ବିପନ୍ନଙ୍କୁ ଭେଟିଲେ ସୁଇଜରଲାଣ୍ଡ ପାର୍ଲାମେଣ୍ଟ ସଦସ୍ୟ

ପୁରୀ ଅଫିସ, ୨୪ା୭: ସୁଇଜରଲାଣ୍ଡ ପାର୍ଲାମେଣ୍ଟ ସଦସ୍ୟ ଓ ଦୂତାବାସ ଅଧିକାରୀ ଏବଂ ସିଡ୍‌ସ (ସଷ୍ଟେନେବଲ୍‌ ଏନ୍‌ଭାଇରନ୍‌ମେଣ୍ଟ ଆଣ୍ଡ ଇକୋଲୋଜିକାଲ ଡେଭଲପ୍‌ମେଣ୍ଟ ସୋସାଇଟି)ର ସଦସ୍ୟ ମଙ୍ଗଳବାର ପୁରୀର ବାତ୍ୟା କ୍ଷତିଗ୍ରସ୍ତ ପେଣ୍ଠକଟା ବସ୍ତି ଏବଂ ସଦର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସହାୟତା ପ୍ରଦାନ ପାଇଁ ସୁଇଜରଲାଣ୍ଡ ସହଯୋଗରେ ହୋଇଥିବା ରିଲିଫ୍‌ କାର୍ଯ୍ୟକୁ ଅଧିକାରୀମାନେ ତଦାରଖ କରିବା ସହ କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରିଛନ୍ତି। ରିଲିଫ୍‌ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସିଡ୍‌ସ ପକ୍ଷରୁ ଗୋଷ୍ଠୀ ହ୍ୟାଣ୍ଡପମ୍ପ ମରାମତି, ଜଳ ଉତ୍ସ ଓ ବିଭିନ୍ନ ଅଞ୍ଚଳରେ କ୍ଲୋରିନକରଣ କରାଯାଇଛି। ଏଥିସହିତ ପୁରୀ ପୌରସଂସ୍ଥା ଓ ସଦର ବ୍ଲକର ବହୁ ପରିବାରକୁ ଶୌଚାଳୟରେ ବ୍ୟବହୃତ ହେଉଥିବା ସାମଗ୍ରୀ, ସାନିଟାରୀ ପ୍ୟାଡ୍‌, ମଶା ପ୍ରତିରୋଧକ ପ୍ରଭୃତି ସାମଗ୍ରୀ ବଣ୍ଟାଯାଇଛି। ସ୍ବିସ୍‌ ଏଜେନ୍ସି ଫର୍‌ ଡେଭଲପ୍‌ମେଣ୍ଟ ଆଣ୍ଡ କୋଅପରେଶନ (ଏସ୍‌ଡିସି) ସମର୍ଥିତ ସିଡ୍‌ସ ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୧୪ ହଜାର ଲୋକଙ୍କ ପାଖରେ ପହଞ୍ଚତ୍ପାରିଛି।
ସୁଇଜରଲାଣ୍ଡ ପାର୍ଲାମେଣ୍ଟ ସଦସ୍ୟ ଡ. ନିକ୍‌ଲସ୍‌ ଏସ୍‌. ଗୁଗୁର କହିଛନ୍ତି, ବିପର୍ଯ୍ୟୟରେ ଯେଉଁମାନେ ସବୁକିଛି ହରାଇଥାନ୍ତି ଏବଂ ନିଜ ଗୋଡ଼ରେ ଠିଆ ହେବାର ସମ୍ବଳ ନାହିଁ ସେମାନଙ୍କୁ ଆବଶ୍ୟକ ରିଲିଫ୍‌ ଯୋଗାଇଦେବାକୁ ଏହି ଅଭିଯାନ ହେଉଛି ଶ୍ରେଷ୍ଠ ଉପାୟ। ସେହିପରି ଭାରତ ଓ ଭୁଟାନରେ ଅବସ୍ଥାପିତ ସୁଇଜରଲାଣ୍ଡର ରାଷ୍ଟ୍ରଦୂତ ଡ. ଆଣ୍ଡ୍ରିଆସ୍‌ ବଉମ୍‌ କହିଛନ୍ତି, ସଙ୍କଟ ଓ ସଂଘର୍ଷ ସମୟ ପରେ ମାନବିକ କଲ୍ୟାଣ କାର୍ଯ୍ୟ ଜରିଆରେ ସୁଇଜରଲାଣ୍ଡ ପକ୍ଷରୁ ବିଶ୍ୱର ବିିଭିନ୍ନ ସରକାରଙ୍କୁ ସହାୟତା ଦିଆଯାଉଛି। ସିଡ୍‌ସ ସହଯୋଗରେ ବାତ୍ୟା ଫନୀ ଦ୍ୱାରା ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରାଯାଉଛି। ଏହି ଅବସରରେ ସିଡ୍‌ସର ଡ. ଅଂଶୁ ଶର୍ମା କହିଥିଲେ, ବାତ୍ୟା ଯୋଗୁ ବହୁ ଲୋକ ବାସହରା ହୋଇପଡ଼ିିଥିଲେ। ଏଭଳି ପରିସ୍ଥିତିରେ ଏସ୍‌ଡିସିର ସହଯୋଗ ବେଶ୍‌ ପ୍ରଶଂସନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?