ବିଭିନ୍ନ ସମସ୍ୟା ସମାଧାନ ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

କୋରୁକୋଣ୍ଡା,୭।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା ପଞ୍ଚାୟତ ପୁଷ୍‌ପାଲି ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଶନିବାର ବିଭିନ୍ନ ସମସ୍ୟା ସମାଧାନ ଦାବି ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସ୍ଥାନୀୟ ସରପଞ୍ଚ ସୋମନାଥ ବାରସେଙ୍କୁ ଗ୍ରାମବାସୀ ଏକ ଦାବିପତ୍ର ପ୍ରଦାନ କରିଥିଲେ। ପାନୀୟ ଜଳର ଘୋର ଅଭାବ, ରାସ୍ତାଘାଟ ଶୋଚନୀୟ, ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ନ ମିଳିବା, ଗରିବ ହିତାଧିକାରୀ ରାଶନକାର୍ଡରୁ ବଞ୍ଚିତ ହେବା, ପିଡିଏସ୍‌ ସାମଗ୍ରୀ ବଣ୍ଟନରେ ଅନିୟମିତତା ଆଦି କରାଯାଉଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ଏହାର କୌଣସି ସମାଧାନ କରା ନ ଗଲେ ଆଦିବାସୀ ଅଧିକାର ମଞ୍ଚ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂଘ ସଭାପତି ଅର୍ଜୁନ ଲକେଇ, ସମ୍ପାଦକ ବୁଦୁ ମାଝୀ, ଘେନୁ ମୁଦୁଲି, ନିରଞ୍ଜନ ଗୁଣ୍ଠା, କିଶୋର ଗୋଲୋରୀ, ଲବ ଖିଲ ଏବଂ ଅନ୍ୟ କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ବିଶ୍ୱର ସର୍ବୋଚ୍ଚ ବାଲୁକା କଳା ସ୍ଥାପନ ଯୋଜନା

ବଲାଙ୍ଗୀର ଅଫିସ, ୧୩ା୧୧ – ବଲାଙ୍ଗୀର ଜିଲା ତୁଷରା ତହସିଲ ଅନ୍ତର୍ଗତ ପେଣ୍ଡିମୁଣ୍ଡା ନିକଟ ତେଲନଦୀ କୂଳରେ ବିଶ୍ୱର ସର୍ବୋଚ୍ଚ ବାଲୁକା କଳା ନିର୍ମାଣ କରାଯିବାର...

ସରୁନି ସାବେରି ବ୍ରିଜ୍‌ ନିର୍ମାଣ

ଏମ୍‌ଭି-୭୯,୨୭ା୩(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ମୋଟୁଠାରେ ସାବେରୀ ନଦୀ ଉପରେ ଚାଲିଥିବା ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ସରୁନାହିଁ। ନଦୀର ଉପର ମୁଣ୍ଡରେ ଚାଲିଥିବା ଏହି ବ୍ରିଜ୍‌ ନିର୍ମାଣକୁ...

ସିରିଜ୍‌ ଦୁର୍ଘଟଣା ଘଟାଇ ହେଉଥିଲେ ଫେରାର: ୩ ଯୁବକ, ଜଣେ ଯୁବତୀ ଅଟକ

ଖୋର୍ଦ୍ଧା ଅଫିସ,୨୮।୭: ମଉଜମସ୍ତିର ସୀମା ଟପିବା ଡାକି ଆଣିଛି ବିପତ୍ତି। ଫସିଛନ୍ତି ଚନ୍ଦ୍ରଶେଖରପୁର, ପଟିଆ, ଶୈଳଶ୍ରୀବିହାରର ୩ ଯୁବକ, ଜଣେ ଯୁବତୀ। ସିରିଜ୍‌ ଦୁର୍ଘଟଣା ଘଟାଇ...

କୋଭିଡ ଯୋଦ୍ଧାଙ୍କୁ ଭାଜପା ମହିଳା ମୋର୍ଚ୍ଚା ତରଫରୁ କୃତଜ୍ଞତାପତ୍ର

ରାଇକିଆ,୯ା୪(ଡି.ଏନ୍‌.ଏ.)- କରୋନା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ କଟକଣା। ଦୋକାନ ବଜାର ସବୁ ବନ୍ଦ, ରାସ୍ତା ଘାଟ ଶୁନଶାନ। ଏଭଳି ପରିସ୍ଥିତିରେ ବିଭିନ୍ନ ଜରୁରୀ ବିଭାଗର...

ଚିନ୍ତା ବଢ଼ାଇଲେଣି ପ୍ରବାସୀ: ଗଞ୍ଜାମରେ ୨ ସୁରଟ ଫେରନ୍ତାଙ୍କୁ କରୋନା

ବ୍ରହ୍ମପୁର ଅଫିସ, ୩।୫- ଗଞ୍ଜାମରୁ ୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲାକୁ ମିଶାଇ ରାଜ୍ୟରେ ଏବେ ମୋଟ ୧୬ ଜିଲା ସଂକ୍ରମିତ ତାଲିକାରେ...

ଅଲୋଡ଼ା ହୋଇଛି ବୌଦ୍ଧପୀଠ ଲାଙ୍ଗୁଡି

ଯାଜପୁର ଅଫିସ/ କାଏମା(ଡି.ଏନ.ଏ.),୬ା୧୨:ପୌରାଣିକ ଏବଂ ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଏବେ ରାଜ୍ୟ ଏବଂ ବାହାରୁ ପର୍ଯ୍ୟଟକମାନେ ଆସୁଛନ୍ତି। କିନ୍ତୁ...

୧୧ ଦୋଷୀଙ୍କୁ ଛାଡ଼ିବାକୁ କହି ନ ଥିଲୁ

ନୂଆଦିଲ୍ଲୀ,୨୬ା୮:ବହୁଚର୍ଚ୍ଚିତ ବିଲ୍‌କିସ୍‌ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କ ଦଣ୍ଡ ଛାଡ଼ କରି ଗୁଜରାଟ ସରକାର ଅଗଷ୍ଟ ୧୫ରେ ସେମାନଙ୍କୁ ଜେଲରୁ ମୁକ୍ତ...

ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର: ବାହାର ରାଜ୍ୟରୁ ଫେରି ବେଧଡ଼କ ବୁଲୁଛନ୍ତି ଦାଦନ ଶ୍ରମିକ

ଦାରିଙ୍ଗବାଡ଼ି,୨୬।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ହେଲେ ବିଭିନ୍ନ ଗାଁ ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କ ତଦାରଖ...

Advertisement
Archives

Model This Week