ବିଭିନ୍ନ ଦାବିରେ ଗ୍ରାସୀମ କମ୍ପାନୀ ଠିକା ଶ୍ରମିକଙ୍କ ଧାରଣା

ଗଞ୍ଜାମ,୧୫।୨(ଡି.ଏନ୍‌.ଏ.): ବିଭିନ୍ନ ଦାବି ନେଇ ଗଞ୍ଜାମ ସହର ନିକଟ ଗ୍ରାସୀମ କମ୍ପାନୀ ସମ୍ମୁଖରେ ଶନିବାର ଠିକା ଶ୍ରମିକ ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି। ଶତାଧିକ ମହିଳା ଓ ପୁରୁଷ ଏହି ଧାରଣାରେ ବସିଛନ୍ତି l ଏଥିସହିତ ଏକ ୭ ଦଫା ଦାବିପତ୍ର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସଂଘ ପ୍ରଦାନ କରିଛି। ଦାବିଗୁଡ଼ିକ ମଧ୍ୟରେ କମ୍ପାନୀ ଠିକା ଶ୍ରମିକଙ୍କୁ ନିଜସ୍ବ କୋଡ୍‌, ଠିକ୍‌ ସମୟରେ ଦରମା, ପୂର୍ବ ବକେୟା ପ୍ରଦାନ, ଠିକା ଶ୍ରମିକଙ୍କୁ କାଜୁଆଲ ଲେବର ମାନ୍ୟତା ଆଦି ଦାବି ଅନ୍ୟତମ। ଦାବିପୂରଣ ନ ହେଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି। ଏଥିରେ ସମ୍ପାଦକ ସୁନୀଲ କୁମାର ଦାସ, ପୂର୍ବତନ ସଭାପତି ଜୟକୃଷ୍ଣ ବାରିକ, କେ. ଉମାକାନ୍ତ ରାଓ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ପରିସ୍ଥିତି ଉତ୍ତେଜନା ଥିବାରୁ ସେଠାରେ ପୋଲିସ ମୁତୟନ ଥିବା ଦେଖିବାକୁ ମିଳିଛି । ଧାରଣା ଯୋଗୁ କମ୍ପାନୀର ଉତ୍ପାଦନ ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି l
ସୂଚନାଯୋଗ୍ୟ, ବିଭିନ୍ନ ସମସ୍ୟା ନେଇ କମ୍ପାନୀ କତୃପକ୍ଷ ଙ୍କଠାରେ ଶ୍ରମିମାନେ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଏହି ଧାରଣା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ କି.ମି. ଚାଲିଲେ ୫ ଯୁବକ

ପିପିଲି,୧୮ା୪(ଡି.ଏନ.ଏ): ଚାଲିବାକୁ ବଳ ପାଉନାହିଁ। ତଥାପି କଷ୍ଟେମଷ୍ଟେ ପାଦ ପକାଇବାକୁ ପଡ଼ୁଛି। ଭୋକ ବାଟ କଢାଇ ନେଉଛି। ଢେଙ୍କାନାଳରୁ ପିପିଲି ପାଖାପାଖି ୧୦୦ କିମି ଚାଲି...

ପୋକତୁଙ୍ଗା ହାଇସ୍କୁଲରେ ପ୍ରଥମ କରି ଲାଗିଲା ସିସି କ୍ୟାମେରା

ବନ୍ତଳା,୫।୧୧(ଡି.ଏନ.ଏ.) ବିଭିନ୍ନ ସମୟରେ ବିଦ୍ୟାଳୟରେ ଲୋକମାନଙ୍କ ଅବାଧ ପ୍ରବେଶ, ଚୋରି, ପାଠପଢାରେ ଅବହେଳା ରୋକିବା ଦିଗରେ ଠୋସ ପଦକ୍ଷେପ ନେଇଛି ଅନୁଗୋଳ ଶିକ୍ଷା ପରିଚାଳନା ଉନ୍ନୟନ...

କଟକରେ କଟକଣା ଉଲ୍ଲଂଘନ: ୨୪ ଘଣ୍ଟାରେ ୫୫ ବାଇକ ଜବତ, ୪,୩୫,୦୦୦ ଟଙ୍କା ଜରିମାନା ଆଦାୟ

କଟକ ଅଫିସ,୪।୪- କରୋନା ଭୁତାଣୁର ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି। ଏହିସବୁ କଟକଣା ଉଲଘଂନ ଅଭିଯୋଗରେ କଟକ...

ପୁଅର ଦରମା ପାଇଁ ମା’ ବାପାଙ୍କ ଆମରଣ ଅନଶନ

ଖୁଣ୍ଟା,୪ା୨(ଡ଼ି.ଏନ୍‌.ଏ.)-ପୁଅର ଦରମା ଟଙ୍କା ମଞ୍ଜୁର ପାଇଁ ମା’ବାପାଙ୍କୁ ଆମରଣ ଅନଶନରେ ବସିବାକୁ ପଡ଼ିଛି । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ...

ରିଲିଫ୍‌ ପାଣ୍ଠିକୁ ସହାୟତା

ସୋର, ୨୪ା୪(ଡି.ଏନ୍‌.ଏ.)-ସୋର ଗୋପୀନାଥପୁରସ୍ଥିତ କଳାକାର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦ ହଜାର ଟଙ୍କାର ଏକ ଡ୍ରାଫ୍ଟ ସୋର ତହସିଲଦାରଙ୍କ ଡ. ଅଶୋକ କୁମାର...

ଶାଢ଼ି ଦୋକାନରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ଚାନ୍ଦବାଲି,୧୧ା୭(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ବଜାରସ୍ଥିତ ଭାଗ୍ୟଲକ୍ଷ୍ମୀ ଫେଶନ୍‌ ଶାଢ଼ି ଦୋକାନର ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଦୋକାନରେ ଥିବା ସବୁ...

କିଶୋରନଗର ବ୍ଲକରେ ଅଘୋଷିତ ବିଦ୍ୟୁତ କାଟ, ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ

ବଇଣ୍ଡା,୬।୮ଡି.ଏନ.ଏ.)- କିଶୋରନଗର ବ୍ଲକ ଅଙ୍ଗପଡ଼ା, ତୁରୁଡ଼ା, ଆଡ଼ିକଟା, ଧରଡ଼ପାଳ, ନତଡା, କ୍ଷେତି ଅଞ୍ଚଳରେ ଗତ କିଛିଦିନ ହେବ ଅଘୋଷିତ ବିଦ୍ୟୁତ କାଟ ହେଉଛି। ଫଳରେ ଗ୍ରାହକଙ୍କ...

ବେଆଇନ ବିଲ୍‌ ଆଦାୟ ବିରୋଧରେ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ,୨୮।୫- ବାଲେଶ୍ୱର ଜିଲାର ବିଦ୍ୟୁତ୍‌ ସରବରାହ ପରିଚାଳନା ଦାୟିତ୍ୱରେ ଥିବା ନେସ୍କୋ ବିଦ୍ୟୁତ୍‌ ବିତରଣ ସଂସ୍ଥା ଉପଭୋକ୍ତାଙ୍କ ଠାରୁ ବିଦ୍ୟୁତ୍‌ ଶକ୍ତି ବ୍ୟବହାର ବାବଦରେ...


Coronavirus Update

Archives

Model This Week

Why Dharitri