲରେ ବିରଳ ପ୍ରଜାତିର ଜୀବ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼
ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ…
ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍ କରି କହିଲେ…
ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…
ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍ଖଡ଼ି
ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…
Archives

