ବିପର୍ଯ୍ୟସ୍ତ ଅବସ୍ଥାରେ ବଡ଼ମୂଳ ଗେଜ୍‌ ସାଇଟ୍‌ ଭିଏଚ୍‌ଏଫ୍‌ ଟାୱାର ଅଚଳ

ଗଣିଆ,୨୬ା୭(ଡି.ଏନ.ଏ.): ମହାନଦୀର ହୀରାକୁଦ ମୁଖ୍ୟ ନଦୀବନ୍ଧ ବୁର୍ଲା ଡିଭିଜନ ଅନ୍ତର୍ଗତ ବଡମୂଳ ଗେଜ ସାଇଟ୍‌ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି। ପ୍ରତିଦିନ ମହାନଦୀରେ ପ୍ରବାହିତ ଜଳ ପରିମାଣ ସମ୍ପର୍କରେ ମୁଖ୍ୟ ନଦୀବନ୍ଧ ବୁର୍ଲା କାର୍ଯ୍ୟାଳୟକୁ ସୂଚନା ଦେବା ପାଇଁ ନଦୀବନ୍ଧ ଆରମ୍ଭ ସମୟରୁ ନୟାଗଡ଼ ଜିଲା ଗଣିଆ ବ୍ଲକ ବଡମୂଳଠାରେ ଏକ ଗେଜ୍‌ ସାଇଟ୍‌ ନିର୍ମାଣ କରାଯାଇଛି। ବର୍ଷାଋତୁରେ ମହାନଦୀରେ ପ୍ରବାହିତ ବନ୍ୟାଜଳ ସମ୍ପର୍କରେ ସୂଚନା ପ୍ରଦାନ କରି ତଳିଆ ଅଞ୍ଚଳରେ ବଡଧରଣର ବନ୍ୟା ନିୟନ୍ତ୍ରଣ ପାଇଁ ଏହା ନିର୍ମାଣ କରାଯାଇଥିଲା। ଏଥିସହ ବିଭାଗୀୟ ଅଧିକାରୀଙ୍କ ରହଣି ପାଇଁ ମଧ୍ୟ ଏକ ଡାକବଙ୍ଗଳା ରହିଛି। ଡାକବଙ୍ଗଳା ରକ୍ଷଣାବେକ୍ଷଣ ଓ ପ୍ରତିଦିନ ଗେଜ ରିଡିଂ ପାଇଁ ଜଣେ ୱାକର୍‌ସ ୱାର୍କର ଓ ୨ଜଣ ଗେଜ୍‌ ରିଡରଙ୍କୁ ନିୟୋଜିତ କରାଯାଇଛି। ପ୍ରତ୍ୟହ ୩ଘଣ୍ଟା ବ୍ୟବଧାନରେ ମହାନଦୀରେ ପ୍ରବାହିତ ପାଣିକୁ ଗେଜ ରିଡିଂ ଦ୍ୱାରା ବୁର୍ଲାକୁ ସୂଚନା ପ୍ରଦାନ ପାଇଁ ଭିଏଚ୍‌ଏଫ୍‌ ଟାୱାର ନିର୍ମାଣ ହୋଇଛି। ହେଲେ ଦୀର୍ଘଦିନ ଧରି ଏହା ଅଚଳ ହୋଇପଡିଛି। ଫଳରେ ଗେଜ ରିଡରମାନେ ନିଜର ମୋବାଇଲ ଫୋନ୍‌ ଯୋଗେ ମେସେଜ୍‌ ପ୍ରଦାନ କରୁଛନ୍ତି। ଅଧିକାଂଶ ସମୟରେ ଏଠାରେ ମୋବାଇଲ୍‌ ନେଟ୍‌ୱର୍କ ରହୁ ନ ଥିବାରୁ ଗେଜ୍‌ ରିଡରମାନେ ମେସେଜ ପ୍ରଦାନ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିପ୍ରେକ୍ଷୀରେ ବର୍ଷାଋତୁରେ ମହାନଦୀର ବନ୍ୟାଜଳ କିମ୍ବା ହୀରାକୁଦ ନଦୀବନ୍ଧରୁ ଛଡାଯାଉଥିବା ବନ୍ୟାଜଳ ସମ୍ପର୍କରେ ସୂଚନା ପ୍ରଦାନରେ ଯଦି କୌଣସି ବ୍ୟତିକ୍ରମ ଦେଖାଦିଏ ତେବେ ମହାନଦୀର ତଳିଆ ଅଞ୍ଚଳରେ ବଡ ଧରଣର ବନ୍ୟା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ସେହିପରି ଡାକବଙ୍ଗଳାଟିରେ ପାନୀୟଜଳ, ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାରୁ ବୁର୍ଲା ଡିଭିଜନରୁ କୌଣସି ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ପାଦ ମଧ୍ୟ ଏଠାରେ ପଡେନାହିଁ। ପୂର୍ବରୁ ସାତକୋଶିଆ ଗଣ୍ଡକୁ ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକ, ରାଜନେତା ତଥା ସରକାରୀ ବାବୁମାନେ ଏହି ଡାକବଙ୍ଗଳାରେ ଭୋଜିଭାତ କରିବା ସହ ରାତ୍ରିଯାପନ କରୁଥିଲେ। ବର୍ତ୍ତମାନ ଏହା ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳର କୋର ଏରିଆ ମଧ୍ୟରେ ରହୁଥିବାରୁ ବନ୍ୟପ୍ରାଣୀ ବିଭାଗର କଟକଣା ରହିଛି। ଏଠାକୁ କୌଣସି ପର୍ଯ୍ୟଟକ କିମ୍ବା ଅତିଥି ନ ଆସିବା ଯୋଗୁ ଡାକବଙ୍ଗଳାଟିର ରକ୍ଷଣାବେକ୍ଷଣ ଦିଗରେ ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେଉନାହାନ୍ତି। ଫଳରେ ଦିନକୁ ଦିନ ଏହା ନଷ୍ଟ ହେବାକୁ ବସିଲାଣି। ଡାକବଙ୍ଗଳା ସହ ଭିଏଚ୍‌ଏଫ୍‌ ଟାୱାରଟିର ମରାମତି କରାଯିବା ପାଇଁ ବିଭାଗୀୟ ଉଚ୍ଚପଦାଧିକାରୀ ଦୃଷ୍ଟି ଦେବା ନିମନ୍ତେ ଦାବି ହେଉଛି। ଏ ସମ୍ପର୍କରେ ଗେଜ୍‌ ସାଇଟ୍‌ର ୱାକର୍‌ସ ୱାର୍କର କୈଳାସ ଚନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରୁ ଭିଏଚ୍‌ଏଫ୍‌ ଟାୱାରଟି ଅଚଳ ହୋଇପଡିଥିବାରୁ ମୋବାଇଲ ଯୋଗେ ମେସେଜ ପଠାଯାଉଛି। ବନ୍ୟପ୍ରାଣୀ ବିଭାଗର କଟକଣା ଯୋଗୁ ଏଠାରେ କୌଣସି ପର୍ଯ୍ୟଟକଙ୍କୁ ରଖାଯାଉନାହିଁ। ଏଠାରେ ଲାଗିରହିଥିବା ବିଭିନ୍ନ ସମସ୍ୟା ସମ୍ପକର୍ର୍ରେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିରକ୍ଷର ୩୦ ପିଲା ପାଠ ପଢ଼ିବେ

