ବିପନ୍ନଙ୍କୁ ଭେଟିଲେ ସୁଇଜରଲାଣ୍ଡ ପାର୍ଲାମେଣ୍ଟ ସଦସ୍ୟ

ପୁରୀ ଅଫିସ, ୨୪ା୭: ସୁଇଜରଲାଣ୍ଡ ପାର୍ଲାମେଣ୍ଟ ସଦସ୍ୟ ଓ ଦୂତାବାସ ଅଧିକାରୀ ଏବଂ ସିଡ୍‌ସ (ସଷ୍ଟେନେବଲ୍‌ ଏନ୍‌ଭାଇରନ୍‌ମେଣ୍ଟ ଆଣ୍ଡ ଇକୋଲୋଜିକାଲ ଡେଭଲପ୍‌ମେଣ୍ଟ ସୋସାଇଟି)ର ସଦସ୍ୟ ମଙ୍ଗଳବାର ପୁରୀର ବାତ୍ୟା କ୍ଷତିଗ୍ରସ୍ତ ପେଣ୍ଠକଟା ବସ୍ତି ଏବଂ ସଦର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସହାୟତା ପ୍ରଦାନ ପାଇଁ ସୁଇଜରଲାଣ୍ଡ ସହଯୋଗରେ ହୋଇଥିବା ରିଲିଫ୍‌ କାର୍ଯ୍ୟକୁ ଅଧିକାରୀମାନେ ତଦାରଖ କରିବା ସହ କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରିଛନ୍ତି। ରିଲିଫ୍‌ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସିଡ୍‌ସ ପକ୍ଷରୁ ଗୋଷ୍ଠୀ ହ୍ୟାଣ୍ଡପମ୍ପ ମରାମତି, ଜଳ ଉତ୍ସ ଓ ବିଭିନ୍ନ ଅଞ୍ଚଳରେ କ୍ଲୋରିନକରଣ କରାଯାଇଛି। ଏଥିସହିତ ପୁରୀ ପୌରସଂସ୍ଥା ଓ ସଦର ବ୍ଲକର ବହୁ ପରିବାରକୁ ଶୌଚାଳୟରେ ବ୍ୟବହୃତ ହେଉଥିବା ସାମଗ୍ରୀ, ସାନିଟାରୀ ପ୍ୟାଡ୍‌, ମଶା ପ୍ରତିରୋଧକ ପ୍ରଭୃତି ସାମଗ୍ରୀ ବଣ୍ଟାଯାଇଛି। ସ୍ବିସ୍‌ ଏଜେନ୍ସି ଫର୍‌ ଡେଭଲପ୍‌ମେଣ୍ଟ ଆଣ୍ଡ କୋଅପରେଶନ (ଏସ୍‌ଡିସି) ସମର୍ଥିତ ସିଡ୍‌ସ ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୧୪ ହଜାର ଲୋକଙ୍କ ପାଖରେ ପହଞ୍ଚତ୍ପାରିଛି।
ସୁଇଜରଲାଣ୍ଡ ପାର୍ଲାମେଣ୍ଟ ସଦସ୍ୟ ଡ. ନିକ୍‌ଲସ୍‌ ଏସ୍‌. ଗୁଗୁର କହିଛନ୍ତି, ବିପର୍ଯ୍ୟୟରେ ଯେଉଁମାନେ ସବୁକିଛି ହରାଇଥାନ୍ତି ଏବଂ ନିଜ ଗୋଡ଼ରେ ଠିଆ ହେବାର ସମ୍ବଳ ନାହିଁ ସେମାନଙ୍କୁ ଆବଶ୍ୟକ ରିଲିଫ୍‌ ଯୋଗାଇଦେବାକୁ ଏହି ଅଭିଯାନ ହେଉଛି ଶ୍ରେଷ୍ଠ ଉପାୟ। ସେହିପରି ଭାରତ ଓ ଭୁଟାନରେ ଅବସ୍ଥାପିତ ସୁଇଜରଲାଣ୍ଡର ରାଷ୍ଟ୍ରଦୂତ ଡ. ଆଣ୍ଡ୍ରିଆସ୍‌ ବଉମ୍‌ କହିଛନ୍ତି, ସଙ୍କଟ ଓ ସଂଘର୍ଷ ସମୟ ପରେ ମାନବିକ କଲ୍ୟାଣ କାର୍ଯ୍ୟ ଜରିଆରେ ସୁଇଜରଲାଣ୍ଡ ପକ୍ଷରୁ ବିଶ୍ୱର ବିିଭିନ୍ନ ସରକାରଙ୍କୁ ସହାୟତା ଦିଆଯାଉଛି। ସିଡ୍‌ସ ସହଯୋଗରେ ବାତ୍ୟା ଫନୀ ଦ୍ୱାରା ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରାଯାଉଛି। ଏହି ଅବସରରେ ସିଡ୍‌ସର ଡ. ଅଂଶୁ ଶର୍ମା କହିଥିଲେ, ବାତ୍ୟା ଯୋଗୁ ବହୁ ଲୋକ ବାସହରା ହୋଇପଡ଼ିିଥିଲେ। ଏଭଳି ପରିସ୍ଥିତିରେ ଏସ୍‌ଡିସିର ସହଯୋଗ ବେଶ୍‌ ପ୍ରଶଂସନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଏସ୍‌ଏଚ୍‌ଜି ଜଳସେବା ଶିବିର ପ୍ରହସନ: ଗୋଟିଏ ଦିନ ଖୋଲି ବନ୍ଦ ହୋଇଗଲା

