ବିନା କାମ୍‌ରେ ସୂଚନା ଫଲକ

କୁଚିଣ୍ଡା, ୧୯।୬ (ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଗୋଛରା ପଁଚେତ୍‌ ଅଧୀନ ଲଇଗୁରା ଗଁାର ପାଏନ୍‌ ଖିଆ ବଁଧର ଉନ୍‌ନତିକରନ କାମ୍‌ ୪ ଲାଖ୍‌ ଟଁକା ଖରଚ ଅଟକଲରେ କରାଯାଉଛେ। ଇଆଡ଼େ ସରକାରୀ ନିୟମକେ ଦେଖ୍‌ଲେ ଜୁନ ୧୫ ଉତାରୁ ମାଟି କାମ୍‌ ନାଇଁ ହେବାର କଥା। ହେଲେ ଟଁକା ଖାଏବାର ଉଦେଶ୍‌ରେ ଇ କାମ୍‌ ଚାଲୁଥିବାର ଅଂଚଲରେ ଏହେଦେ ଚରଚାର ବିଷେ ହେଇଛେ। ଇ କାମ୍‌କେ ନେଇ ଗଁାବାସୀକର ଭିତରେ ବି ଅସନ୍‌ତୋଷ ଦେଖାଦେଇଛେ। ବଁଧର ଉନ୍‌ନତିକରନ ନଁାରେ ଜେସିବିରେ ମାଟି କୁଡ଼ି ଟ୍ରାକ୍ଟରରେ ଇନେ ସେନେ ପକାଯାଇଛେ। ସେନ୍‌ତା ବଁଧେ ଗାଧୁଆ ଘାଟ ତିଆରି କରାଯାଇଥିବାର ନେଇ ପଁଚେତ୍‌ ତରଫୁ ୨୦୧୬-୧୭ ଆର୍‌ଥିକ ବଛର୍‌ର ଦୁଇଟା ସୂଚନା ଫଲକ ଲଗାଯାଇଛେ। ଗୁଟେ ସୂଚନା ଫଲକ୍‌ରେ ଅଟକଲ ଖରଚ୍‌ ୧ ଲାଖ୍‌ ୩୪ ହଜାର ଟଁକା ରହିଥିଲାବେଲେ ଆରଗୁଟେରେ ୨ ଲାଖ୍‌ ୯୩ ହଜାର ଟଁକା ରହିଛେ। ହେଲେ ଆଶିରିଯ୍‌ର କଥା ୨୦୧୯-୨୦ ଆରଥିକ୍‌ ବଛର ତକ୍‌ ବଁଧେ ଗାଧୁଆ ଘାଟର ଦେଖା ନଁାଇଁନ। ସେନ୍‌ତା ୨୦୧୭-୧୮ ଆରଥିକ୍‌ ବଛରରେ ଇ ବଁଧର ଉନ୍‌ନତିକରନ୍‌ ଲାଗି ୪ ଲାଖ୍‌ ଟଁକାର ଖରଚ୍‌ ଅଟକଲର ଗୁଟେ ସୂଚନା ଫଲକ ରହିଛେ। ପରକୁତରେ ଯେନ୍‌ ଜାଗାରେ ମାଟି କୁଡ଼ଲେ ପାଏନ୍‌ଟା ରହିପାରବା ସେ ଜାଗାରେ ନାଇଁ କୁଡ଼ାଯାଇ। ବଁଧ ଭିତରର ବହୁତ ଜାଗାର ମାଟିକେ ଜେସିବିରେ ସମାନ କରାଯାଇଥିବାର ଦେଖ୍‌ବାକେ ମିଲୁଛେ।
ଦେଖ୍‌ବାକେ ଗଲେ ଇ ସବୁ କାମ୍‌ ବରଷା ଆଏବାର ଆଗରୁ ଜୁନ ୧୫ ଭିତରେ ସରବାର କଥା। ହେଲେ ଏହେଦେ ଇ କାମ୍‌ ଟଁକା ଖାଏବାର ଲାଗି କି ଅଲଗ୍‌ କେନ୍‌ ଉଦେଶରେ କରାଯାଉଛେ ବଲି ଗଁାବାସୀ ପ୍ରଶ୍ନ କରିଛନ୍‌। ଇ ବାବ୍‌ଦେ ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ପ୍ରତାପ ସାକୁଁ ପଚରାଲାରୁ ଗଲା ୨୦୧୬-୧୭ ଆର୍‌ଥିକ ବଛର୍‌ରେ କାମ୍‌ ହେବାର ଥିଲା। କେତେଟା ଅସବିଧାର ଲାଗି କାମ୍‌ ନାଇଁ ହେଇପାରି, ଇଥର କାମ୍‌ ଆରମ୍‌ କରାଯାଇଛେ। ଯେତେ ମାଟି କାମ୍‌ ହେଇଛେ ସେତ୍‌କି ଟଁକାର ବିଲ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୯ ଓକିଲଙ୍କୁ ସର୍ତ୍ତମୂଳକ ଜାମିନ

ସମ୍ବଲପୁର,୧୦ା୨(ବ୍ୟୁରୋ)- ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ ନଭେମ୍ବର ୨୯ରେ କୋର୍ଟ ସମ୍ମୁଖରେ ଠେଲାପେଲା ଓ ଡିସେମ୍ବର ୧୨ରେ କୋର୍ଟ ପରିସରରେ...

