ବିଧବାଙ୍କୁ ବଳାତ୍କାର

ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜଧାନୀରେ ଜଣେ ବିଧବାଙ୍କୁ ବଳାତ୍କାର। ନୟାପଲ୍ଲୀ ଥାନାଞ୍ଚଳରେ ଘଟିଛି ଏହି ସ୍ପର୍ଶକାତର ଘଟଣା। ଏନେଇ ପୀଡିତା ଜଣକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଆଇପିସି ଦଫା ୩୭୬(୨) ଓ ୫୦୬ରେ ଏକ ମାମଲା (ନଂ.୧୦୩/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ମହିଳା ଜଣକ ସାଲିଆସାହିରେ ନିଜର ଛୋଟ ପିଲାଙ୍କୁ ନେଇ ରୁହନ୍ତି। ତାଙ୍କ ଘର ନିକଟକୁ ଜଣେ ଯୁବକ ପ୍ରାୟ ସମୟରେ ଆସି ନଜର ରଖନ୍ତି। ମହିଳା ଛୋଟ ପିଲାଙ୍କ ସହ ରହିଥିବା ଦେଖି ଉକ୍ତ ଯୁବକ ଜଣକ ଟାର୍ଗେଟ କରିଥିଲେ। କିଛିଦିନ ତଳେ ସେ ହଠାତ ମହିଳାଙ୍କ ଘର ଭିତରକୁ ପଶିଯାଇଥିଲେ। ମହିଳା ଜଣକ କିଛି ବୁଝିବା ପୂର୍ବରୁ ଅଭିଯୁକ୍ତ ଯୁବକ କବାଟ ବନ୍ଦ କରି ତାଙ୍କୁ ବଳାତ୍କାର କରିଥିଲେ। ଫଳରେ ମହିଳା ଜଣକ ଏବେ ଗର୍ଭବତୀ ଥିବା ପୋଲିସ କହିଛି। ପୋଲିସ ଘଟଣାର ସତ୍ୟାସତ ଜାଣିବା ପାଇଁ ମହିଳାଙ୍କୁ ଡାକ୍ତରୀ ପରୀକ୍ଷା କରିଥିବା ଜଣାପଡିଛି। ରିପୋର୍ଟ ଆସିବା ପରେ ପୂରା ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଲେ ବିକାଶ ହୋଇପାରିବ: ନବୀନ

ଭୁବନେଶ୍ୱର,୨୨।୮(ବ୍ୟୁରୋ): କରୋନା ଯୁଦ୍ଧରେ ଜୀବନ ପାଇଁ ଚାଲିଥିବା ଲଢ଼େଇ ସାଙ୍ଗକୁ ଲୋକଙ୍କ ଜୀବିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟରେ ସବୁ କ୍ଷେତ୍ରରେ ବିକାଶ ପ୍ରକ୍ରିୟାକୁ ଜୋରଦାର...

ସାରା ଦେଶରେ ଲାଗୁ ହେବ ଏକକ ଇ-ଟୋଲ ଆଦାୟ ବ୍ୟବସ୍ଥା

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ ଏକକ ଇ(ଇଲେକ୍ଟ୍ରୋନିକ)-ଟୋଲ୍‌ ଆଦାୟ ବ୍ୟବସ୍ଥ। ବର୍ତ୍ତମାନ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ରାଜପଥର ଟୋଲ୍‌ ପ୍ଲାଜାଗୁଡ଼ିକରେ...

ଆଜିଠୁ ଆଉଏକ ଲଘୁଚାପ: ୩ଦିନ ପ୍ରବଳ ବର୍ଷା, ଉଜାଡ଼ିବ ଚାଷ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): କରୋନା ମହାମାରୀ ଜୀବନକୁ ଅସ୍ତବ୍ୟସ୍ତ କରିଥିବାବେଳେ କ୍ରମାଗତ ଲଘୁଚାପ ବର୍ଷା ଚାଷ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ଅଗଷ୍ଟ ପ୍ରଥମ ସପ୍ତାହରୁ...

ବିନା ହେଲମେଟରେ ରାଲି, ଗଣିବେ ଜରିମାନା

ଭୁବନେଶ୍ୱର,୮।୧(ବ୍ୟୁରୋ): କେନ୍ଦ୍ର ଟ୍ରେଡ୍‌ ୟୁନିୟନର ଆହ୍ବାନ କ୍ରମେ ୧୨ ଦଫା ଦାବିlରେ ବୁଧବାର ରାଜ୍ୟରେ ଭାରତ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦକୁ କଂଗ୍ରେସ ସମେତ...

ଆରମ୍ଭ ହେଲା ବିଶ୍ୱ ଓଡ଼ିଶୀ ଉତ୍ସବ

ଭୁବନେଶ୍ୱର, ୨୪ା୧୨ (ବ୍ୟୁରୋ) – ସାଂସ୍କୃତିକୀ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ବିଶ୍ୱ ଓଡ଼ିଶୀ ନୃତ୍ୟ ଉତ୍ସବ ଆରମ୍ଭ ହୋଇଛି। ଗୋଟିପୁଅ...

ମେ’ ୨୦ରୁ ମାଟ୍ରିକ ଖାତାଦେଖା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୯।୫(ବ୍ୟୁରୋ): ଶିକ୍ଷା କ୍ଷେତ୍ରକୁ କରୋନା ବ୍ୟାପକ ପ୍ରଭାବିତ କରିଛି। ଅଧିକାଂଶ ଶ୍ରେଣୀରେ ପରୀକ୍ଷା ଶେଷ ହୋଇ ନ ଥିବାବେଳେ ମାଟ୍ରିକ ଖାତା ମୂଲ୍ୟାୟନ ମଧ୍ୟ...

୫୦୪ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର, ୧୦।୨(ବ୍ୟୁରୋ): ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟରେ ୫୦୪ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ବିଜ୍ଞପ୍ତି ପ୍ରକାଶ କରିଛି।...

ଅସମ୍ଭାଳ ଭିଡ଼, ଲୋକେ ହଇରାଣ

ଭୁବନେଶ୍ୱର,୭।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀଠାରେ କ୍ୟାପିଟାଲ ଫାଉଣ୍ଡେଶନ ସୋସାଇଟି ପକ୍ଷରୁ ଜୀବନବ୍ୟାପୀ ସାଧନା ପୁରସ୍କାର ଗ୍ରହଣ କରି ମଙ୍ଗଳବାର ଓଡ଼ିଶା ଫେରିବା ପରେ ତାଙ୍କୁ...

Advertisement
Archives

Model This Week