ଭୁବନେଶ୍ୱର, ୧୮ା୪ (ବ୍ୟୁରୋ): ଅସହ୍ୟ ତାତି। ହଟହଟା ହେଉଛନ୍ତି ଯାତ୍ରୀ। ଲଗାତାର ଦୁଇଦିନ ଧରି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ଭୁବନେଶ୍ୱରରେ ଦେଖିବାକୁ ମିଳିଛି...

କମିଶନରେଟ୍‌ ପୋଲିସରେ ହେବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌

ଭୁବନେଶ୍ୱର,୨୫-୯(ବ୍ୟୁରୋ):ଡ୍ରଗ୍ସ ମାଫିଆ, ଜମି ମାଫିଆ, ବନ୍ଧୁକ ବେପାରୀ ଓ ସଂଗଠିତ ଅପରାଧୀ ସାବାଡ଼ ହେବେ। ବଡ଼ ଅପରାଧ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ଭଳି କମିଶନରେଟ ପୋଲିସରେ...

ଗୃହ, ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚଦାବି ପାରିତ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ବିଧାନସଭାରେ ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ପାରିତ ହୋଇଛି। ଏହି ୨ ବିଭାଗ ଖର୍ଚ୍ଚଦାବି ଉପରେ ଦିନତମାମ ଆଲୋଚନା ହେବା...

ବିପର୍ଯ୍ୟୟ ପରିଚାଳନା ପାଠ ପଢ଼ିବେ ପିଲା

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷ ଅର୍ଥାତ ୨୦୨୩ରୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ପରିଚାଳନା କୋର୍ସ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତା’ର ପାଠ୍ୟକ୍ରମ ପ୍ରସ୍ତୁତ...

୭୨ଘଣ୍ଟାରେ ୨୬୨୬ଜଣ ପଞ୍ଜୀକୃତ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ସରକାରଙ୍କ ପକ୍ଷରୁ ବିଦେଶାଗତଙ୍କ ରେଜିଷ୍ଟ୍ରେଶନ ପାଇଁ କରାଯାଇଥିବା ପୋର୍ଟାଲରେ ଗୁରୁବାର ଅପରାହ୍ନ ୨ଟା ସୁଦ୍ଧା ୨୬୨୬ଜଣ ପଞ୍ଜୀକୃତ ହୋଇଛନ୍ତି । ଗତ ୨୪ ଘଣ୍ଟା...

‘ଏବେବି ଡେଲ୍‌ଟା ଭାରିଆଣ୍ଟ ସକ୍ରିୟ’

ଭୁବନେଶ୍ୱର,୨୯।୧(ବ୍ୟୁରୋ): ରାଜ୍ୟରେ ଓମିକ୍ରନ ସହ ଡେଲ୍‌ଟା ଭାରିଆଣ୍ଟ ସକ୍ରିୟ ରହିଛି। କିଛିଦିନ ତଳେ ହୋଇଥିବା ସାମ୍ପଲ ସର୍ଭେରୁ ଏହା ଜଣାପଡିଛି। ରାଜ୍ୟରେ ଏବେ ବି ୨୫ରୁ...

ସ୍ପା ଆଗରେ ସ୍ବାମୀଙ୍କୁ ପିଟିଲେ ସ୍ତ୍ରୀ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ପ୍ରତିଦିନ ସ୍ବାମୀ ଲୁଚିକରି ସ୍ପାକୁ ମସାଜ ପାଇଁ ଯାଆନ୍ତି। ହେଲେ ଘରେ କେହି ଜାଣିପାରନ୍ତି ନାହିଁ। ଶେଷରେ ଶୁକ୍ରବାର ସ୍ତ୍ରୀଙ୍କ ହାତରେ ଧରା ପଡ଼ିଗଲେ...

ବିଭାଗୀୟ ସ୍ଥାୟୀ କମିଟି-୬ର ଚତୁର୍ଥ ବୈଠକ

ଭୁବନେଶ୍ୱର,୧୨।୧୧:(ବ୍ୟୁରୋ): କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ବିଭାଗୀୟ ସ୍ଥାୟୀ କମିଟି-୬ର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଛି। ବିଧାନସଭା ପ୍ରକୋଷ୍ଠ ନଂ-୫୪ରେ...

Advertisement
Archives

Model This Week