ନୟାଗଡ଼ ଅଫିସ,୬ା୨:ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ ବାଣ୍ଠପୁର ପଞ୍ଚାୟତ ନାଣ୍ଡିଗିରି ଗଁାର ୩୦ ଅପାଠୁଆ ପିଲା ପାଠ ପଢ଼ିବାକୁ ଯାଉଛନ୍ତି। ନୟାଗଡ଼ ବ୍ଳକ ପାଣିପୋଇଲାସ୍ଥିତ ମଦର...

ଟିକା ନେବାର ୩ଘଣ୍ଟା ପରେ ଚାଲିଗଲା ଜୀବନ

ନୟାଗଡ଼ ଅଫିସ,୨୩।୧: କରୋନା ଟିକା ନେବାର ୩ଘଣ୍ଟା ପରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ ଗୋତିସାହି...

୫୯୦ ହୋମିଓପାଥି ଚିକିତ୍ସାକେନ୍ଦ୍ରରେ ତାଲା

ନୟାଗଡ଼ ଅଫିସ,୯।୭: ଆୟୁଷ ନିର୍ଦ୍ଦେଶାଳୟ ଅଧୀନରେ କାର୍ଯ୍ୟରତ ହୋମିଓପାଥି ଡାକ୍ତରଙ୍କୁ କୋଭିଡ୍‌ ଡ୍ୟୁଟିରେ ପଠାଯିବା ପରେ ରାଜ୍ୟରେ ୫୯୦ ହୋମିଓପାଥି ଚିକିତ୍ସାଳୟରେ ପ୍ରାୟ ୩ମାସ ହେଲା...

ବାଜିବନି ଡିଜେ, ଫୁଟିବନି ବାଣ

ନୟାଗଡ଼ ଅଫିସ/ ରଣପୁର,୧୭।୩(ସ୍ବ.ପ୍ର.): ଶୁକ୍ରବାର ରାତିରେ ରଣପୁର ବ୍ଲକ ଚାନ୍ଦପୁରରେ ହେବ ଦଶଦୋଳ ମେଳଣ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏତିକି ବେଳେ ଗୁରୁବାର...

ପାହାଡ଼ୀ ମଣିଷ ହରିହରଙ୍କ ପରିବାରକୁ ସହାୟତା ପ୍ରଦାନ ଦାବି

ଓଡ଼ଗାଁ,୨୯ା୯(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ଅଧୀନ ତୁଲୁବି ଗ୍ରାମକୁ ବିଖ୍ୟାତ ଗ୍ରାମରେ ପରିଣତ କରିଥିବା ପାହାଡ଼ି ମଣିଷ ହରିହର ବେହେରାଙ୍କ ମଙ୍ଗଳବାର...

ଭାଟସାହିରେ ଚୋର ଧରିବା ପାଇଁ ବୁଲିଲା ଖଟ: ଗାଁକୁ ୩ ଥର ଯାଇ ଖଟବୁଲାଳିଙ୍କୁ ଧରିପାରିଲାନି ପୋଲିସ

ନୟାଗଡ଼ ଅଫିସ,୨।୧୧: ନୟାଗଡ଼ ଜିଲା ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୨ କିଲୋମିଟର ଦୂର ଭାଟସାହି ଗ୍ରାମରେ ଶୁକ୍ରବାର ଗ୍ରାମବାସୀ ଚୋର ଧରିବା ପାଇଁ ଖଟ ବୁଲାଇଥିଲେ।...

ବାକି ଟଙ୍କା ମାଗିବାରୁ ମହିଳାଙ୍କୁ ମାଡ଼ ଅଭିଯୋଗ

ଖଣ୍ଡପଡ଼ା,୧ା୮(ସ୍ବ.ପ୍ର.): ଖଣ୍ଡପଡ଼ା ଥାନା ଅଧୀନ କଇଁଥପଲ୍ଲୀ ଗ୍ରାମର ଜଣେ ବିଧବା ମହିଳା ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବାକି ଟଙ୍କା ମାଗିବାରୁ ସେ ଓ ତାଙ୍କ...

ବନ ବିଭାଗ ଶୋଇଛି, ଜଙ୍ଗଲ ଜଳୁଛି

ନୂଆଗାଁ,୨୦।୨ (ଡି.ଏନ.ଏ.):ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ଅଧୀନ ବିଭିନ୍ନ ଜଙ୍ଗଲରୁ ମୂଲ୍ୟବାନ ଗଛ ସବୁ ଚୋରି ହେଉଥିବା ବେଳେ ଏଥିପ୍ରତି ବନ ବିଭାଗ କର୍ମଚାରୀଙ୍କ ଭ୍ରୁକ୍ଷେପ...

Advertisement
Archives

Model This Week