Advertisement

ବିଭାଗରେ ରହୁନାହାନ୍ତି ପୌର କର୍ମଚାରୀ: ଅଭିଯୋଗକାରୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ଅନୁଗୋଳ ଅଫିସ, ୧୦।୧- ଅନୁଗୋଳ ପୌରପାଳିକାକୁ ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ସହରବାସୀ ଅନେକ ସମୟରେ ବିଭାଗୀୟ କର୍ମଚାରୀଙ୍କୁ ଅଫିସରେ ପାଉନାହାନ୍ତି। କାର୍ଯ୍ୟାଳୟ ଖୋଲାଥିଲେ ବି ବିଭିନ୍ନ ବିଭାଗର କେତେଜଣ କର୍ମଚାରୀ ତାଙ୍କ ଆସନରେ ଅଧିକାଂଶ ସମୟ ରହୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ବିଶେଷକରି ଜନ୍ମ ମୃତ୍ୟୁ ବିଭାଗରେ ଏପରି ଅବ୍ୟବସ୍ଥା ଏବେ ଅସନ୍ତୋଷର କାରଣ ହୋଇଛି। ଏ ନେଇ ପୌରନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, କର୍ମଚାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନୁଗୋଳ ପୌରପାଳିକାରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା କରାଯାଇଛି। କେତେକ ବିଭାଗରେ ସିସିଟିଭି ମଧ୍ୟ ଲଗାଯାଇଛି। କିନ୍ତୁ କେତେଜଣ ପୌର କର୍ମଚାରୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ସେମାନେ ଉପସ୍ଥାନ ପକାଇବା ପରେ ଅଧିକାଂଶ ସମୟ ଆସନରେ ରହୁନାହାନ୍ତି। ଏ ନେଇ ଅଭିଯୋଗ ନେଇ ଆସୁଥିବା ଜନସାଧାରଣ ପ୍ରଶ୍ନ କଲେ କେତେବେଳେ ସମ୍ପୃକ୍ତ କର୍ମଚାରୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଫାଇଲ ନେଇ ଯାଇଛନ୍ତି ତ ଆଉ କେତେବେଳେ ପିଡିଙ୍କ ପାଖକୁ ଯାଇଛନ୍ତି ବୋଲି ଅନ୍ୟ କର୍ମଚାରୀମାନେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳ ପ୍ରାଣୀଙ୍କୁ ସୁରକ୍ଷା ଦେବ ଡଗ୍‌ ସ୍କ୍ବାଡ୍‌

ବାରିପଦା ଅଫିସ,୩୧।୧୨-ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା ନିମନ୍ତେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାଘ ସଂଖ୍ୟା ବୃଦ୍ଧି...

ଆତ୍ମହତ୍ୟା କଲେ ସରପଞ୍ଚ ପ୍ରାର୍ଥୀଙ୍କ ଭାଇ

ଦଶରଥପୁର,୧୯।୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ଯାଜପୁର ଜିଲାରେ ଏକ ଦୁଃଖଦ ଘଟଣା ଘଟିଛି। ଭୋଟର ଛଳନା କରିଥିବା ଆଶଙ୍କାକରି...

ହାତୀ ଟ୍ରାକିଂ ପାଇଁ ଅତ୍ୟାଧୁନିକ ଥର୍ମାଲ ଡ୍ରୋନ୍‌ ବ୍ୟବହାର

କେନ୍ଦୁଝର,୩।୧୨(ସ୍ବ.ପ୍ର.): ହାତୀ ଚିହ୍ନଟ ପାଇଁ କେନ୍ଦୁଝରରେ ଅତ୍ୟାଧୁନିକ ଡ୍ରୋନ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ଥର୍ମାଲ ଡ୍ରୋନ ରାତିରେ ହାତୀର ଗତିବିଧିକୁ ଅନୁଧ୍ୟାନ କରିବା ସହିତ...

କଳାହାଣ୍ଡିରେ ପୁଣି ମାତିଲେ ଲାଲବାହିନୀ: ଗଛ କାଟି ରାସ୍ତା ଅବରୋଧ

ଭବାନୀପାଟଣା,୨୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଥୁଆମୂଳ ରାମପୁର ୪୪ ନଂ. ରାଜ୍ୟ ରାଜପଥ ଯାଖମ ନିକଟରେ ମାଓବାଦୀ ଗଛକାଟି ରାସ୍ତା ଅବରୋଧ କରିଛନ୍ତି । ଏହା...

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ

ପୁରୀ ଅଫିସ,୩।୪: ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ୍‌ ଅଫିସର ବୀର ବିକ୍ରମ ଯାଦବଙ୍କୁ ନିଯୁକ୍ତି ମିଳିଛି। ତାଙ୍କ ନିଯୁକ୍ତି ସମ୍ପର୍କରେ ଶନିବାର...

ଚାରାରୋପଣ କଲେ କେନ୍ଦ୍ରମନ୍ତ୍ରୀ

ସଜନାଗଡ଼, ୫।୬(ଡି.ଏନ.ଏ.)-ବିଶ୍ୱ ପରିବେଶ ଦିବସରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର...

ଅଭିଯୁକ୍ତ ଛାତ୍ରଙ୍କୁ ୩ ଦିନ ରିମାଣ୍ଡ

ନୟାଗଡ଼ ଅଫିସ,୨୩ା୧୨: ଏସ୍‌ଆଇଟି ସୋମବାର ଗିରଫ କରିଥିବା କଲେଜ ଛାତ୍ରଙ୍କୁ କୋର୍ଟରେ ହାଜର କରିବା ସହ ରିମାଣ୍ଡ ପାଇଁ ଆବେଦନ କରିଥିଲା। ଏଥିପାଇଁ କୋର୍ଟ ୩...

ମିଛ ଖବର ପରିବେଷଣ କରିବା ୩ ଯୁବକଙ୍କୁ ମହଙ୍ଗା ପଡ଼ିଲା

ବଲାଙ୍ଗୀର ଅଫିସ,୨୯ା୪- ବଲାଙ୍ଗୀର ଜିଲାରେ ଏ ପର୍ଯ୍ୟନ୍ତ କରୋନାରେ ସଂକ୍ରମିତ ରୋଗୀ ଚିହ୍ନଟ ହୋଇନାହାନ୍ତି। ଏହି ଜିଲାରେ ଏବେ ଗ୍ରୀନ୍‌ ଜୋନ୍‌ରେ ରହିଛି । ଏହାସତ୍ତ୍ୱେ...

Advertisement
Archives

Model This Week