ରାଜବାଟୀ ଜଗନ୍ନାଥ ମନ୍ଦିର: ସୁନାବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

ସୁନ୍ଦରଗଡ, ୧୪।୭ (ଡି.ଏନ୍‌.ଏ)-ସ୍ଥାନୀୟ ରାଜବାଟୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କ ସୁନାବେଶ ଶନିବାର ପବିତ୍ର ଦ୍ୱାଦଶୀତିଥିରେ ଆୟୋଜିତ ହୋଇଯାଇଛି । ବାହୁଡା ଯାତ୍ରା ପରେ ଗତ ରାତିରେ...

ଦ୍ୱିତୀୟ ସ୍ପିଲ୍‌ୱେ

ବୃହତ୍‌ ମାଟିବନ୍ଧ ହୀରାକୁଦର ସୁରକ୍ଷା ପାଇଁ ଦ୍ୱିତୀୟ ସ୍ପିଲ୍‌ୱେ ନିର୍ମାଣ କଥା ଉଠିଥିଲା। ୨୦୧୫ ଏପ୍ରିଲରେ ସେଣ୍ଟ୍ରାଲ ୱାଟର କମିଶନ (ସିଡବ୍ଲ୍ୟୁସି) ଓ ୱାଲ୍ଡ ବ୍ୟାଙ୍କର...

ଜୁଲାଇ ୨୨ ରୁ ୩୧ ଯାଏ ବନ୍ଦ ରହିବ ଭିସୁଟ

ସମ୍ବଲପୁର,୨୦।୭(ବ୍ୟୁରୋ)-କରୋନା ସଂକ୍ରମଣ ରାଜ୍ୟରେ ଦିକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଆସନ୍ତା ୨୨...

ସମଲେଇ ମନ୍ଦିର ସାନିଟାଇଜ୍‌ କରିବାକୁ ପୂଜକଙ୍କ ଦାବି

ସମ୍ବଲପୁର, ୨।୪ (ବ୍ୟୁରୋ)-କରୋନା ଭୂତାଣୁ ଯୋଗୁଁ ଦୋକାନ, ବଜାର, ରାସ୍ତା ସେନିଟାଇଜ କରାଯାଉଛି। ସମ୍ବଲପୁରର ଇଷ୍ଟଦେବୀ ସମଲେଇ ମନ୍ଦିରକୁ ମଧ୍ୟ କରୋନା କଟକଣା ପୂର୍ବରୁ ରାଜ୍ୟ...

ପରିସ୍ଥିତିରେ ପେଷା ପରିବର୍ତ୍ତନ

ସମ୍ବଲପୁର,୧।୪(ବ୍ୟୁରୋ)-କରୋନା କଟକଣା ଓ ପରେ ଲକ୍‌ ଡାଉନ ଘୋଷଣା ହେବାପରେ ସମଗ୍ର ଦୋକାନ, ବଜାର ବନ୍ଦ ହୋଇଯାଇଛି । ଔଷଧ, ପନିପରିବା, ମାଂସ, ମାଛ, ଅଣ୍ଡା,...

ହୀରାକୁଦ ଡ୍ୟାମ୍‌ରୁ ୮ଟି ଗେଟ୍‌ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର, ୧୩ା୯ (ବ୍ୟୁରୋ): ସମ୍ବଲପୁର ଜିଲା ହୀରାକୁଦ ଡ୍ୟାମ୍‌ରୁ ଶୁକ୍ରବାର ୮ଟି ଗେଟ୍‌ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ସକାଳ ୯ଟା ପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁସାରେ,...

ପରକୀୟାପ୍ରୀତିରୁ ସିଙ୍ଗାରମୁଣ୍ଡା ଗାଁରେ ଯୁବକଙ୍କୁ ହତ୍ୟା, ୨ ଅଟକ

ବଡ଼ଗାଁ, ୨୦।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ସିଙ୍ଗାରମୁଣ୍ଡା ଗ୍ରାମରେ ଶୁକ୍ରବାର ରାତି ପ୍ରାୟ ୯ଟାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।...

Advertisement
Archives

Model This Week